ଅଞ୍ଜୁମ ଚୋପ୍ରା

ଉଇକିପିଡ଼ିଆ‌ରୁ
Anjum Chopra
ବ୍ୟକ୍ତିଗତ ତଥ୍ୟ
ନାମଅଞ୍ଜୁମ ଚୋପ୍ରା
ଜନ୍ମ (1977-05-20) ୨୦ ମଇ ୧୯୭୭ (ବୟସ ୪୬)
ଦିଲ୍ଲୀ, ଭାରତ
ବ୍ୟାଟିଂ ପ୍ରକାରବାମ ହାତୀ
ବୋଲିଂ ପ୍ରକାରଡାହାଣ ବାହୁ ମଧ୍ୟମ |
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ୧୭ ନଭେମ୍ବର ୧୯୯୫ v ଇଂଲଣ୍ଡ
ଶେଷ ଟେଷ୍ଟ୨୯ ଅଗଷ୍ଟ ୨୦୦୬ v ଇଂଲଣ୍ଡ
ପ୍ରଥମ ଦିନିକିଆ୧୨ ଫେବୃୟାରୀ ୧୯୯୫ v ନିଉଜଲାଣ୍ଡ
ଶେଷ ଦିନିକିଆ୨୧ ମାର୍ଚ୍ଚ ୨୦୦୯ v ଅଷ୍ଟ୍ରେଲିଆ
ଘରୋଇ ଦଳ ତଥ୍ୟ
YearsTeam
ଏୟାର ଇଣ୍ଡିଆ
Career statistics
ପ୍ରତିଯୋଗିତା ଟେଷ୍ଟ ଦିନିକିଆ ଟି ଟ୍ୱଣ୍ଟି
ମ୍ୟାଚ ୧୨ ୧୨୭ ୧୮
ମୋଟ ରନ ୫୪୮ ୨୮୫୬ ୨୪୧
ବ୍ୟାଟିଂ ହାର ୩୦.୪୪ ୩୧.୩୮ ୧୭.୨୧
ଶତକ/ଅର୍ଦ୍ଧଶତକ ୦/୪ ୧/୧୮ o/o
ସର୍ବାଧିକ ରନ ୯୮ ୧୦୦ ୩୭*
ବଲ ସଂଖ୍ୟା ୨୫୮ ୬୦୧
ଉଇକେଟ –୨୧
ବୋଲିଂ ହାର ୪୪.୦୦ ୪୬.୦୦
ଇନିଙ୍ଗସରେ ୫ଟି ଉଇକେଟ
ମ୍ୟାଚରେ ୧୦ଟି ଉଇକେଟ n/a n/a
ସବୁଠୁ ଭଲ ବୋଲିଂ ୧/୯ ୨/୯
କ୍ୟାଚ/ଷ୍ଟମ୍ପିଙ୍ଗ ୧୩/– ୩୩/– ୩/–
Source: Cricinfo, ୧୬ ସେପ୍ଟେମ୍ବର ୨୦୧୪

ଅଞ୍ଜୁମ ଚୋପ୍ରା(ଜନ୍ମ :୨୦ ମଇ ୧୯୭୭) ଆନ୍ତର୍ଜାତୀୟ ସ୍ଥରରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଜଣେ ମହିଳା କ୍ରିକେଟର ।[୧] ଏହି ଖେଳାଳି ଜଣକ ୯ ବର୍ଷ ବୟସରେ କ୍ରିକେଟ୍ ପଡ଼ିଆକୁ ଓହ୍ଲାଇଥିଲେ । ସେ ପ୍ରଥମ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ମହାବିଦ୍ୟାଳୟରେ ବାଳିକାମାନଙ୍କ ସ‌ହ ଖେଳି ୨୦ ରନ୍ କରିଥିଲେ ଓ ୨ଟି ୱିକେଟ୍ ନେଇଥିଲେ । ପରେ ସେହି ବର୍ଷ ସେ ୧୫ ବର୍ଷରୁ କମ୍ ପ୍ରତିଯୋଗିତା ପାଇଁ ଦିଲ୍ଲୀ ତରଫରୁ ମନୋନୀତ ହୋଇଥିଲେ ।

ପ୍ରଥମାର୍ଦ୍ଧରେ ସେ ବିଭିନ୍ନ ଖେଳ ଖେଳୁଥିଲେ, ଯଥା: ଆଥ୍‌ଲେଟିକ୍‌ସ, ବାସ୍କେଟ୍‌ବଲ୍, ପ‌ହଁରା । ସେ ମଧ୍ୟ ଜାତୀୟ ସ୍ତରରେ ଦିଲ୍ଲୀ ବାସ୍କେଟ୍‌ବଲ୍‌ର ସଦସ୍ୟ ଥିଲେ ।[୧]

ଅଞ୍ଜୁମ୍ ତାଙ୍କର ପ୍ରଥମ ଦିନିକିଆ ମ୍ୟାଚ୍ ୧୭ ବର୍ଷ ବୟସରେ ୧୨ ଫେବୃଆରୀ ୧୯୯୫ରେ ନ୍ୟୁଜିଲ୍ୟାଣ୍ଡର ଖ୍ରୀଷ୍ଟଚର୍ଚ୍ଚଠାରେ ଖେଳିଥିଲେ । ଏହାର କିଛି ଦିନ ପରେ ୧୭ ନଭେମ୍ବର ୧୯୯୫ରେ କୋଲକାତାର ଇଡ଼େନ୍ ଗାର୍ଡ଼େନ୍ ଷ୍ଟାଡ଼ିୟମ୍‌ରେ ଇଂଲଣ୍ଡ ବବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।[୨] ସେହି ବର୍ଷ ଦ୍ୱିତୀୟ ସିରିଜ୍‌ରେ, ଇଂଲଣ୍ଡ ବିପକ୍ଷରେ ୬୭.୫ ଆଭରେଜ୍‌ରେ ରନ୍ କରି ସେ ପ୍ଲେୟାର୍ ଅଫ୍ ଦି ସିରିଜ୍ ପୁରସ୍କାର ପାଇଥିଲେ ।

ସେ ଜଣେ ବାମ ହାତୀ ବ୍ୟାଟମ୍ୟାନ ଏବଂ ଡାହାଣ ହାତୀ ମିଡ଼ିୟମ-ଫାଷ୍ଟ ବୋଲର । ସେ ଭାରତ ପାଇଁ ୧୨ଟି ଟେଷ୍ଟ ଏବଂ ୧୧୬ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। [୩][୪]

ପୁରୁଷ ପ୍ରଧାନ କ୍ରିକେଟ ଖେଳରେ, ଅଞ୍ଜୁମ ନିଜକୁ ଜଣେ ଦକ୍ଷ ମହିଳା ଖେଳାଳି ଭାବରେ ପରିଗଣିତ କରି ପାରିଛନ୍ତି । କ୍ରିକେଟରୁ ଅବସର ଗ୍ରହଣ କରିବା ପରେ, ସେ ଜଣେ ଭାଷ୍ୟକାର,[୫] ପରାମର୍ଶ ଦାତ୍ରୀ, ପ୍ରେରଣାଦାୟୀ ଲେଖିକା, ଅଭିନେତ୍ରୀ ଓ ବକ୍ତା ଭାବରେ ପରିଚିତ କରାଇଛନ୍ତି ।[୬]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ତାଙ୍କ ପରିବାର ଲୋକମାନେ ବିଭିନ୍ନ ଖେଳ ସହ ଜଡ଼ିତ ରହିଆସିଛନ୍ତି :

  • ଅଜା, ବେଦ ପ୍ରକାଶ ସାହନି ଜଣେ ଆଥଲେଟ ଭାବରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିଥିଲେ । ସେ ଜଣେ କ୍ରିକେଟର ଭାଷ୍ୟକାର ମଧ୍ୟ ।
  • ମା, ପୁନମ ଚୋପ୍ରା ଗୁଡ଼ଇୟର କାର ରାଲି ରେସ ଜିତିଥିଲେ ଏବଂ ସେ ଜଣେ ଖେଳ ପ୍ରେମୀ ଥିଲେ।
  • ବାପା, କ୍ରିଷ୍ଣା ବାଲ ଚୋପ୍ରା ଜଣେ ଗଲ୍ଫ ଖେଳାଳି।
  • ଭାଇ, ନିର୍ବାନ ଚୋପ୍ରା ଦିଲ୍ଲୀ ରାଜ୍ୟର ଅଣ୍ଡର ୧୭ ଓ ଅଣ୍ଡର ୧୯ କ୍ରିକେଟ ଦଳକୁ ପ୍ରତିନିଧିତ୍ୱ କରିଥିଲେ।
  • ମାମୁ ରୋହିତ ସାହାନି ଜଣେ କ୍ରିକେଟର ଥିଲେ ,ସେ ମାୟୋ କଲେଜର ଖ୍ୟାତନାମ ଉଇକେଟ କିପ୍ପର ଓ ଓପନିଙ୍ଗ ବ୍ୟାଟ୍ସମ୍ୟାନ ଏବଂ ହିନ୍ଦୁ କଲେଜ ଓ ଦିଲ୍ଲୀ ୟୁନିଭରସିଟିର କ୍ୟାପ୍ଟେନ ଥିଲେ ।

ଅଞ୍ଜୁମ ଜଣେ ପଶୁ ପ୍ରେମୀ । ସେ ତାଙ୍କ ପୋଷାକୁକୁର ସହ ସମୟ ବିତାଇବାକୁ ଭଲ ପାଆନ୍ତି । ସେ ଦିଲ୍ଲୀ ପବ୍ଲିକ ସ୍କୁଲ(ଆର.କେ.ପୁରମ)ର ଛାତ୍ରୀ ଥିଲେ । ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଦିଲ୍ଲୀ ୟୁନିଭରସିଟିରେ ପାଠ ପଢିଥିବା ଅଞ୍ଜୁମ, "ଫୋର ସ୍କୁଲ ଅଫ ମ୍ୟାନେଜମେଣ୍ଟ"ରୁ ମାର୍କେଟିଙ୍ଗ ଏବଂ ଏଚ୍.ଆରରେ ଏମ.ବି.ଏ କରିଛନ୍ତି । ଜେନେରାଲ ଇଲେଟ୍ରୋନିକ୍ସ, ଷ୍ଟାଣ୍ଡାର୍ଡ ଚାଟାର୍ଡ, ଗୋଲ୍ଡମାନ ସଚ୍, ଭୋଡାଫୋନ ଭଳି ସଂସ୍ଥାନରେ ସେ ପ୍ରଶିକ୍ଷଣ ଦେଇ ସାରିଛନ୍ତି ।

କ୍ରିକେଟର ଜୀବନ[ସମ୍ପାଦନା]

ଅଞ୍ଜୁମ ଚୋପ୍ରା ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଭାରତୀୟ ମହିଳା କ୍ରିକେଟ ଟିମକୁ ପ୍ରତିନିଧିତ୍ୱ କରିଛନ୍ତି । ସେ ନିଜ ପ୍ରଥମ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ୧୯୯୫ ମସିହାରେ ନିଉଜିଲାଣ୍ଡ ବିରୋଧରେ ଖ୍ରୀଷ୍ଟଚର୍ଚ୍ଚରେ ଖେଳିଥିଲେ ।[୭] ଏହି ମ୍ୟାଚରେ ଭାରତ ପାଇଁ ବୋଲିଂ କରି ୪ ଓଭରରେ ୧୪ ରନ ଦେଇଥିଲେ ଏବଂ ୧୦ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଯାଇ, ସଙ୍କଟମୟ ପରିସ୍ଥିତିରେ ୧୧ରନର ପାର୍ଟନରସିପ କରି ଭାରତକୁ ଜିତେଇ ଥିଲେ । ପ୍ରଥମ ଟେଷ୍ଟ ମ୍ୟାଚ ସେ ନଭେମ୍ବର ୧୯୯୫ରେ ଇଂଲଣ୍ଡ ବିରୋଧରେ କଲିକତାରେ ଖେଳିଥିଲେ । .

୨୦୦୦ ମସିହାରେ ନିଉଜିଲାଣ୍ଡରେ ହୋଇଥିବା "କ୍ରିକ ଇନ୍ଫୋ" ବିଶ୍ୱକପରେ, ଅଞ୍ଜୁମ ଭାରତୀୟ ଦଳର ଉପ ଅଧିନାୟକ ଭାବରେ ଖେଳିଥିଲେ । ଏହି ବିଶ୍ୱକପରେ ସେ ଭାରତ ତରଫରୁ ସବୁଠୁ ଅଧିକ ରନ କରିଥିଲେ ଓ ଦୁଇଥର "ପ୍ଲେୟାର ଅଫ ଦ ମ୍ୟାଚ" ବିବେଚିତ ହୋଇଥିଲେ । ଭାରତ ସେମିଫାଇନାଲରେ ନିଉଜିଲାଣ୍ଡଠାରୁ ପରାଜିତ ହୋଇଥିଲା ।

୨୦୦୨ ମସିହାରେ ସେ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ ଓ ତାଙ୍କ ପ୍ରଥମ ସିରିଜରେ ସେ ଇଂଲଣ୍ଡକୁ ହରାଇଥିଲେ । ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ତାଙ୍କ ନେତୃତ୍ୱର ଭାରତ ବିଦେଶରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଜିତିଥିଲା । ଅଞ୍ଜୁମ ଏହି ମ୍ୟାଚରେ ୮୦ରନ କରିଥିଲେ । ୨୦୦୫ରେ ବିଶ୍ୱ କପରେ ଭାରତ ପ୍ରଥମ ଥର ଫାଇନାଲରେ ପହଞ୍ଚି ପାରିଥିଲା । ଭାରତ ତରଫରୁ ସେ ସର୍ବାଧିକ ରନ କରିଥିଲେ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚରେ "ପ୍ଲେୟାର ଅଫ ଦ ମ୍ୟାଚ" ବିବେଚିତ ହୋଇଥିଲେ । ୨୦୦୯ ଅଷ୍ଟ୍ରେଲିଆ ବିଶ୍ୱକପରେ , ୭୬ ରନ କରି ସେ ଭାରତକୁ ଜିତାଇଥିଲେ ଏବଂ "ପ୍ଲେୟାର ଅଫ ଦ ମ୍ୟାଚ" ସମ୍ମାନ ପାଇଥିଲେ । ଇଂଲଣ୍ଡ ଏବଂ ନିଉଜିଲାଣ୍ଡ ପଛକୁ ଭାରତ ଏହି ବିଶ୍ୱକପରେ ତୃତୀୟ ସ୍ଥାନ ଅଧିକାର କରିଥିଲା ।

ଅଞ୍ଜୁମ ୬ଟି ବିଶ୍ୱ କପ ଭାରତ ପାଇଁ ଖେଳିଥିଲେ । ସେଥିରୁ ୪ଟି ଦିନିକିଆ ବିଶ୍ୱ କପ ଏବଂ ୨ଟି ଟି୨୦ ବିଶ୍ୱ କପ । ସେ ପ୍ରଥମ ଖେଳାଳି, ଯିଏ ଭାରତ ପାଇଁ ୧୦୦ଟି ଦିନିକିଆ ଖେଳିଥିଲେ । ସେ ଜଣେ ଭଲ ଫିଲ୍ଡ଼ର ଏବଂ ସେ ଅଧିକ ସ୍ଲିପ କ୍ୟାଚ ଭାରତ ପାଇଁ ଧରିଥିଲେ । ଅଞ୍ଜୁମ ନିଜ ଦଳ ପାଇଁ ପ୍ରାୟ ସବୁ ସ୍ଥାନରେ ବ୍ୟାଟିଂ କରିଥାନ୍ତି ।

ଘରୋଇ କ୍ରିକେଟର ଭାବରେ, ସେ ଅଣ୍ଡର ୧୫ରେ ଦିଲ୍ଲୀ ରାଜ୍ୟ ପାଇଁ ଖେଳିବାର ସୌଭାଗ୍ୟ ପାଇଥିଲେ । ସେ ଏୟାର ଇଣ୍ଡିଆକୁ ଘରୋଇ ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ ।

ତାଙ୍କ ପ୍ରତିନିଧିତ୍ୱରେ :

  • ଦିଲ୍ଲୀ ରାଜ୍ୟ ପ୍ରଥମ ଥର ପାଇଁ ୨୦୧୨ ମସିହାରେ ପ୍ରଥମଥର ନ୍ୟାସନାଲ ଚମ୍ପିୟାନସିପ୍ ଜିତିଥିଲା ।
  • ୨୦୦୨,୨୦୦୩ରେ -ଏୟାର ଇଣ୍ଡିଆ ନ୍ୟାସନାଲ ଓ ଜୋନାଲ ଚମ୍ପିୟାନସିପ୍ ଜିତିଥିଲା।
  • ଏୟାର ଇଣ୍ଡିଆ ୨୦୦୩ର ଶ୍ରେଷ୍ଠ ଦଳ ଘୋଷିତ ହୋଇଥିଲା ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

Year Award Notes
୨୦୧୪ ପଦ୍ମଶ୍ରୀ
୨୦୦୭ ଅର୍ଜୁନ ପୁରସ୍କାର
୨୦୦୪ ରାଜୀବ ଗାନ୍ଧୀ ଦିଲ୍ଲୀ ରାଜ୍ୟ ପୁରସ୍କାର
୨୦୦୦ ଆଇସିସି ପ୍ଲେୟାର୍ ଅଫ୍ ଦି ମ୍ୟାଚ୍
୨୦୦୫ ଆଇସିସି ପ୍ଲେୟାର୍ ଅଫ୍ ଦି ମ୍ୟାଚ୍
୨୦୦୯ ଆଇସିସି ପ୍ଲେୟାର୍ ଅଫ୍ ଦି ମ୍ୟାଚ୍
୨୦୦୨ ଶିରୋମଣି ଦେଶ ସେବା ରତ୍ତନ ପୁରସ୍କାର ଶହୀଦ ମେମୋରିଆଲ୍ ଆନ୍ତର୍ଜାତୀୟ ସେବା ସୋସାଇଟି, ଲୁଦଜିଆନା ପ୍ରଦତ୍ତ
୨୦୦୪ କ୍ରିକେଟ୍ ପାଇଁ ଅତୁଳନୀୟ ଅବଦାନ ହେତୁ ସମ୍ମାନ Presented during forum of women in public sector
୨୦୦୮ ଜି ଅସ୍ତିତ୍ୱ ସମ୍ମାନ – 'ଉଦାହରଣ ମହିଳାଙ୍କ ପାଇଁ ସମ୍ମାନ'
୨୦୦୯ FICCI – YFLO- ଯୁବ ମହିଳା ସଫଳ ସମ୍ମାନ
୨୦୧୧ ଖେଳରେ ଅବଦାନ ହେତୁ ପୁରସ୍କାର Presented during National Progressive schools conference
୨୦୧୨ Alumni recognition award for public contribution ଫୋର୍ ସ୍କୁ୍ ଅଫ୍ ମ୍ୟାନେଜ୍‌ମେଣ୍ଟ୍
୨୦୧୩ Shaksiyat Awards for Outstanding performance in the field of sports ଆନ୍ତର୍ଜାତୀୟ ମହିଳା ଦିବସ ଦିନ ପ୍ରଦତ୍ତ
୨୦୧୨-୧୩ Exemplary contribution in the field of sports ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ଇନ୍ଦୋର୍ ପ୍ରଦତ୍ତ
୨୦୧୩ Honours in Recognition to the society and nation Presented by All India National Life insurance Employees Federation on their 50 years (golden jubilee celebration)
୨୦୧୬ ସମ୍ମାନନୀୟ ମେଲ୍‌ବୋର୍ଣ୍ଣ କ୍ରିକେଟ୍ କ୍ଲବ୍ (MCC) ସଦସ୍ୟତା, ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆ, ଲଣ୍ଡନ ପ୍ରଥମ ଭାରତୀୟ ମହିଳା ଭାବେ ସମ୍ମାନୀତ[୮]

ରେକର୍ଡ଼[ସମ୍ପାଦନା]

