ଅଟ୍ଟହାସ ମନ୍ଦିର

Coordinates: 23°41′37″N 88°01′20″E / 23.693508°N 88.022303°E / 23.693508; 88.022303
ଉଇକିପିଡ଼ିଆ‌ରୁ
ଅଟ୍ଟହାସ ମନ୍ଦିର
ଅଟ୍ଟହାସ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtପୂର୍ବ ବର୍ଦ୍ଧମାନ
ଦେବାଦେବୀସତୀ
Location
ସ୍ଥାନDakhsindihi, Ketugram II CD block
Stateପଶ୍ଚିମ ବଙ୍ଗ
Countryଭାରତ
ଅଟ୍ଟହାସ ମନ୍ଦିର is located in West Bengal
ଅଟ୍ଟହାସ ମନ୍ଦିର
Location in West Bengal
ଅଟ୍ଟହାସ ମନ୍ଦିର is located in India
ଅଟ୍ଟହାସ ମନ୍ଦିର
ଅଟ୍ଟହାସ ମନ୍ଦିର (India)
ଭୌଗଳିକ ଅବସ୍ଥିତି23°41′37″N 88°01′20″E / 23.693508°N 88.022303°E / 23.693508; 88.022303

ଅଟ୍ଟହାସ ମନ୍ଦିର, ଅନ୍ୟ ନାମ ଫୁଲ୍ଲରା ଅଟ୍ଟହାସ, ସତୀଙ୍କର ଏକ ଶକ୍ତି ପୀଠ ଭାବରେ ମାନ୍ୟତା ପାଏ ଯାହା ୫୧ ଶକ୍ତି ପୀଠ ମଧ୍ୟରୁ ଗୋଟିଏ ଓ ପୃଥିବୀର ସେହି ସ୍ଥାନରେ ସତୀଙ୍କର ଦେହ ଖଣ୍ଡ ଓ ଅଳଙ୍କାର ପଡିଥିବା ବିଶ୍ୱାସ କରାଯାଏ ।[୧] ଏଠାରେ ଥିବା ବିଗ୍ରହ ଏତେ ବିରାଟ ଯେ ତାଙ୍କର ତଳ ଓଠ ୧୫ରୁ ୧୮ ଫୁଟ ଓସାର ଅଟେ । ଏଠାକୁ ବର୍ଷ ସାରା ହିନ୍ଦୁ ତୀର୍ଥ ଯାତ୍ରୀ ଆସନ୍ତି । ସେହି ସ୍ଥାନକୁ ଡିସେମ୍ବର ମାସରେ ଲୋକମାନେ ପିକନିକ କରିବାକୁ ଯାଆନ୍ତି ।

ସ୍ଥାନ[ସମ୍ପାଦନା]

ବୀରଭୂମ ଜିଲ୍ଲାର ଲଭାପୁର ସ୍ଥାନରେ ଏହି ମନ୍ଦିର ଅବସ୍ଥିତ । ଲଭପୁର ଷ୍ଟେସନରୁ ୧.୨ କିମି ଦୂରରେ ସେହି ମନ୍ଦିର ଅବସ୍ଥିତ ।

ଅଟ୍ଟହାସ ନାମରେ ଶକ୍ତିପୀଠ[ସମ୍ପାଦନା]

ସତୀ ଦେବୀଙ୍କର ଶବ ଧରି ଶିବ ଯାଉଛନ୍ତି ।

ଅତି ଉଚ୍ଚ ସ୍ୱରକୁ ଅଟ୍ଟ କୁହାଯାଏ ଓ ହାସ ଅର୍ଥ ହସିବା । ଏହି ଦୁଇ ଶବ୍ଦ ମିଶ୍ରଣରେ ଅଟ୍ଟହାସ ଶବ୍ଦ ପ୍ରସ୍ତୁତ ହୋଇଛି । ଅଟ୍ଟହାସ ମନ୍ଦିରକୁ ଏକ ଶକ୍ତି ପୀଠର ମର୍ଯ୍ୟାଦା ଦିଆଯାଏ । ଶକ୍ତି ପୀଠରେ ପୂଜା କରିବା ଶାକ୍ତ ଗୋଷ୍ଠୀଙ୍କର ଏକ ମୂଖ୍ୟ ସ୍ଥଳ ଅଟେ । ଏହି ଶକ୍ତି ପୀଠଗୁଡ଼ିକ ସେହି ସ୍ଥାନ ଯେଉଁଠାରେ ମୃତ୍ୟୁ ପରେ ସତୀଙ୍କର ଖଣ୍ଡ ବିଖଣ୍ଡିତ ଶରୀରର ଅଂଶ ଭୂମିରେ ପତିତ ହୋଇଥିଲା । ଶରୀରର ଅଂଶଗୁଡିକ ପଡ଼ିଥିବା ସ୍ଥାନରେ ମନ୍ଦିର ତିଆରି କରି ପବିତ୍ର କରାଯାଇଛି । ଏହି କାହାଣୀର ଆରମ୍ଭ ଦକ୍ଷ ଯଜ୍ଞରୁ ଆରମ୍ଭ ହୋଇଛି ଯେଉଁଠାରେ ସତୀ ଯଜ୍ଞ ଅଗ୍ନିକୁଣ୍ଡରେ ଝାସ ଦେଇଥିଲେ । ସେହି ଅଟ୍ଟହାସ ସ୍ଥାନରେ ସତୀଙ୍କର ଜିଭ ପଡ଼ିଥିବା କୁହାଯାଏ । ପ୍ରତ୍ୟେକ ଶକ୍ତି ପୀଠରେ (Shakti Peetha) କାଳଭୈରବ (Kalabhairava) ନାମ ସମ୍ପୃକ୍ତ ଥାଏ । ଏହି ଶକ୍ତିପୀଠକୁ ଫୁଲରା ଓ କାଳଭୈରବକୁ ବିଶ୍ୱେଶ ନାମ ଦିଆଯାଇଛି ।[୨] ସଂସ୍କୃତ ଭାଷାରେ ଥିବା ୫୧ଟି ଅକ୍ଷର ସହିତ ସମନ୍ୱୟ କରି ୫୧ଟି ଶକ୍ତିପୀଠ ତିଆରି କରାଯାଇଛି ।

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

  • Fullara, ଲଭପୁର ନିକଟରେ

ଆଧାର

  1. "Tourism". Burdwan District.
  2. "Kottiyoor Devaswam Temple Administration Portal". Kottiyoor Devaswam. Retrieved July 20, 2013.