ଶ୍ରବଣ ( ରାମାୟଣ ର ଚରିତ୍ର )

ଉଇକିପିଡ଼ିଆ ରୁ
Jump to navigation Jump to search
ଶ୍ରବଣ ( ରାମାୟଣ ର ଚରିତ୍ର )
Shravan
ଦଶରଥ ରାଜା ଓ ଶ୍ରବଣ

ଶ୍ରବଣ  (Sanskrit: श्रवण)ଶ୍ରବନକୁମାର ନାମରେ ମଧ୍ୟ ପରିଚିତ  (Sanskrit: श्रवणकुमार) or (Shrobon in Bengali) ଜଣେ ଏଇତିହାସିକ ଚରିତ୍ର । ପ୍ରାଚୀନ ଭାରତୀୟ ପୁରାଣ ରାମାୟଣରେ ତାଙ୍କ ବିଷୟରେ ଉଲ୍ଲେଖ ରହିଛି । 

ପିତାମାତାଙ୍କ ପ୍ରତି ନିବିଡ ଅନୁରକ୍ତି [ସମ୍ପାଦନା]

ଶ୍ରବଣଙ୍କ ପିତା ମାତା ଋଷି ଥିଲେ ଓ ଆଶ୍ରମ କରି ରହୁଥିଲେ । ତାଙ୍କର ନାମ ଶାନ୍ତନୁ ଓ ଜ୍ଞାନବତୀ ଥିଲା । ଥରେ ସେମାନେ ତାଙ୍କ ପୁତ୍ରକୁ କହିଲେ ଯେ ସେମାନେ ଅତ୍ୟନ୍ତ ବୃଦ୍ଧାବସ୍ଥାକୁ ଆସିଯାଇଥିବାରୁ ଥରେ ତୀର୍ଥ ଯାତ୍ରାରେ ଯିବାକୁ ଇଚ୍ଛୁକ । ସେମାନେ ଭାରତବର୍ଷର 40ଟି ତୀର୍ଥସ୍ଥଳୀ ଦେଖିବାକୁ ଇଚ୍ଛା କଲେ । ହିନୁ ଧର୍ମରେ ବିଶ୍ୱାସ ଥାଏ ଯେ ବାର୍ଦ୍ଧକ୍ୟ ଅବସ୍ଥାରେ ତୀର୍ଥ ସ୍ଥଳୀ  ଗଲେ ଆତ୍ମାକୁ ଶାନ୍ତି ମିଳିଥାଏ । ସେ ସମୟରେ ଯାତାୟାତ ବ୍ୟବସ୍ଥା ବିରଳ ଓ ବହୁ ଖର୍ଚ ବିଶିଷ୍ଟ ଥିଲା । ତେଣୁ ପିତୃ-ମାତୃ ଭକ୍ତ ଶ୍ରବଣ ଦୁଇଟି ଝୁଡିରେ ସେମାନଙ୍କୁ ବସେଇ ବାଉଁଶ ଭାର ସାହାଯ୍ୟରେ ବୋହି ସେମାନଙ୍କୁ ସବୁ ତୀର୍ଥ ବୁଲେଇଥିଲେ । 

ଶ୍ରବଣଙ୍କ ବୃଦ୍ଧ ପିତା ମାତା

ମୃତ୍ୟୁ [ସମ୍ପାଦନା]

ହ୍ରଦ ନିକଟସ୍ଥ ଅରଣ୍ୟରେ ଶିକାର କରୁଥିବା ସମୟରେ ରାଜା ଦଶରଥ ବୁଦା ଆଢୁଆଳରେ କିଛି ଶବ୍ଦ ଶୁଣି  ତାହା ପଶୁ ହେଇଥିବାର ଅନୁମାନ କରି ଶର ନିକ୍ଷେପ କଲେ । କିନ୍ତୁ ପ୍ରକୃତରେ ସେଠାରେ ଶ୍ରବଣ ପିତା ମାତାଙ୍କ ପାଇଁ ଜଳ ଅବିବାକୁ ହ୍ରଦକୁ ଯାଉଥିଲେ ଓ ସାରା ତାଙ୍କୁ ହିଁ ବିଦ୍ଧ କଳା । ଶ୍ରବଣ ରାଜାଙ୍କୁ କହିଲେ ସେ ତାଙ୍କର ବୃଦ୍ଧ ପିତା ମାତାଙ୍କ ପାଇଁ ଜଳ ଆଣିବାକୁ ହ୍ରଦକୁ ଆସିଥିଲେ । ପିତା ମାତା ଦୁହେଁ ଅନ୍ଧ ଅବସ୍ଥାରେ ରହିଛନ୍ତି । ଶ୍ରବଣ ତାଙ୍କ ପିତା ମାତାଙ୍କୁ ଜଳ ନେଇ ଦେବାକୁ ଓ ଘଟନା ବିଷୟରେ କହିବାକୁ ଅନୁରୋଧ କରି ମୃତ୍ୟୁ ବରଣ କଲେ ।ଦଶରଥ ଜଳ ନେଇ ତାଙ୍କ ପିତା ମାତାଙ୍କ ପାଖରେ ସବୁ କହିଲେ । ମର୍ମାହତ ହେଇ ଶ୍ରବଣଙ୍କ ପିତାମାତା ଦଶରଥଙ୍କୁ ଅଭିଶାପ ଦେଲେ ଯେ ସେ ମଧ୍ୟ ପୁତ୍ର ଶୋକରେ ହିଁ ରହିବେ । ଯାହା ରାମଙ୍କ ବନବାସ ଯୋଗୁଁ ହେଇଥିଲା ।

ଶ୍ରବଣ ଗ୍ରାମ [ସମ୍ପାଦନା]

ଉତ୍ତର ପ୍ରଦେଶର ଉନ୍ନୟ ଜିଲ୍ଲାରେ ଯେଉଁଠାରେ ଶ୍ରବଣଙ୍କ ମୃତ୍ୟୁ ହେଇଥିଲା ଓ ଶ୍ରବଣଙ୍କ ପିତା ମାତା ମଧ୍ୟ ଦେହତ୍ୟାଗ କରିଥିଲେ ସେଠାରେ ହ୍ରଦ କ୍ଳରେ ଏକ ସ୍ମାରକୀ ନିର୍ମିତ ହେଇ ରହିଛି । ସେଠାରେ ଶ୍ରବଣଙ୍କ ଏକ ପ୍ରସ୍ତର ପ୍ରତିମା ସ୍ଥାପନ କରାଯାଇଛି । ଲୋକ ବାଦ ରହିଛି ଯେ ଯେହେତୁ ଶ୍ରବଣ ମୃତ୍ୟୁ ଘଟିବା ସମୟରେ ତୃଷାର୍ତ ଥିଲେ ତାଙ୍କ ମୂର୍ତିରେ ଯେତେ ଜଳ ଢାଳିଲେ ଭି ଗରତା ଭର୍ତି ହୁଏ ନାହିଁ ।ସେହି ଅଞ୍ଚଳ ଶ୍ରବଣ ଗ୍ରାମ ଭାବରେ ନାମିତ ହେଇଛି । ଆଖ ପାଖ ଅଞ୍ଚଳରୁ ଶ୍ରବଣଙ୍କୁ ଉପାସନା ପାଇଁ ଆସନ୍ତି । .[୧]


ପୁନଶ୍ଚ ଦେଖଣା[ସମ୍ପାଦନା]

ଆଧାର[ସମ୍ପାଦନା]

  1. An unfinished ancient tale. IndiaToday.in. 2008-05-23. Retrieved 2012-09-14.