କର୍ତ୍ତବ୍ୟ

ଉଇକିପିଡ଼ିଆ‌ରୁ
କର୍ତ୍ତବ୍ୟ
ନିର୍ଦ୍ଦେଶକମାନସ ରଞ୍ଜନ ପାତ୍ର
ପ୍ରଯୋଜକଶଙ୍କର ପାତ୍ର
ସଂଳାପସୂର୍ଯ୍ୟ ନାରାୟଣ ବେହେରା
କାହାଣୀସୂର୍ଯ୍ୟ ନାରାୟଣ ବେହେରା
କଳାକାରସତ୍ୟଜିତ ପୁରୋହିତ
ରୂପେଶ
ତନୁଶ୍ରୀ
ପ୍ରିୟଦର୍ଶିନୀ
ବିଜୟ ମହାନ୍ତି
ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତପି. କୁମାର
ଚିତ୍ରଗ୍ରହଣନିଲୁ, ପ୍ରକାଶ
ସମ୍ପାଦକମାନସ ରଞ୍ଜନ ପାତ୍ର
Production
company
ଶ୍ରୀ ଜଗନ୍ନାଥ ମୁଭିଜ୍
ମୁକ୍ତି ଏକ୍ସପ୍ରେସ
ଦେଶ ଭାରତ
ଭାଷାଓଡ଼ିଆ

କର୍ତ୍ତବ୍ୟ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶଙ୍କର ପାତ୍ର, ଯାହାକି ଶ୍ରୀ ଜଗନ୍ନାଥ ମୁଭିଜ୍ ଓ ମୁକ୍ତି ଏକ୍ସପ୍ରେସ ପ୍ରଯୋଜନା ସଂସ୍ଥାଦ୍ୱାରା ନିର୍ମାଣ କରାଯାଇଥିଲା । ସୂର୍ଯ୍ୟ ନାରାୟଣ ବେହେରା ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମାନସ ରଞ୍ଜନ ପାତ୍ର ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନ୍ୟ କରିଥିଲେ ସତ୍ୟଜିତ ପୁରୋହିତ, ରୂପେଶ, ତନୁଶ୍ରୀ ଓ ପ୍ରିୟଦର୍ଶିନୀ ।[୧] ବିଜୟ ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ରତନ ମେହେର, ଜୀବନ ପଣ୍ଡା, ସୂର୍ଯ୍ୟ ନାରାୟଣ ବେହେରା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ସେପ୍ଟେମ୍ବର ୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପି. କୁମାର । ଅରୁଣ ମନ୍ତ୍ରୀ, ମାନସ ସାସମଲ, ସୂର୍ଯ୍ୟ ନାରାୟଣ ବେହେରା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମ୍ମଦ ଅଜିଜ, ହ୍ୟୁମାନ ସାଗର, ମାଧବ, କୁମାର ବିଜୁ, ସଞ୍ଜୁ ମହାନ୍ତି, କୁମାର ବାପି, ଗିନା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଆଲୋ ମୋର ଖିଲି ପାନ"ମାନସ ସାସମଲକୁମାର ବିଜୁ, ଟିନା କୁମାରୀ 
2."ଟେନ୍‌ସନ୍ ଫ୍ରି"ସୂର୍ଯ୍ୟ ନାରାୟଣ ବେହେରାସଞ୍ଜୁ ମହାନ୍ତି 

ଆଧାର[ସମ୍ପାଦନା]

  1. "ପହିଲାରେ ରିଲିଜ୍ ହେବ ବିଜୟଙ୍କ ଅଭିନୀତ 'କର୍ତ୍ତବ୍ୟ'". ସକାଳ. No. ଭୁବନେଶ୍ୱର. ଭୁବନେଶ୍ୱର. 28 August 2023. p. 11. Archived from the original on 3 September 2023. Retrieved 3 September 2023.
  2. "ରିଲିଜ୍ ହେଲା 'କର୍ତ୍ତବ୍ୟ': ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଫିଲ୍ମ". Sambad. ଭୁବନେଶ୍ୱର. 2 September 2023. Archived from the original on 3 September 2023. Retrieved 3 September 2023.
  3. "ଆସୁଛି 'କର୍ତ୍ତବ୍ୟ'". ପ୍ରମେୟ. No. ଭୁବନେଶ୍ୱର. 30 August 2023. p. 8. Archived from the original on 3 September 2023. Retrieved 3 September 2023.

ବାହାର ଆଧାର[ସମ୍ପାଦନା]