ଆଡ଼ପ ମଣ୍ଡପ

ଉଇକିପିଡ଼ିଆ‌ରୁ

ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀ ଅବସ୍ଥାନ କରୁଥିବା ସ୍ଥାନକୁ ଆଡ଼ପ ମଣ୍ଡପ କୁହାଯାଏ ।[୧] ଏହାର ପଛ ଭାଗରେ ଶ୍ରୀନୃସିଂହଙ୍କ ପ୍ରତିଷ୍ଠା କରି ମହାରାଜା ଇନ୍ଦ୍ରଦ୍ୟୁମ୍ନ ଯେଉଁ ଅଶ୍ୱମେଧ ଯଜ୍ଞ କରିଥଲେ, ସେହି ଯଜ୍ଞସ୍ଥଳର ଦକ୍ଷିଣ ପଟକୁ ଆଡ଼ କରି ଏହି ମଣ୍ଡପ ଅବସ୍ଥିତ ଥିଲା । ପୁରାଣମାନଙ୍କରେ ଏହି ମଣ୍ଡପକୁ ଯଜ୍ଞବେଦୀ ଓ ମହାବେଦୀ ବୋଲି ଉଲ୍ଲେଖ କରାଯାଇଛି । ଶାସ୍ତ୍ରାନୁସାରେ ଶ୍ରୀଜଗନ୍ନାଥଙ୍କୁ ରତ୍ନ ମଣ୍ଡପରେ ବର୍ଷସାରା ଦର୍ଶନରେ ଯେଉଁ ଫଳ ମିଳେ, ଆଡ଼ପ ମଣ୍ଡପରେ ଦିନେ ଦର୍ଶନରେ ସେହି ଫଳ ପ୍ରାପ୍ତ ହୁଏ ।[୨]

ଦ୍ୱାଦଶ ଶତାବ୍ଦୀରେ ଏହି ମଣ୍ଡପଟ କାଠ ନିର୍ମିତ ଥିଲା । ଗଙ୍ଗ ବଂଶର ରାଜା ନରସିଂହ ଦେବ (୨ୟ)ଙ୍କ (ଖ୍ରୀ.୧୨୭୮-୧୩୦୬) ରାଜତ୍ୱ ସମୟରେ ଏହାକୁ ପଥରରେ ପୁନଃନିର୍ମାଣ କରାଯାଇଥିଲା । ଏହି ମଣ୍ଡପର ଉଚ୍ଚତା ୪ ଫୁଟ୍ ଏବଂ ଲମ୍ବ ୧୯ ଫୁଟ୍ ।

ଆଧାର[ସମ୍ପାଦନା]

  1. ଶ୍ରୀମନ୍ଦିର ଶବ୍ଦକୋଷ. ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ. 2 June 2015. p. ୩୫.
  2. http://www.dharitri.com/Bhubaneswar/060716/p11.htm