କନ୍ୟାକୁମାରୀ
ଉଇକିପିଡ଼ିଆ ରୁ
| କନ୍ୟାକୁମାରୀ | |
|---|---|
| — ସହର — | |
| ଥିରୁଭାଲୁଭାର୍ ଷ୍ଟାଚ୍ୟୁର ରାତ୍ରୀକାଳୀନ ଦୂଶ୍ୟ | |
| ଦେଶ | ଭାରତ |
| ରାଜ୍ୟ | ତାମିଲନାଡୁ |
| ଜିଲ୍ଲା | କନ୍ୟାକୁମାରୀ |
| ସରକାର | |
| - ଜିଲ୍ଲାପାଳ | ଥିରୁ. ଏସ. ନାଗରାଜନ |
| କ୍ଷେତ୍ରଫଳ | |
| - ମୋଟ | ୨୫.୮୯ କି.ମି.୨ (୧୦ ବ. ମି.) |
| ଉଚ୍ଚତା | ୩୦୦ ମି. (୯୮୪ ଫୁଟ) |
| ଲୋକସଂଖ୍ୟା (2001) | |
| - ମୋଟ | ୧୯,୬୭୮ |
| - ଘନତା | ୬୬୫/କି.ମି.୨ (୧,୭୨୨.୩/ମାଇଲ୨) |
| ଭାଷା | |
| - ସରକାରୀ | ତାମିଲ |
| ସମୟ ମଣ୍ଡଳ | ଭାରତୀୟ ମାନକ ସମୟ (ଇଉ.ଟି.ସି.+5:30) |
| ଡାକ କୋଡ଼ | ୬୨୯ xxx |
| ଟେଲିଫୋନ କୋଡ଼ | ୯୧୪ ୬୫୨ |
| ଗାଡ଼ି କୋଡ଼ | TN 74 & TN 75 |
| ୱେବସାଇଟ | kanyakumari.tn.nic.in |
ଭାରତର ଦକ୍ଷିଣଭାଗରେ ଥିବା ତାମିଲନାଡୁ ରାଜ୍ୟରେ କନ୍ୟାକୁମାରୀ ଅବସ୍ଥିତ l ବିଷେଶକରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ଥର ମନୋରମ ଦୂଶ୍ୟପାଇଁ ଏହି ସ୍ଥାନଟି ବେଶ ଲୋକପ୍ରିୟ l ତା ଛଡା କନ୍ୟାକୁମାରୀ ଠାରେହିଁ ବଙ୍ଗୋପସାଗର, ଭାରତ ମହାସାଗର ଓ ଆରବ ସାଗର ଏକତ୍ର ହୋଇଥିବାରୁ ଏଠାକାର ପରିବେଶ ବେଶ ଆକର୍ଷଣୀୟ l
କେପ କାମୋରିନ ତାମିଳାକମର ଦକ୍ଷିଣଭାଗ ଥିଲା । [୧]
ପର୍ଯ୍ୟଟନସ୍ଥଳୀ [ସମ୍ପାଦନା]
- କନ୍ୟାକୁମାରୀ ମନ୍ଦିର : ସମୁଦ୍ରକୂଳରେ ଥିବା କୁମାରୀ ଅମାନ୍ ମନ୍ଦିର ହେଉଛି କନ୍ୟାକୁମାରୀର ସବୁଠାରୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ l ଏଠାରେ ପୂଜାପାଇଥାନ୍ତି କନ୍ୟାକୁମାରୀ ଦେବୀ l
- ଥିରୁଭାଲୁଭାର୍ ଷ୍ଟାଚ୍ୟୁ : କନ୍ୟାକୁମାରୀର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି ଥିରୁଭାଲୁଭାର୍ ଷ୍ଟାଚ୍ୟୁ l ଉକ୍ତ ଷ୍ଟାଚ୍ୟୁର ଉଚତା ହେଉଚି ୧୩୩ ଫୁଟ ଏବଂ ଓଜନ ପ୍ରାୟ ୭୦୦୦ ଟନରୁ ଅଧିକ ହେବ l କୁହାଯାଏ ଏହାକୁ ନିର୍ମାଣ ପାଇଁ ୫୦୦ରୁ ଅଧିକ ଶ୍ରମିକ ଲାଗିଥିଲେ l ସମୁଦ୍ରର ନିଳରାଶି ଭିତରେ ଥିବା ଏହି ଷ୍ଟାଚ୍ୟୁର ସୌନ୍ଦର୍ଯ୍ୟ ବେଶ ମନଲୋଭା l
- ପଦ୍ମନାଭପୁରମ୍ ପ୍ରାସାଦ : ବିଶ୍ଵରେଥିବା ଦଶଟି ପ୍ରମୂଖ ପ୍ରାସାଦ ମଧ୍ୟରୁ ପଦ୍ମନାଭପୁରମ୍ ପ୍ରାସାଦ ହେଉଛି ଅନ୍ୟତମ l ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପ୍ରାସାଦଟିର ନିର୍ମାଣ ସମ୍ପୂର୍ଣ୍ଣଭାବେ କାଠରେ ହୋଇଛି l
- ଏହାଛଡା କନ୍ୟାକୁମାରୀର ଥିରୁପାରାସ୍ପୁ, କୋଟାଲାମ୍ ଆଦି ଜଳପ୍ରପାଦ,ସୂବ୍ରମଣ୍ୟମ ମନ୍ଦିର,ଭାଟ୍ଟାକୋଟାଇ ଦୂର୍ଗ ବେଶ ଆକର୍ଷଣୀୟ l
ଆଧାର [ସମ୍ପାଦନା]
- ↑ V. Kanakasabhai. The Tamils Eighteen Hundred Years Ago. Asian Educational Services. 1997. ISBN 81-206-0150-5. ପୃ.ସ. 10
ଅଧିକ ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: କନ୍ୟାକୁମାରୀ ଉପରେ ମାଧ୍ୟମ ରହିଅଛି |
- Kanyakumari District Government Portal
- Kanyakumari News Portal
- Kanyakumari-info.com Everything about kanyakumari
Travel information related to Kanyakumari at Wikivoyage
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |