ଉଇକିପିଡ଼ିଆ ଆଲୋଚନା:ଜନ୍ମତିଥି/୧୩/ପରିଚାଳନା

Page contents not supported in other languages.
ଉଇକିପିଡ଼ିଆ‌ରୁ

ପରିଚାଳନା କମିଟି[ସମ୍ପାଦନା]

ଆଗାମୀ ଜୁନ ୩ ତାରିଖରେ ଆମ ଉଇକି ନିଜର ୧୩ତମ ଜନ୍ମତିଥି ପାଳନ କରିବ, ଏହାକୁ ଭଲରେ ପାଳନ କରିବା ପାଇଁ ସମସ୍ଥଙ୍କ ସହଯୋଗ ଦରକାର । ଉଇକିଆଳିମାନେ ନିଜ ସହଯୋଗର ହାତ ବଢ଼ାଇବା ଲାଗି ଏହି ପୃଷ୍ଠାଟି [ସମ୍ପାଦନା] କରି ସବିଶେଷ ପାଇଁ ଥିବା ତାଲିକା ପର * ପରେ ନିଜ ନାମ ଲେଖିବେ ।

କାମ ସବିଶେଷ ଉଇକିଆଳି
ହଲ ପରିଚାଳନା
  • ହଲ ବୁକିଂ
  • ଆଗୁଆ ହଲ ଆଗରେ ବ୍ୟାନର, ତୋରଣ ଆଦି ଲଗାଇବା
  • ହଲରେ ସାଉଣ୍ଡ, ପ୍ରୋଜେକ୍ଟର ଆଦିର ତଦାରଖ
ସୁଭାସିସ ପାଣିଗାହି (ଆଳାପ) ୦୬:୦୫, ୧୨ ମଇ ୨୦୧୫ (UTC), ଭାର ମୁଁ ଉଠେଇବି.-Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୭:୨୪, ୭ ମଇ ୨୦୧୫ (UTC)
ଖର୍ଚ୍ଚ ଅଟକଳ
  • ଖର୍ଚ୍ଚ ଅଟକଳ ଚୂଡ଼ାନ୍ତ
  • ଗ୍ରାଣ୍ଟ ଆବେଦନ
  • ବିଭିନ୍ନ ବିଭାଗରେ ପଇସା ବଣ୍ଟନ
ଦାୟିତ୍ଵ ନେବି ।--Nirmalbarik (ମୋ ଆଲୋଚନା) ୦୨:୩୩, ୧୪ ମଇ ୨୦୧୫ (UTC)
ଛପା ଶିକ୍ଷଣ, ଷ୍ଟିକର ଓ ଅନ୍ୟାନ୍ୟ ବିତରଣ ଜିନିଷ ଡିଜାଇନ, ଛପା
ସଭା ପରିଚାଳନା
  • ଚା-ଜଳଖିଆ ଆଦି ଅଣାଇବା ଓ ବିତରଣ
  • ଫୁଲତୋଡ଼ା ଆଦି ଅଣାଇବା
ଭାର ମୁଁ ଉଠେଇବି.-Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୭:୨୪, ୭ ମଇ ୨୦୧୫ (UTC)
ମଞ୍ଚ ପରିଚାଳନା
  • ଅତିଥି ପରିଚୟ ପ୍ରଦାନ
  • ବିବରଣୀ ପାଠ
ସୋସିଆଲ ମିଡ଼ିଆ ପରିଚାଳନା
  • ଫେସବୁକ, ଟୁଇଟର ଆଦିରେ ପ୍ରଚାର
ଭାର ମୁଁ ଉଠେଇବି.-Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୭:୨୪, ୭ ମଇ ୨୦୧୫ (UTC)
ଅତିଥି ଆମନ୍ତ୍ରଣ
  • ଅତିଥି ମାନଙ୍କୁ ଭେଟି ଆମନ୍ତ୍ରଣ
  • ସେମାନେ ସଭାସ୍ଥଳେ ପହଞ୍ଚିଲେ ସେଠୁ ପାଛୋଟି ନେଇ ସତ୍କାର
  • ତାଙ୍କୁ ଛପା ଶିକ୍ଷଣ, ବିବରଣୀ ଆଦି ଦେବା ଓ ବୁଝାଇବା
  • ତାଙ୍କୁ ମଞ୍ଚ ଉପରକୁ ଯିବାରେ ସହଯୋଗ
  • ସଭା ସମୟରେ ତାଙ୍କୁ ଆବଶ୍ୟକ ପଡ଼ିଲେ ସହଯୋଗ
  • ସଭା ସାଙ୍ଗ ହେଲେ ବାଟେଇ ଆସିବା
ଭାର ମୁଁ ଉଠେଇବି.-Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୭:୨୪, ୭ ମଇ ୨୦୧୫ (UTC)
ଗଣମାଧ୍ୟମରେ ପ୍ରଚାର
  • ସମସ୍ତ ଏଫଏମ ରେଡ଼ିଓ/ଟିଭି/ଓଡ଼ିଆ ଏବଂ ଇଂରାଜୀ ସମ୍ବାଦପତ୍ରରେ ଆଜିର କାର୍ଯ୍ୟକ୍ରମ ସ୍ତମ୍ଭରେ ସୂଚନା କିମ୍ବା ବିଜ୍ଞାପନ
  • ସେହିଦିନ ଅଥବା ପରଦିନ ଅୟୋଜିତ ଖବର ପରିବେଷଣରେ ସ୍ଥାନ ପାଇବା
  • ଗଣମାଧ୍ୟମ ସମ୍ବାଦିକଙ୍କୁ ନିମନ୍ତ୍ରଣ ଏବଂ ସମ୍ପର୍କ
କାମ
  • edit-a-thon
କାମ

ପୁରସ୍କାର ବିତରଣ[ସମ୍ପାଦନା]

ବିଭିନ୍ନ ବିଭାଗରେ ଅସାଧାରଣ ପ୍ରତିଭାର ପରିଚୟ ଦେଇଥିବା ଉଇକିଆଳିଙ୍କୁ ଓଡ଼ିଆ ଉଇକିମିଡ଼ିଆ ସଂଘ ତରଫରୁ ପୁରସ୍କୃତ କରାଯିବ । ଏଥି ନିମନ୍ତେ ଦୁଇ/ତିନିଜଣ ପୁରୁଖା ଉଇକିଆଳି (ପରିଚାଳକ) ବିଭିନ୍ନ ବିଷୟକୁ ଆଖି ଆଗରେ ରଖି ପୁରସ୍କାର ପାଇବା ଯୋଗ୍ୟ ଉଇକିଆଳିଙ୍କୁ ବାଛିବେ ।

ନିୟମାବଳୀ:

  • ଜଣେ ନିଜେ ନିଜକୁ ନିର୍ବାଚିତ କରିପାରିବେ ନାହିଁ ।
  • କେବଳ ୧୦ରୁ ଅଧିକ ସମ୍ପାଦନା କରିଥିବା ଉଇକିଆଳି ଅନ୍ୟ କାହାକୁ ନିର୍ବାଚିତ କରିପାରିବେ ।

ପରିଚାଳନା[ସମ୍ପାଦନା]

ଏହି କାମଟିକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଦୁଇଜଣ ପରିଚାଳକ ତଳେ ନିଜେ ନିଜକୁ ମନୋନୀତ କରିବେ ।

ମନୋନୟନର ବିଷୟମାନ ହେଲା:

  1. ଉଇକିପ୍ରକଳ୍ପ ପରିଚାଳନା (କୌଣସି ଉଇକିପ୍ରକଳ୍ପରେ ସର୍ବାଧିକ ଉନ୍ନତମାନର ପ୍ରସଙ୍ଗ ତିଆରେ ମୁଖ୍ୟ ଭୂମିକା ନିଭାଇଥିବା ଉଇକିଆଳି)
  2. ଉଇକିମିଡ଼ିଆ କାରିଗରୀ (ବିଭିନ୍ନ ଉଇମିଡ଼ିଆ କାରିଗରୀ ବା ଟେକନୋଲୋଜି ତିଆରେ ଅବଦାନ ପାଇଁ ପୁରସ୍କାର)
  3. ସାମଗ୍ରୀକ ପ୍ରସଙ୍ଗ ଉନ୍ନତୀକରଣ (ବିଭିନ୍ନ ଧରଣର ପ୍ରସଙ୍ଗର ଉନ୍ନତିକରଣ ନିମନ୍ତେ ଅବଦାନ ପାଇଁ)
  4. ନୂଆ ଉଇକିଆଳି (ନୂତନ ଭାବେ ଯୋଗଦେଇ ଉଇକିପିଡ଼ିଆର ଉନ୍ନତିକଳ୍ପେ ଅସାଧାରଣ ଦକ୍ଷତା ପ୍ରତିପାଦନ କରିବା ନିମନ୍ତେ)