  • ପ୍ରଥମ ଖେଳାଳି ଭାବରେ ଦିନିକିଆରେ ଭାରତ ତରଫରୁ ୧୦୦ ରନ କରିଥିଲେ ।[୯]
  • ତାଙ୍କ ପ୍ରତିନିଧିତ୍ୱରେ ଭାରତ ଦେଶବାହାରେ ପ୍ରଥମଥର ଟେଷ୍ଟ ସିରିଜ ଜିତିଥିଲା । ତାଙ୍କ ପ୍ରତିନିଧିତ୍ୱବରେ ଭାରତ ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ମ୍ୟାଚ ଜିତିଥିଲା ।
  • ୨୦୦୨ମସିହାରେ ଘରୋଇ ସିରିଜ ୫-୦ରେ ଇଂଲଣ୍ଡ ବିରୋଧରେ ଜିତିଥିଲେ।
  • ପ୍ରଥମ ଖେଳାଳି ଭାବରେ ୧୦୦ଟି ଦିନିକିଆ ମ୍ୟାଚ ଭାରତ ପାଇଁ ଖେଳିଥିଲେ।
  • ପ୍ରଥମ ଖେଳାଳି ଭାବରେ ଭାରତ ପାଇଁ ୬ଟି ବିଶ୍ୱକପ ଖେଳିଥିଲେ । ୪ଟି ଦିନିକିଆ ୨ଟି ଟି୨୦ ବିଶ୍ୱକପ
  • ଜଣେ ମହିଳା କ୍ରିକେଟର ଭାବରେ ୧୨ଟି ଟେଷ୍ଟ ସହିତ ଦିନିକିଆ ଏବଂ ଟି୨୦ମଧ୍ୟ।
  • ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବରେ ଆନ୍ତର୍ଜାତୀୟ ସ୍ଥରରେ ନିଯୁକ୍ତି ପାଇଥିଲେ, ଦକ୍ଷିଣ ଆଫ୍ରିକା ମହିଳା ଦଳର କନସଲଟାଣ୍ଟ ଭାବରେ ୨୦୧୩-୧୩ରେ ନିଯୁକ୍ତ ହୋଇଥିଲେ ।
  • ଗୁଡ଼ୱିଲ ଅମ୍ବାସଡ଼ର ଭାବରେ ନିଯୁକ୍ତ ହୋଇଥିଲେ ସ୍ତନ କର୍କଟ ନିରାକରଣ ପାଇଁ ସଚେତନ କରିବା ପାଇଁ , ଜୋହନସବର୍ଗଠାରେ ଏକ ପୁରୁଷ ଆନ୍ତର୍ଜାତୀୟ ମ୍ୟାଚ ଅବସରରେ
  • ପୁରୁଷ କ୍ରିକେଟରେ ପ୍ରଥମ ମହିଳା ଭାଷ୍ୟକାର ଭାବରେ କାର୍ଯ୍ୟ କରିଥିଲେ ।

ସଫଳତା[ସମ୍ପାଦନା]

ଅଞ୍ଜୁମ ୱାର୍ଲଡର ପ୍ରଥମ କଫି ଟେବୁଲ ବୁକର ଟାଇଟେଲ ‘Women’s Cricket World- ‘A Journey from 1745- 2013’ର କୋ -ଅଥର ଥିଲେ।

ଟେଲିଭିଜନ[ସମ୍ପାଦନା]

ଅଞ୍ଜୁମ "ଫିୟର ଫ୍ୟାକ୍ଟର - ଖତ୍ରୋ କେ ଖିଲାଡ଼ି ସିଜନ ୪" ରିୟାଲିଟି ଶୋରେ ଭାଗନେଇଥିଲେ ।[୧୦]

ବାହ୍ୟ ଆଧାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "IPL8: Four female commentators who are former cricketers-IndiaTV News" (in ଆମେରିକୀୟ ଇଂରାଜୀ). Retrieved 2017-09-27.
  2. "Live Cricket Scores & News International Cricket Council" (in ଇଂରାଜୀ). Retrieved 2017-09-27.
  3. "Player Profile: Anjum Chopra". Cricinfo. Archived from the original on 16 January 2010. Retrieved 24 January 2010.
  4. "Player Profile: Anjum Chopra". CricketArchive. Retrieved 24 January 2010.
  5. http://www.firstpost.com/sports/india-in-australia-interview-with-former-india-captain-anjum-chopra-when-games-are-televised-there-is-no-where-to-hide-2597866.html
  6. http://www.thehindu.com/todays-paper/tp-features/tp-metroplus/still-connected-to-cricket/article8353393.ece
  7. India Today. Thomson Living Media India Limited. 2007.
  8. "Anjum Chopra first Indian woman to be honoured with MCC life membership". 2016-09-07. Retrieved 2017-09-27.
  9. http://www.thehindu.com/news/cities/mumbai/entertainment/commenting-on-cricket/article8373399.ece
  10. "Let's get dangerous". Midday. 2011-06-05.