ଉଇକିପିଡ଼ିଆ ଆଲୋଚନା:ଜନ୍ମତିଥି

Page contents not supported in other languages.
ଉଇକିପିଡ଼ିଆ‌ରୁ

ଜନ୍ମତିଥି[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି ଆମେ ୨୦୦୪ ମସିହା ଜାନୁଆରୀ ୨୯ ରେ ହୋଇଥିବା ପ୍ରଥମ ସମ୍ପାଦନା ଆଧାରରେ ପାଳନ କରୁଛେ । କିନ୍ତୁ ସେହି ସମ୍ପାଦନା ଇତିହାସର ଲିଙ୍କ କେଉଁଠି ପୂର୍ବରୁ ଦିଆଯାଇଛି କି? ମୁଁ ଆଲୋଚନା ସଭା ଅଭିଲେଖରେ ଓ ଉଇକିପିଡ଼ିଆ:ମେଳଣ/ଓଡ଼ିଆ ଉଇକିପିଡ଼ିଆର ୮ତମ ଜନ୍ମତିଥିରେ ପାଇଲିନି । ଏହା ଯେଉଁ ସ୍ଥିର କରାଯାଇଥିଲା କେଉଁଠି ଆଲୋଚନା ହୋଇଥିଲା କି? ଯଦି ହୋଇଥିଲା କେଉଁଠି? ମୃତ୍ୟୁଞ୍ଜୟ ଭାଇ, ସୁଭାସିସ ଦୟାକରି କଣ ଜାଣିଛନ୍ତି ଜଣାଇବେ? ମୋର ସନ୍ଧାନ ଅନୁସାରେ ମୁଁ ୨୦୦୨ ମସିହା ଓ ୨୦୦୪ ମସିହାର କିଛି ସମ୍ପାଦନା ପାଇଛି, ୨୦୦୨ର ସମ୍ପାଦନା ଲିଭାହୋଇସାରିଛି, ୨୦୦୪ Jan ୨୯ର ସମ୍ପାଦନା ଇଉଜର "MediaWiki_default" ଦ୍ଵାରା, ଯାହା ଏକ ବଟ । ଏ ବିଷୟରେ କଣ କହିବେ ଆପଣମାନେ? -- ଅଂଶୁମାନ ତାର ଯୋଡ଼ିବେ? ୦୭:୪୯, ୧୨ ଫେବୃଆରୀ ୨୦୧୪ (UTC)

ଅଂଶୁମାନ, ଏହି ଲିଙ୍କରେ ଦିଆଯାଇଥିବା ବଦଳଟି ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ବଦଳ । ଏହା ସିଜୁ ଏହି ପୃଷ୍ଠାରେ ଉଲ୍ଲେଖ କରିଛନ୍ତି । ତେଣୁ ସେହି ଲିଙ୍କ ଅନୁସାରେ ୨୦୧୨ ପରଠାରୁ ଏହି ଦିନ ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି ଭାବେ ପାଳନ କରାଯାଉଛି । ମୋର ବିଶ୍ୱାସ ତା' ଆଗରୁ ଆଉ କିଛି ବଦଳ ହୋଇନ‌ଥିଲା । ମୃତ୍ୟୁଞ୍ଜୟ ଭାଇଙ୍କ ମତ କଣ? ଏହି ପୃଷ୍ଠାର ତ‌ଥ୍ୟଗୁଡ଼ିକୁ ବ୍ୟବ‌ହାର କରି ଓଡ଼ିଆ ଉଇକିପିଡ଼ିଆର ଇତିହାସ ପୃଷ୍ଠାଟିକୁ ସମୃଦ୍ଧ କରାଯାଇପାରିବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୮:୪୬, ୧୨ ଫେବୃଆରୀ ୨୦୧୪ (UTC)
  • ସେହି ମେଟା ପୃଷ୍ଠା ଅନୁସାରେ te:Special:diff/1 ତେଲୁଗୁ ଉଇକି ପାଇଁ ସମାନ ତାରିଖ ଆଉ ପୃଷ୍ଠା ମଧ୍ୟ ସମାନ, Templete:All messages କିନ୍ତୁ te:WP:Tewiki10ରୁ ଜଣାପଡୁଛି ସେମାନେ ୨୯ ଜାନୁଆରୀ ୨୦୦୪ କୁ ପାଳନ ନକରି ୧୦ ଡିସେମ୍ବର ୨୦୦୩ ପାଳନ କରୁଛନ୍ତି ।
