ଅଞ୍ଜଳି ଇଲା ମେନନ

ଉଇକିପିଡ଼ିଆ‌ରୁ
ଅଞ୍ଜୋଳି ଇଲା ମେନନ୍
ଜନ୍ମ୧୯୪୦
ବୃତ୍ତିpainter and muralist

ଅଞ୍ଜୋଳି ଇଲା ମେନନ୍ (ଜନ୍ମ ୧୯୪୦ ) ଭାରତର ଜଣେ ସମସାମୟିକ ଅଗ୍ରଧାଡିର କଳାକାର । ତାଙ୍କର ଅଙ୍କିତ ଚିତ୍ରଗୁଡ଼ିକ ଅନେକ ସଂଗ୍ରହରେ ମୁଖ୍ୟ ଆକର୍ଷଣ ଭାବରେ ରହିଥାଏ । ୨୦୦୬ ମସିହାରେ ତାଙ୍କର " ଯାତ୍ରା " ନାମକ ଏକ ମୌକ୍ୟ ଚିତ୍ର କାଲିଫରଣିଆର ସାନ ଫ୍ରାନସିସ୍କୋଠାରେ ଥିବା ଏସୀୟ ଆର୍ଟ ମିଉଜିଆମଦ୍ୱାରା ଗୃହିତ ହେଇଥିଲା । ସେ ସମସ୍ତ ପ୍ରକାର ମାଧ୍ୟମକୁ ଚିତ୍ରାଙ୍କନ ପାଇଁ ବ୍ୟବହାର କରୁଥିଲେ ମଧ୍ୟ ମାସୋନାଇଟ ଉପରେ ତୈଳଚିତ୍ର ଅଙ୍କନ ତାଙ୍କର ପ୍ରିୟ ମାଧ୍ୟମ । ସେ ୱାଟର କଲର , କାଚ ଚିତ୍ର ମଧ୍ୟ କରିଥାନ୍ତି । ମୁରାଲ ଚିତ୍ରାଙ୍କନରେ ମଧ୍ୟ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥାନ୍ତି । ତାଙ୍କର କୃତି ପାଇଁ ଭାରତ ସରକାର ତାଙ୍କୁ ୨୦୦୦ ମସିହା[୧]ରେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ । 

ପ୍ରାରମ୍ଭିକ ଜୀବନ [ସମ୍ପାଦନା]

ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ବର୍ଣପୁରଠାରେ ଜୁଲାଇ ୧୭, ୧୯୪୦ ରେ ଅଞ୍ଜୋଳି ଇଲା ମେନନ୍ଙ୍କ ଜନ୍ମ ବଙ୍ଗାଳୀ ଓ ଆମେରିକୀୟ ଦମ୍ପତିଙ୍କ ଔରସରୁ ହେଇଥିଲା ।[୨]ସେ ତାମିଲନାଡୁର ନିଳଗିରିଠାରେ ଥିବା ଲରେନ୍ସ ସ୍କୁଲରୁ ଶିକ୍ଷା ଲାଭ କରିଥିଲେ । ପିଲା ଦିନରୁ ତାଙ୍କର ଚିତ୍ରାଙ୍କନ ପ୍ରତି ଗଭୀର ଆକର୍ଷଣ ଥିଲା ଓ ମାତ୍ର ୧୫ ବର୍ଷ ବୟସର ହେଇଥିବା ବେଳେ ସେ ତାଙ୍କର କେତେକ ଚିତ୍ର ବିକ୍ରି କରି ସାରିଥିଲେ । ତାହା ପରେ ସେ ମୁମ୍ବାଇର ଯେ. ଯେ. ଇନ୍ସଟିଚୁଟରୁ ପ୍ରାୟୋଗିକ କଳାରେ ଅଧ୍ୟୟନ କରି ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଭାଷାରେ ସ୍ନାତକ କରିଥିଲେ । ସେଠାରେ ସେ ମିରଣ୍ଡା ହାଉସ ମହିଳା କଲେଜରେ ପଢ଼ିବା ସମୟରେ ପ୍ରଖ୍ୟାତ ଚିତ୍ରକର ଏମ. ଏଫ. ହୁସେନ ଓ ଅମୃତା ଶେରଗିଲଙ୍କଦ୍ୱାରା ପ୍ରଭାବିତ ହେଇଥିଲେ । ମାତ୍ର ୧୮ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ଏକକ ପ୍ରଦର୍ଶନୀ ୫୩ଟି ଭିନ୍ନ ପ୍ରକାର ଚିତ୍ର ସହ କରିଥିଲେ । ତାଙ୍କର ସୃଜନ କଳାରେ ପ୍ରଭାବିତ ହେଇ ଫରାଶି ସରକାର ତାଙ୍କୁ ସ୍କଲାରଶିପ ପ୍ରଦାନ କରି ପାରିସସ୍ଥିତ ଆର୍ଟ ପ୍ରତିଷ୍ଠାନରେ  ରେ ୧୯୫୯ରୁ ୧୯୬୧ ମସିହା ଯାଏ ତାଲିମ ଦେଇଥିଲେ । ସେଠାରେ ଥିବା ସମୟରେ ସେ ବିସ୍ତୃତ ଭାବରେ ଇଉରୋପ ଓ ପଶ୍ଚିମ ଏସିଯା ଭ୍ରମଣ କରି ରୋମାନ ଓ ବାଇଜନ୍ତାଇନ କଳାର ନିରୀକ୍ଷଣ କରିବାର ସୁଯୋଗ ପାଇଥିଲେ ।  

