ସୁଧା ଭଟ୍ଟାଚାର୍ଯ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search
ସୁଧା ଭଟ୍ଟାଚାର୍ଯ୍ୟ
Sudha bhattacharya1.png
ସୁଧା ଭଟ୍ଟାଚାର୍ଯ୍ୟ
ଜୀବିକାଆସୋସିଏଟ ପ୍ରଫେସର
ଜୱାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୁଆ ଦିଲ୍ଲୀ
ପ୍ରସିଦ୍ଧିମଲିକ୍ୟୁଲାର ବାୟୋଲୋଜି,
ମଲିକ୍ୟୁଲାର ପାରାସାଇଟୋଲୋଜି
ଜେନୋମିକ୍ସ

ସୁଧା ଭଟ୍ଟାଚାର୍ଯ୍ୟଙ୍କ ଲିଖିତ 'ବିଜ୍ଞାନ ପ୍ରତ୍ୟକ ଦିନ ମଜାଦାର'ର କିୟଦଂଶ ।[୧]
ଦେଶ ବିଭାଜନ ବେଳ, ୧୯୪୭ ମସିହା, ମୋ ମାଆ ପଞ୍ଜାବର ଗୋଟିଏ ଛୋଟ ସହରରୁ ଆସି ଦିଲ୍ଲୀରେ ପହଞ୍ଚିଲା ବେଳେ ଗୋଟିଏ ବିବାହିତା ଯୁବତୀ କନ୍ୟା ଥିଲା । ମାସ ମାସ ଧରି ଅଶାନ୍ତ ପରିବେଶ ଲାଗି ରହିଲା ପରେ ଭବିଷ୍ୟତ ଅନିର୍ଦ୍ଦିଷ୍ଟ ଓ ଅନ୍ଧକାର ଜଣା ପଡୁଥିଲା । ପରେ ଧୀରେ ଧୀରେ ଅବସ୍ଥା ସ୍ଥିର ହେଲା । ସେତେବେଳେ ମୋ ମାଆ ଅନୁଭବ କଲେ, ସ୍ୱାଧୀନ ଭାରତରେ ଶିକ୍ଷା କ୍ଷେତ୍ରରେ ବିରାଟ ସୁଯୋଗର ସମ୍ଭାବନା ଅଛି । ସେ ଲକ୍ଷ କଲେ ମଦ୍ରାସୀବଙ୍ଗାଳୀମାନେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ବହୁତ ସାଧା ସିଧା ଜୀବନ ଅତିବାହିତ କରୁଛନ୍ତି । ଏହା ଦେଖି ମାଆ ନିଜ ପିଲାମାନଙ୍କୁ ସବୁଠାରୁ ଭଲ ସ୍କୁଲରେ ପଢେଇବାକୁ ନିଶ୍ଚୟ କଲେ । ଅର୍ଥ ପାଇବା ଅତି କଠିନ ଥିବା ସତ୍ତ୍ୱେ ମୋ ପିତା ରୋଜଗାରର ଗୋଟିଏ ବଡ ଅଂଶ ପିଲାଙ୍କୁ ବିଖ୍ୟାତ ଇଂରାଜୀ ଭିତ୍ତିକ ସ୍କୁଲରେ ପଢେଇବାରେ ବ୍ୟୟ କଲେ ।
