ଉଇକିପିଡ଼ିଆ:ଶିକ୍ଷଣ/Editing

ଉଇକିପିଡ଼ିଆ‌ରୁ
ଆରମ୍ଭ   ସମ୍ପାଦନା   ସଜାଡ଼ିବା   ଉଇକିପିଡ଼ିଆର ଲିଙ୍କସବୁ   ଆଧାର ଦେବା   ଆଲୋଚନା ପୃଷ୍ଠା   ଜାଣିବା କଥା   ନୂଆ ଖାତା ଖୋଲିବା   ଶେଷ କଥା    
ଲେଖାଟିକୁ ବଦଳାଇବା ପାଇଁ "ଏହାକୁ ବଦଳାନ୍ତୁ" ପତିଟି ଉପରେ କ୍ଲିକ କରନ୍ତୁ

କେତେକ କିଳାଯାଇଥିବା ପୃଷ୍ଠାକୁ ଛାଡ଼ି ପ୍ରତି ପୃଷ୍ଠାରେ ଏକ "ଏହାକୁ ବଦଳାନ୍ତୁ " ପତି ରହିଛି ଯାହା ଆପଣଙ୍କୁ ସେହି ପୃଷ୍ଠାକୁ ସମ୍ପାଦନା କରିବାରେ ସାହାଯ୍ୟ କରିଥାଏ । ଏହା ଉଇକିପିଡ଼ିଆର ଏକ ସାଧାରଣ ସୁବିଧା ଯାହା ଏକ ପ୍ରସଙ୍ଗରେ ଥିବା ଭୁଲଭଟକାକୁ ସୁଧାରି ତାହାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ କିଛି ନୂଆ ତଥ୍ୟ ଯୋଗ କରୁଛନ୍ତି ତେବେ ସେଥିରେ ଦୟାକରି ମୂଳ ଆଧାର, ବା ଯେଉଁଠାରୁ ଆପଣ ତଥ୍ୟଟି ଜାଣିବାକୁ ପାଇଛନ୍ତି ତାହା ଉଲ୍ଲେଖ କରନ୍ତୁ, କାରଣ, ଆଧାର ବିନା ଲେଖାଯାଇଥିବା ତଥ୍ୟ ହଟାଇଦିଆଯିବାର ସମ୍ଭାବନା ଥାଏ

ଆପଣ ଯେତେବେଳେ ଏକ ପୃଷ୍ଠାରେ କିଛି ବଦଳାନ୍ତି ସମ୍ପାଦନା ସାରକଥା ଘରେ ଆପଣଙ୍କ ସମ୍ପାଦନାର ସମ୍ପାଦନା ସାରକଥାଟିଏ ଲେଖିବା ଉଚିତ (ଏହା ସମ୍ପାଦନା ଘର ତଳେ ପାଇପାରିବେ । ଆପଣଙ୍କ ସମ୍ପାଦନା ସାରକଥାଟି ଅଳ୍ପ ହେଲେ ବି କିଛି ଅସୁବିଧା ନାହିଁ । ଯଥା, ଯଦି ଆପଣ ଏକ ବନାନ ସୁଧାରିଲେ, କେବଳ "ବନାନ" ବୋଲି ସମ୍ପାଦନା ସାରକଥାରେ ଲେଖିଲେ ବି ଚଳିବ ।

ଏଥି ସହିତ ଆପଣ ଦେଖଣା ଉପରେ କ୍ଲିକ କରି ସାଇତିବା ପରେ ଆପଣଙ୍କ ଲେଖାଟି କେମିତି ଦେଖାଯିବ ତାହା ଦେଖିପାରିବେ । ସମ୍ପାଦନା ଶିଖିବା ପାଇଁ ଆପଣ ପରଖ ଘରକୁ ଯାଇ "ଏହାକୁ ବଦଳାନ୍ତୁ" ପତି ଉପରେ କ୍ଲିକ କରନ୍ତୁ । କ୍ଲିକ କଲା ପରେ ତାହା ଏକ ସମ୍ପାଦନା ଘର ଖୋଲିବ ଯେଉଁଠାରେ ଆପଣ ଲେଖା ସବୁ ଦେଖିପାରିବେ । ସେଠାରେ କିଛି ବି ଲେଖି ଦିଅନ୍ତୁ । ଏବେ ଦେଖଣାରେ କ୍ଲିକ କରନ୍ତୁ ଆଉ ଦେଖନ୍ତୁ ଆପଣ କଣ ଲେଖିଛନ୍ତି ।

ସମ୍ପାଦନା ସାରକଥା

ଆପଣ ଉପରେ ଯଦି ପରଖଟିଏ କରିଥାନ୍ତି ତେବେ "ସାଇତିବେ" ରେ କ୍ଲିକ କରି ଲେଖାଟିକୁ ସାଇତିରଖନ୍ତୁ । ଆପଣ ଅନ୍ୟମାନଙ୍କ ବୁଝିବା ଭଳି ଅଳ୍ପଟିକେ "ସମ୍ପାଦନା ସାରକଥା"ରେ ଲେଖିଦିଅନ୍ତୁ; ଯଥା: ପରଖ, ବନାନ ଆଦି ।

ଦେଖଣା

"ଏହାକୁ ବଦଳାନ୍ତୁ" "ସାଇତିବେ" ବଟନର ଡାହାଣରେ ରହିଛି

ଆପଣ କିଛି ସମ୍ପାଦନା କଲାପରେ "ଦେଖଣା"ରେ କ୍ଲିକ କରନ୍ତୁ । ଦେଖଣା [Preview] ବଟନଟି ଉପରେ କ୍ଲିକ କଲେ ଆପଣଙ୍କ ଲେଖାଟି ସାଇତିବା ପରେ କେମିତି ଦେଖାଯିବ ତାହା ଦେଖିପାରିବେ ।

ପୃଷ୍ଠାଟି ସାଇତିବେ

ସମ୍ପାଦନା ସାରକଥା ଲେଖା ସାରିବା ପରେ ସାଇତିବେ ଉପରେ କ୍ଲିକ କରନ୍ତୁ ।

ପରଖ ଘରେ ସମ୍ପାଦନା କରନ୍ତୁ
ସଜାଣି ବାବଦରେ ଅଧିକ ଜାଣନ୍ତୁ