କାର୍ଯ୍ୟ [ସମ୍ପାଦନା]

ଅଞ୍ଜୋଲି ମୁଖ୍ୟତଃ ମାସୋନାଇଟ ଉପରେ ତୈଳ ରଙ୍ଗ ବ୍ୟବହାର କରି ଚିତ୍ରାଙ୍କନ କରିଥାନ୍ତି । ସେ ତାଙ୍କର ଚିତ୍ର ସବୁ ପତଳା ରଙ୍ଗର ସ୍ତର ସବୁ ଦେଇ କରିଥିବାରୁ ତାହା ପାରଦୀୟ ଦୃଶ୍ୟ ହେଇଥାଏ । ତୈଳ ଚିତ୍ର ଓ ମୁରାଲ୍ ବ୍ଯତୀତ ସେ ଅନ୍ୟ ମାଧ୍ୟମରେ ମଧ୍ୟ କାର୍ଯ୍ୟ କରିରଥାନ୍ତି । କମ୍ପ୍ୟୁଟର ଗ୍ରାଫିକ୍ସ ମୁରଣୋ ଗ୍ଲାସ ଅଙ୍କନରେ ମଧ୍ୟ ତାଙ୍କର ଦକ୍ଷତାl ପ୍ରତିପାଦାନ କରିଛନ୍ତି । ତାଙ୍କର ଥିମ ମଧ୍ୟରେ ଧାର୍ମିକ , ସାମାଜିକ ଘଟଣା ପ୍ରତିକୃତି , ନଗ୍ନଚିତ୍ର ମଧ୍ୟ ଅନ୍ତର୍ଭୁକ୍ତ ଥାଏ । ତାଙ୍କର ଆର୍ଟରେ ଇଉରୋପୀୟ ରେନାଇଜନାନ୍ସ ସମୟର କଳାର ଛାପ  ଦେଖିବାକୁ ମିଳିଥାଏ ।୧୯୯୭ ମସିହାରେ ସେ ବୌଦ୍ଧ କଳା ର କେତେକ ଚିତ୍ର ଅଙ୍କନ କରିଥିଲେ । ସେ ପାରିସ , ଅଲଜିଅର୍ସ, ସାଓ ପାଓଲୋ ଓ ନୂଆ ଦିଲ୍ଲୀଠାରେ ଆନ୍ତର୍ଜାତିକ ଆର୍ଟ କଂଫେରେନ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ [୩]

ପରବର୍ତ୍ତୀ ଜୀବନ [ସମ୍ପାଦନା]

ଅଞ୍ଜୋଳି ତାଙ୍କର ବାଲ୍ୟ ବନ୍ଧୁ ତଥା ପ୍ରେମିକ ରାଜା ମେନନଙ୍କୁ ବିବାହ କରିଥିଲେ । ରାଜା ମେନନ ଭାରତୀୟ ନୌସେନାରେ ଥିବାରୁ ଅଞ୍ଜୋଳି ବିବାହ ପରେ ଭାରତରେ ରହିଥିଲେ । ରାଜା ମେନନ ପରବର୍ତ୍ତୀ କାଳରେ ନୌସେନାର ଆଡମିରାଲ ଭାବରେ ଅବସର ନେଇଥିଲେ । ଆର୍ଟ ପ୍ରଦର୍ଶନୀ ପାଇଁ ଅଞ୍ଜୋଳି ଆମେରିକା ,ରୁଷୀଆ ସମେତ ବିଶ୍ୱର ଅନେକ ଦେଶ ଭ୍ରମଣ କରିଛନ୍ତି । 

ପୁରସ୍କାର ସମୂହ [ସମ୍ପାଦନା]

ପ୍ରକାଶନ [ସମ୍ପାଦନା]

  • Anjolie Ela Menon: Paintings in Private Collections Hardcover – 15 November 1995 by Isana Murti (Author), Indira Dayal (Compiler), Anjolie Ela Menon (Illustrator)
  • Anjolie Ela Menon: Through the Patina,” by Isana Murty, published by Vadhera Art Gallery

ପୁନଶ୍ଚ ପଠନ [ସମ୍ପାଦନା]

  • India’s 50 Most Illustrious Women (ISBN 81-88086-19-3) by Indra Gupta.
  • Anjolie Ela Menon: Images and Techniques. 1996 Marg Publications edited by Gayatri Sinha: (Chapter in) Expressions and Evocations:Contemporary Women Artists of India.

ଆଧାର [ସମ୍ପାଦନା]

  1. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 November 2014. Retrieved 21 July 2015.
  2. "ଆର୍କାଇଭ୍ କପି". Archived from the original on 2017-10-12. Retrieved 2017-03-04. {{cite web}}: Cite has empty unknown parameter: |1= (help)
  3. http://www.britannica.com/biography/Anjolie-Ela-Menon