  • ଓଡ଼ିଆ ଉଇକିରେ Special:Diff/1ର ତାରିଖ ୨୯ ଜାନୁଆରୀ ୨୦୦୪ ଓ Special:Diff/2ର ୩ ଜୁନ ୨୦୦୨, ତ diff/oldid ଓ ତାରିଖ କ୍ରମରେ ରହୁନି ।
  • Special:Diff/2ର ସଂସ୍କରଣକୁ ପୁନସ୍ଥାପନ କରିବା ପରେ ଆମେ ଦେଖିପାରିବା ତାରିଖ ୨୦୦୨/୦୬/୦୩, ଆମେ ଯେଉଁ କହୁଛେ ୨୦୦୨ ରେ ଆରମ୍ଭ ହୋଇଥିଲା ତାହା ଏହି ବଦଳ ପାଇଁ, ଆଉ କିଛି ବଦଳ ୨୦୦୨ରୁ ମିଲୁନି ।
  • ୨୯ ଜାନୁଆରୀ ୨୦୦୪ ରେ ବଟ ବଦଳକୁ ମାନିବାରେ କିଛି ଯଥାର୍ଥତା ନାହିଁ, କାରଣ ୨୦୦୮/୨୦୦୯ ପର୍ଯ୍ୟନ୍ତ ସେମିତି କିଛି ଓଡିଆରେ ଲେଖାହେଇନି । ଆମେ ୨୦୦୫ର Special:Diff/2172, ୨୦୦୬ର Special:Diff/5076 ବା ପ୍ରଧାନ ପୃଷ୍ଠାର ଇତିହାସ ଅନୁସାରେ Special:Diff/5092/Special:Diff/5093 କୁ ମଧ୍ୟ ବିଚାର କରିପାରିବା ।
  • ମୋ ମତରେ diff 2 ଅନୁସାରେ ୩ ଜୁନ ୨୦୦୨ (ପ୍ରଧାନ ପାତା)ର ବଦଳକୁ ମାନିବା ଠିକ ହେବ, ଯେହେତୁ ଏବିଷୟରେ ଆଗରୁ କିଛି ଆଲୋଚନା ହେଇନି ଆମେ ବିଚାର କରି ସ୍ଥିର କରିପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୦୪:୧୮, ୧୩ ଫେବୃଆରୀ ୨୦୧୪ (UTC)
ଯୁକ୍ତିଯୁକ୍ତ ଲାଗୁଛି ଉପରର ସମସ୍ତ କ‌ଥା । ସମସ୍ତଙ୍କ ମ‌ତକୁ ଅପେକ୍ଷା, ଆଉ ଏମିତି ହେଲେ ଜୁନ ୩ରେ ଆଉଥରେ ଜନ୍ମତିଥି ପାଳନ ହେବ? :) --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୯:୧୦, ୧୩ ଫେବୃଆରୀ ୨୦୧୪ (UTC)
ମୁଁ ଖୋଜି ମୋ ମତରଖିଲି, ଆପଣମାନଙ୍କ ଇଚ୍ଛା । ତିନିବର୍ଷ ପାଳନ କରିଛେ, ଆଶା ତିରିସ ବର୍ଷ ପାଳନ କରିବା ତ ସଠିକ ତାରିଖରେ ପାଳନ କଲେ ଭଲ । -- ଅଂଶୁମାନ ତାର ଯୋଡ଼ିବେ? ୦୩:୦୭, ୧୫ ଫେବୃଆରୀ ୨୦୧୪ (UTC)
ମୋ ମତରେ ଜୁନ ୩ ହିଁ ଠିକହେବ । କିନ୍ତୁ ଏ ବର୍ଷ ଆଉଥରେ ପାଳନ କରିବା ହାସ୍ୟାସ୍ପଦ ହେବ ।--ଶିତିକଣ୍ଠ (ଆଲୋଚନା) ୦୫:୨୪, ୧୫ ଫେବୃଆରୀ ୨୦୧୪ (UTC)
ଯଦି ପ୍ରଥମ ସମ୍ପଦନାକୁ ଜନ୍ମଦିନ ଭାବେ ପାଳନ କରାଯିବ ତେବେ or.wikipedia.orgରେ ପ୍ରମାଣିତ ହେଇପାରୁଥିବା ଭଳି ସମ୍ପାଦନାଟି ହେଉଛି ପ୍ରଧାନ ପ୍ରତା ଆଉ ସେଇ ଅନୁସାରେ ଜୁନ 3 ହିଁ ଜନ୍ମଦିନ ରୂପେ ପାଳନ କରାଯିବା ଉଚିତ । ଜଣାଶୁଣା ପ୍ରସଙ୍ଗ ହିସାବରେ ଭାରତକୁ ନିଆଯାଇପାରିବ । ଯଦି ଏହି ସବୁ ଜିନିଷର ସେମିତି କିଛି ସଠିକ ତଥ୍ୟ ମିଳୁନାହିଁ ତ ମୋ ମତରେ or.wikipedia.orgରେ ଯେଉଦିନ ଓଡ଼ିଆ ଉଇକିପେଡିଆ ଲେଖା ହେଲା ସେହିଦିନକୁ ମଧ୍ୟ ପାଳନ କରାଯାଇପାରିବ । ଆଉ ଯଦି ଜୁନ ୩କୁ ପାଳନ କରାଯାଉଛି ତେବେ ଏଇ ବର୍ଷ ପାଳନ କଲେ ଭଲ ହେବନି ବିଭିନ୍ନ ଆଡୁ ବିଭିନ୍ନ ପ୍ରଶ୍ନ ଆସିବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୯:୩୦, ୧୫ ଫେବୃଆରୀ ୨୦୧୪ (UTC)
ମତେ ୨୫ ମାର୍ଚ୍ଚ (୨୦୦୫) ଅଧିକ ଯୁକ୍ତିଯୁକ୍ତ ଲାଗୁଛି ( ପ୍ରଧାନ ପାତାରେ ଓଡ଼ିଆ ଲିପିର ପ୍ରଥମ ବ୍ୟବହାର)। ୩ ଜୁନ (୨୦୦୨) କୁ ଆରମ୍ଭ ଧରିଲେ ଆଉ ୪ମାସପରେ ଦ୍ଵାଦଶ ଜନ୍ମତିଥି ପାଳନ କରିବା ଉଚିତ ହେବ । ଅଂଶୁମାନ ଭାଇ ଏହି ପ୍ରଶଂସନୀୟ ଉଦ୍ୟମ (ଜନ୍ମତିଥିର ଆଧାର ସମ୍ବନ୍ଧୀୟ ପ୍ରାମାଣିକ ତଥ୍ୟ) ନିମନ୍ତେ ମୋ ତରଫରୁ ଶୁଭେଚ୍ଛା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୨୮, ୧୮ ଫେବୃଆରୀ ୨୦୧୪ (UTC)
ମୃତ୍ୟୁଞ୍ଜୟ ଭାଇ ୨୫ ମାର୍ଚ୍ଚ ୨୦୦୪ର Special:Diff/765 ସମ୍ପାଦନା? ହଁ କିନ୍ତୁ "ପ୍ରଧାନ ପାତା" ପୃଷ୍ଠାର ନାମ ଓଡିଆ ଲିପି ପରା ଯାହା ୩ ଜୁନ ୨୦୦୨ ରେ ଲେଖାଯାଇଛି, ସେଇଟା ପ୍ରଥମ ବ୍ୟବହାର ନୁହେଁ କି? ଧନ୍ୟବାଦ ଭାଇ.. -- ଅଂଶୁମାନ ତାର ଯୋଡ଼ିବେ? ୧୧:୦୩, ୨୮ ଫେବୃଆରୀ ୨୦୧୪ (UTC)
  • ଏହି ଆଲୋଚନାରେ ଭାଗ ନେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ତାହେଲେ ଏବେଠୁ ୩ ଜୁନ :) କିନ୍ତୁ ଆସନ୍ତା ବର୍ଷଠୁ ପାଳନ କରିବା ଠିକ ହେବ, ଯେଉଁମାନେ ପ୍ରଶ୍ନ କରିବେ ସେମାନଙ୍କୁ ଏହି ସମ୍ପାଦନା ଓ ଓଡ଼ିଆ ଲିପିର ପ୍ରଥମ ବ୍ୟବହାର ବିଷୟରେ ଅବଗତ କରାଇପାରିବେ । -- ଅଂଶୁମାନ ତାର ଯୋଡ଼ିବେ? ୧୧:୦୩, ୨୮ ଫେବୃଆରୀ ୨୦୧୪ (UTC)

ଜୁନ ୨୦୧୪ ଗଣ ସମ୍ପାଦନା ପାଇଁ ଆଲୋଚନା[ସମ୍ପାଦନା]

  • ଆସନ୍ତା ୩ ଜୁନରେ ଆମ ଓଡ଼ିଆ ଉଇକିପିଡ଼ିଆକୁ ବାର ବର୍ଷ ପୁରିବ । ଏ ଅବସରରେ ଗୋଟାଏ ସମୂହ ସମ୍ପାଦନ କାର୍ଯ୍ୟକ୍ରମ କରିବାକୁ ମୁଁ ପ୍ରସ୍ତାବ ରଖୁଛି । ସମସ୍ତେ ରାଜି ହେଲେ, ଆମେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ଵମାନଙ୍କ ବିଷୟରେ ସେଦିନ ସମସ୍ତେ ଲେଖିପାରିବେ । ସମସ୍ତଙ୍କର ମତାମତ ଓ ଦିଗଦର୍ଶନ ଅପେକ୍ଷାରେ ରହିଲି ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୪୫, ୧୪ ମଇ ୨୦୧୪ (UTC)