* ଶେଷ ତାରିଖ: ମଇ୨୪ ତାରିଖ ରାତି ୧୨ ଟା

[ନିଜ ମତ ଦିଅନ୍ତୁ]

ପୁରସ୍କାର ପାଇଁ ନାମ ଗୁପ୍ତ ରଖିବା[ସମ୍ପାଦନା]

      • ପୁରସ୍କାର ପାଇବା ପାଇଁ ଯୋଗ୍ୟ ଉଇକିଆଳି ନାମକୁ ଗୁପ୍ତ ରଖିଲେ ଭଲ ହୁଅନ୍ତା ।--Dsasanka (ମୋ ଆଲୋଚନା) ୦୧:୦୪, ୨୦ ମଇ ୨୦୧୫ (UTC)
ଖୁବ ସୁଚିନ୍ତିତ ମତାମତଟିଏ, କାର୍ଯ୍ୟକାରୀ କରାଗଲା । :) --ସୁଭାସିସ ପାଣିଗାହି (ଆଳାପ) ୦୮:୪୪, ୨୦ ମଇ ୨୦୧୫ (UTC)

କିଛି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ[ସମ୍ପାଦନା]

ହାତରେ ଆଉ ଅଳ୍ପ ଦିନ ଥିବାରୁ କିଛି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ବାବଦରେ କହିରଖୁଛି । ହୁଏତ ଆପଣ ସମସ୍ତେ ଏଥିରେ ସହମତି ଦେଲେ ବୋଲି ଏଠାରେ ଲେଖିବା ପାଇଁ ବେଳ ପାଇନ ପାରନ୍ତି । ତେଣୁ ଯଦି କିଛି ଭିନ୍ନ ମତ ବା ଅମତ ଥାଏ ତଳେ ଲେଖିବେ, ଅଥବା ଆପଣ ଏହା ଗ୍ରହଣ କଲେ ବୋଲି ମାନିବି । ଆମେ ସାଧାରଣତଃ ସହମତି, ଅମତ ଓ ଭିନ୍ନମତ ପାଇଁ ଅଲଗା ଅଲଗା ବିଭାଗ ରଖୁ । ସମୟର ଅଭାବ ହେତୁ ସମସ୍ତେ କାଳେ ବେଳ ନ ପାଇବେ ଓ ତାହା କାମରେ ବାଧା ନ ଉପୁଜାଉ ଏ କଥା ବିଚାରି କେବଳ ଅମତ/ଭିନ୍ନମତ ପାଇଁ ତଳେ ଉପବିଭାଗ ରଖାଗଲା ।

