ଏସିଆନ ଗେମ୍ସ

ଉଇକିପିଡ଼ିଆ ରୁ


ଏସିଆନ ଗେମ୍ସ
Abbreviation ଏସିଆଡ଼
First event ୧୯୫୧ , ନୂଆ ଦିଲ୍ଲୀ
Occur every ପ୍ରତି ୪ ବର୍ଷ
Last event ୨୦୧୦ ଏସିଆଡ଼, ଚୀନ
Purpose Multi sport event for nations on the Asian continent

ଏସିଆନ ଗେମ୍ସ ବା ଏସୀୟ କ୍ରୀଡ଼ା ବା ଏସିଆଡ଼ ପ୍ରତି ୪ ବର୍ଷରେ ହେଉଥିବା ଏକ ବୃହତ ଖେଳ ଆୟୋଜନ। ଅଲିମ୍ପିକ ପରେ ଏସିଆଡ଼ ବିଶ୍ଵର ଦ୍ଵିତୀୟ ବୃହତ୍ତମ କ୍ରୀଡ଼ା ଆୟୋଜନ ଭାବେ ଗଣା ଯାଏ। ଅଲିମ୍ପିକ ପରି ଏଥିରେ ବି ବିଭିନ୍ନ ଖେଳର ସ୍ପର୍ଦ୍ଧାରେ ପ୍ରତିଯୋଗୀମାନେ ଭାଗ ନେଇଥାନ୍ତି। ଏସୀୟ କ୍ରୀଡ଼ାରେ କେବଳ ଏସିଆ ମହାଦେଶର ଦେଶମାନେ ଭାଗ ନେଇଥାନ୍ତି। ପ୍ରଥମ ଏସିଆଡ଼ ୧୯୫୧ ମସିହାରେ ନୂଆ ଦିଲ୍ଲୀ ଠାରେ ଆୟୋଜିତ ହେଇ ଥିଲା। ଆରମ୍ଭରୁ ୧୯୭୮ ଯାଏ ଏସୀୟ କ୍ରୀଡା ମହାସଂଘ ଏହାକୁ ଆୟୋଜନ କରୁଥିଲା। ୧୯୭୮ପରଠାରୁ ଏହାର ଆୟୋଜନ ଏସୀୟ ଓଲିମ୍ପିକ ପରିଷଦ କରିଆସୁଛି। ଏହି କ୍ରୀଡା ସମାରୋହ ଅନ୍ତର୍ଜାତିକ ଅଲିମ୍ପିକ ପରଷଦ ଦ୍ଵାରା ସ୍ବୀକୃତ।

ଆଧାର[ସମ୍ପାଦନା]