ଆନେନସେଫାଲି

ଉଇକିପିଡ଼ିଆ‌ରୁ
Anencephaly
Illustration of an anencephalic fetus
ବିଭାଗMedical genetics; pediatrics
ଲକ୍ଷଣBlind, deaf, unconscious, unable to feel pain[୧]
ଆକ୍ରାନ୍ତ ସମୟEmbryonic development[୨]
ବିପଦ କାରକFolate deficiency, antiepileptic medication, diabetes, excessive vitamin A, hyperthermia during pregnancy[୨]
ରୋଗ ନିର୍ଣ୍ଣୟ ପଦ୍ଧତିBefore birth: Suspected based on high levels of alpha fetoprotein in the mother, confirmed by ultrasound[୨]
After birth: Examination[୨]
ପ୍ରତିକାରFolic acid supplementation[୨]
ଚିକିତ୍ସାSupportive care[୧]
PrognosisExtremely poor[୩]
ପୁନଃପୌନିକ1 in 7,500 births (USA)[୪]

ଆନେନସେଫାଲି (ଇଂରାଜୀ ଭାଷାରେ Anencephaly) ରୋଗରେ ମସ୍ତିଷ୍କ ଏବଂ ଖପୁରିର ଅଧିକାଂଶ ଭାଗ ଅନୁପସ୍ଥିତ ଥାଏ ଯାହା ଶିଶୁର ପ୍ରାରମ୍ଭିକ ବିକାଶ ସମୟର ତ୍ରୁଟି ଯୋଗୁ ସମ୍ଭବ ହୋଇଥାଏ ।[୨] ଏହି ରୋଗ‌ଗ୍ରସ୍ଥ ଅବସ୍ଥାରେ ଶିଶୁମାନେ ଅନ୍ଧ, ବଧିର, ଚେତାଶୂନ୍ୟ ଓ ଯନ୍ତ୍ରଣା ଅନୁଭବ କରିବାରେ ଅସମର୍ଥ ହୁଅନ୍ତି । [୧] ଶ୍ୱାସକ୍ରିୟା ରିଫ୍ଲେକ୍ସ ଓ ଶବ୍ଦ ତ‌ଥା ସ୍ପର୍ଶ ପ୍ରତିକ୍ରିୟା ଉପସ୍ଥିତ ରହିପାରେ। [୧]

ଗର୍ଭାବସ୍ଥାରେ ଫୋଲେଟ ଅଭାବ, ଆଣ୍ଟିଏପିଲେପ୍ଟିକ ଔଷଧ, ମଧୁମେହ, ଅତ୍ୟଧିକ ଜୀବସାର କ ଏବଂ ଗର୍ଭ ସମୟରେ ଅଧିକ ଉତ୍ତାପ ଭଳି ଅନେକ କାରଣରୁ ଏହା ଘଟୁଥିବାର ବିଶ୍ୱାସ କରାଯାଏ | [୨] ଏହା ଏକ ପ୍ରକାର ନିଉରାଲ ଟ୍ୟୁବ ଦୋଷରୁ ହୁଏ ।[୨] ନିଉରାଲ ଟ୍ୟୁବର ଶେଷ ମୁଣ୍ଡ ବନ୍ଦ ହେବାରେ ବିଫଳତା ଯୋଗୁ ଏହା ହୁଏ ।[୧] ଜନ୍ମ ପୂର୍ବରୁ ମାତାର ଆଲଫାଫିଟୋପ୍ରୋଟିନ ସ୍ତର ଅଧିକ ଥିଲେ ଏହି ରୋଗ ସନ୍ଦେହ କରାଯାଇପାରେ ଓ ଅଲଟ୍ରାସାଉଣ୍ଡ କରି ନିଶ୍ଚିତ କରାଯାଇଥାଏ। [୨]

ଫୋଲିକ ଏସିଡ ପରିପୂରକ ଦେଇ ଏହି ରୋଗ ପ୍ରତିରୋଧ କରାଯାଇପାରେ । [୨] ଯଦି ସମ୍ଭବ ହୁଏ, ଗର୍ଭଧାରଣ ସମୟରେ ଭାଲପ୍ରୋଏଟ ଭଳି ଆଣ୍ଟି ଏପିଲେପ୍ଟିକ୍ ନ ଦେବା ଉଚିତ୍। [୨] ଚିକିତ୍ସାରେ ସ‌ହାୟକ ଯତ୍ନ ଆବଶ୍ୟକ ହୁଏ ।[୧] ଜୀବନ୍ତ ଜନ୍ମ ହେଲେ ମଧ୍ୟ ଅଧିକାଂଶ ଶିଶୁ ଜନ୍ମ ହେବାର କିଛି ଘଣ୍ଟା କିମ୍ବା ଦିନ ମଧ୍ୟରେ ମରିଯାଆନ୍ତି | [୧] ଯୁକ୍ତରାଷ୍ଟ୍ରରେ ପ୍ରତି ୭,୫୦୦ ଜନ୍ମ ମଧ୍ୟରୁ ପ୍ରାୟ ଜଣେ ପ୍ରଭାବିତ ହୁଅନ୍ତି । [୪]  

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ଆଧାର ଭୁଲ: ଅଚଳ <ref> ଚିହ୍ନ; NINDS2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Tafuri, SM; Lui, F (January 2020). "Embryology, Anencephaly". PMID 31424828. {{cite journal}}: Cite journal requires |journal= (help)
  3. "Anencephaly Information Page | National Institute of Neurological Disorders and Stroke". www.ninds.nih.gov. Retrieved 10 January 2021.
  4. ୪.୦ ୪.୧ "Anencephaly". NORD (National Organization for Rare Disorders). Retrieved 10 January 2021.