ଏହି ଆଲୋଚନାଟି ଆରମ୍ଭ କରିଥିବାରୁ ଢେର ସାଧୁବାଦ ପ୍ରିତି ଭାଇ
  • ମୁଁ ଜଣେ ଉଇକିଆଳି ଭାବେ ଏଥିରେ ଭାଗନେବି ଆଉ ଯେତେ ସମ୍ଭବ ହେବ ପ୍ରସଙ୍ଗର ସମ୍ପାଦନା କରିପାରିବି କରିବି ।
  • ଏଥି ସହିତ ଜଣେ କର୍ମଚାରୀ ଭାବେ ଅଧିକ ଗଣମାଧ୍ୟମ ଓ ଅନ୍ୟାନ୍ୟ ମାଧ୍ୟମରେ ପ୍ରଚାର ଓ ପ୍ରସାର, ଏହାର ଫଳାଫଳ ବାବଦରେ ବିବରଣୀ, ଅନୁଶୀଳନ ଆଦି କରିବି ।
  • ତେବେ କେବଳ ଗୋଟିଏ ଦିନ ନ କରି ଏହାକୁ ମାସଯାକ କଲେ ସୁଫଳ ମିଳିବ ବୋଲି ମୋର ବ୍ୟକ୍ତିଗତ ମତ । ସେମିତି ହେଲେ ଫଳାଫଳ ବି ଅଧିକ ମିଳିବ ଆଉ ସବୁ ଦିନ ଶେଷରେ ଆମେ ଘୋଷଣା ବି କରିପାରିବା ସେ ଦିନର ଶ୍ରେଷ୍ଠ ସମ୍ପାଦକ ଯାହା ସେହି ଉଇକିଆଳିଙ୍କୁ ଅଧିକ ଉତ୍ସାହିତ କରିବ ।
@Hellohappy: (ପ୍ରିତି ଭାଇ), ଅନୁରୋଧ କରୁଛି କି ଉଇକିପିଡ଼ିଆ:ଜନ୍ମତିଥି/୧୨ ବା ଉପଯୁକ୍ତ ନାମଟିଏ ଦେଇ ସେଠାରେ ପ୍ରସଙ୍ଗର ନାମର ଏକ ତାଲିକା ଦେଇପାରିଲେ ଭଲ ହେବ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୬:୪୪, ୧୪ ମଇ ୨୦୧୪ (UTC)
ଏକମତ । ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ଵ ଭାବରେ ଓଡ଼ିଶାର ପଦ୍ମ ସମ୍ମାନପ୍ରାପ୍ତ, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ ମାନଙ୍କ ବାବଦରେ ପ୍ରସଙ୍ଗ ତିଆରି କରିପାରିବା, ତେବେ ଉପଯୁକ୍ତ/ ଯଥେଷ୍ଟ ଆଧାର ପାଇବା ଏକ ମୁଖ୍ୟ ସମସ୍ୟା ହେବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୪:୦୫, ୧୫ ମଇ ୨୦୧୪ (UTC)
ମୃତ୍ୟୁଞ୍ଜୟ ଭାଇଙ୍କ ଦ୍ଵାରା ଉପରେ ଦେଇଥିବା ତାଲିକା ସହିତ ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଆମ ଗାଁ ଆମ ପଞ୍ଚାୟତ କୁ ମଧ୍ୟ ଅନ୍ତର୍ଭୁକ୍ତ କରାଗଲେ ଭଲ ହୁଅନ୍ତା। ଅଧିକ ପ୍ରସଙ୍ଗର ତାଲିକା ହେଲେ ନୂଆମାନକୁ ଲେଖିବାକୁ ଆଗଭର କରାଇବ । ଯଦି ବିଶିଷ୍ଟ ବ୍ୟକ୍ତି ମାନଙ୍କ ପ୍ରସଙ୍ଗ କ୍ଷେତ୍ରରେ ଆଧାରର ସମସ୍ୟା ହେବ, ପରେ ଅଭିଜ୍ଞ ମାନେ ଉପଯୁକ୍ତ ଆଧାର ଦେଇ ଉନ୍ନତ କରିପାରିବା । ଆଉ କେତେ ଦିନ ପାଇଁ କରାଯିବ ତାହା ଆସନ୍ତା IRC ରେ ସ୍ଥିର କରିପାରିବା। --ଆଦିତ୍ୟ ମହାର (ଆଲୋଚନା) ୧୩:୧୩, ୨୦ ମଇ ୨୦୧୪ (UTC)