  • ଜୁନ ୩ ତାରିଖ ଦିନ ସକାଳ ୮ରୁ ୧୦ ଭିତରେ ଆମେ ସଭାମଞ୍ଚ ସଜାଣି ଓ ଅନ୍ୟାନ୍ୟ ବିଷୟ ପରିଚାଳନା କାମରେ ଲାଗି ୧୦ଟା ସୁଦ୍ଧା ସବୁ କାମ ସାରିବା ପାଇଁ ଚେଷ୍ଟା କରିବା । ୧୦ ଟା ବେଳକୁ ନାଲକୋନଗରରୁ ବାକି ସାଥିମାନେ ପହଞ୍ଚିବେ । ସକାଳ ୧୦ଟାରୁ ସଞ୍ଜ ୫ ଟା ଯାଏ ଆମେମାନେ ତିନୋଟି ମୁଖ୍ୟ ବିଷୟ:
    • ଉଇକିପିଡ଼ିଆ:ନିୟମାବଳୀ ପୃଷ୍ଠାରେ ବିଭିନ୍ନ ସମ୍ପାଦନା-ଭିତ୍ତିକ ନିୟମାବଳୀ ବାବଦରେ ଆଲୋଚନା ଓ ସିଦ୍ଧାନ୍ତ
    • ପୁରୁଣା କାମ ବାବଦରେ ସମାଲୋଚନା, ଶିକ୍ଷା ଓ ଆଗାମୀ କାମ ବାବଦରେ ଆଲୋଚନା
  • ଓଡ଼ିଆ ଉଇକିପିଡ଼ିଆର ୧୨ ବର୍ଷ ପୂରଣ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା । ଆମେ ଏହି ଉତ୍ସବ ପାଳନଟିକୁ ସ୍ଥାନୀୟ ନ କରି କିଛି ମାତ୍ରାରେ ପଡ଼ୋଶୀ ଭାଷାର ସମୂହମାନଙ୍କୁ ଏଥିରେ ଭାଗ ନେବା ପାଇଁ ଆମନ୍ତ୍ରଣ କରିବା ଉଚିତ । ଏଥି ସହିତ ଆମ ଦେଶରେ ଉଇକିମିଡ଼ିଆ ଅଭିଯାନର ଏକ ମୁଖ୍ୟ ଅଙ୍ଗ "ଉଇକିମିଡ଼ିଆ ଇଣ୍ଡିଆ"କୁ ମଧ୍ୟ ଔପଚାରିକ ଭାବେ ଆମନ୍ତ୍ରଣ କରିବା ଉଚିତ । ମୋ ମତରେ ବରିଷ୍ଠତମ ସଦସ୍ୟ ସୁବାସ ସାର ଉଇକିମିଡ଼ିଆ ଇଣ୍ଡିଆର ସାଥିମାନଙ୍କୁ ଆମନ୍ତ୍ରଣଟିଏ ପଠାଇଲେ ଭଲ ହୁଅନ୍ତା । ଆମ ପଡ଼ୋଶୀ ସମୂହ ଭିତରେ ଅନେକ ଉଇକିଆଳି ଏକାଧିକ ଉଇକିପ୍ରକଳ୍ପରେ ସକ୍ରିୟ । ସେମାନଙ୍କୁ ଆମନ୍ତ୍ରଣ କଲେ ଆମେ ସେମାନେ ସକ୍ରିୟ ଥିବା ସମୂହର ଯୋଗଦାନ ଓ ସେଠାରେ ସେମାନଙ୍କୁ ମିଳୁଥିବା ଶିକ୍ଷା ପାଇପାରିବୁ । ମୋର ବ୍ୟକ୍ତିଗତ ମତ ବଙ୍ଗଳା ଓ ଉଇକିମିଡ଼ିଆ କମନ୍ସରେ ସକ୍ରିୟ ଥିବା ସୁଜୟ ଘୋଷ (ସେ ଜଣେ ଟ୍ରେନ-ଦି-ଟ୍ରେନର ଯୋଗଦାନୀକାରୀ ଥିଲେ) ଓ ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ ତଥା କମନ୍ସରେ ସକ୍ରିୟ ଥିବା ମୁଜାମିଲ ଆମ ପାଖାପାଖି ଥିବା ଦୁଇଜଣ ଉଇକିଆଳି ଓ ଆମ ଉତ୍ସବର ଆଭିମୁଖ୍ୟ ପାଇଁ ତାଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ ରହିପାରିବ। ତେବେ ଆପଣମାନେ ତଳେ ଅନ୍ୟ ଉଇକିଆଳିଙ୍କ ନାମ ଜଣାଇପାରିବେ ।
  • ହରିରାମ ପନସାରି (ନାଲକୋ, ରେବତୀ ଓଡ଼ିଆ କନଭର୍ଟରର ନିର୍ମାତା) ଓ ଡ ରଜତ କୁମାର ମହାନ୍ତି (ଭିଜିଟିଂ ଫାକଲ୍ଟି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ନାଚୁରାଲ ଲାଙ୍ଗୁଏଜ ପ୍ରୋସେସିଙ୍ଗ ଉପରେ IIT ବମ୍ବେରେ ତାଙ୍କର ଗବେଷଣା) ଓଡ଼ିଆ କମ୍ପୁଟିଂ ଉପରେ ପ୍ରେଜେଣ୍ଟେସନ ଦେବା ପାଇଁ ଆମ ଅନୁରୋଧ ରକ୍ଷା କରିଛନ୍ତି ।

ଉପର ବିଷୟରେ କିଛି ଯୋଡ଼ିବାର ଥିଲେ, ଅମତ/ଭିନ୍ନମତ ଥିଲେ ନିଶ୍ଚେ ତଳେ ପ୍ରକାଶ କରିବେ । --ସୁଭାସିସ ପାଣିଗାହି (ଆଳାପ) ୧୨:୩୩, ୨୬ ମଇ ୨୦୧୫ (UTC)

ଅମତ[ସମ୍ପାଦନା]

ଭିନ୍ନମତ[ସମ୍ପାଦନା]