ହାଇ ସ୍କୁଲରେ ମୁଁ ଅଙ୍କବିଜ୍ଞାନରେ ଭଲ କରି ଭଲ ନମ୍ବର ପାଉଥିଲି । ମୁଁ ଜଣେ ସ୍ୱପ୍ନ ଦେଖୁଥିବା ଝିଅ ଥିଲି ଓ ବର୍ତ୍ତମାନ ମଧ୍ୟ ଅଛି । ମୋର କୌଣସି ଉଚ୍ଚାଭିଳାଶ ନ ଥିଲା ଓ ଜୀବନ ସେମିତି ଆଗେଇ ଚାଲିଥିଲା । ମୋ ଶ୍ରେଣୀର ଅନ୍ୟ ବଙ୍ଗାଳୀ ଓ ମଦ୍ରାସୀ ପିଲାଙ୍କ ଅପେକ୍ଷା ମୁଁ ଭଲ ନମ୍ବର ରଖୁଥିବାରୁ ମୋ ମାଆ ବହୁତ ସନ୍ତୁଷ୍ଟ ଥିଲେ । ଅଧିକନ୍ତୁ ମୋର କୌଣସି ନିଜସ୍ୱ ଲକ୍ଷ ନ ଥିଲା ଓ ଭବିଷ୍ୟତ ଚିନ୍ତା ନ ଥିଲା । ମୋ ମାଆଙ୍କ ମନରେ କିନ୍ତୁ ମୋ ପାଇଁ ଗୋଟିଏ ଲକ୍ଷ ଥିଲା, ମୋତେ ବି.ଏସ.ସି., ବି.ଇଡି. ପଢେଇ ସାରି ଶିକ୍ଷକ ହେଲା ପରେ ବାହା କରେଇ ଦେବେ । ଏଠି ନିମନ୍ତେ ମୁଁ ତାଙ୍କୁ ନିନ୍ଦା କରୁନି । ଯେଉଁ ପରିବାରରେ ପୁଅମାନେ ବି କଲେଜ ଯାଇ ନ ଥିଲେ ସେଠାରେ ଏତିକି ଉଚ୍ଚାଭିଳାଶ ଯଥେଷ୍ଟ ଥିଲା । ସେ ପି.ଏଚ.ଡି. ନାମ ମଧ୍ୟ ଶୁଣି ନ ଥିଲେ ।
ସ୍କୁଲରେ ବିଜ୍ଞାନ ପଢାର ଶୈଳୀ, ସ୍ୱପ୍ନମୟୀ ମୁଁ, ମୋ ମାଆଙ୍କ ବେଶୀ ନମ୍ବର ରଖିବାକୁ ଜୋରଦେବା ବା କିଛି ନୂଆ କରିବାରେ ମିଳିବା ଆନନ୍ଦ ଅପେକ୍ଷା ବିଜ୍ଞାନ ପଢିବାକୁ ମୁଁ ଆଗ୍ରହୀ ହେବା ପଛରେ କ୍ଳାସରେ ବେଶୀ ନମ୍ବର ରଖିବା ବେଶୀ ଦାୟୀ ଥିଲା । ଏକାଦଶ ଶ୍ରେଣୀରେ ଜେନେଟିକ୍ସର ଡବ୍ଲ ହେଲିକ୍ସ ବିଷୟ ପ୍ରଥମେ ପଢି ବହିରେ ଥିବା ଫର୍ମୁଲା ଗ୍ରହଣ କଲି ଓ ସେ ବିଷୟରେ ପ୍ରଶ୍ନ କରିବାକୁ ଭାବିଲି । ସେ ପର୍ଯ୍ୟନ୍ତ ମଧ୍ୟ ମୁଁ ବୈଜ୍ଞାନିକ ହେବା କଥା ଭାବି ନ ଥିଲି ।
ନ୍ୟାସନାଲ ସାଇନ୍ସ ଟାଲେଣ୍ଟ ସମର ସ୍କୁଲ ମେଳାରେ ପ୍ରଥମେ ମୁଁ ବମ୍ବେର ପିଲାମାନଙ୍କୁ ଭେଟିଲି । ଦିଲ୍ଲୀ ପିଲାମାନଙ୍କ ଅପେକ୍ଷା ସେମାନେ ଅଧିକ ଉନ୍ମୁକ୍ତ ଥିଲେ । ଆନ୍ତର୍ଜାତୀୟ ବିଖ୍ୟାତ ବୈଜ୍ଞାନିକ ମାନେ ବକ୍ତୃତା ଦେବାକୁ ବମ୍ବେକୁ ଆସୁଥିଲେ । ମଲିକ୍ୟୁଲାର ବାୟୋଲୋଜିର ଆବିଷ୍କାର ବିଷୟ ଜାଣୁଥିଲେ । ସ୍କୁଲ ଶିକ୍ଷା ଅପେକ୍ଷା ଏହା ଶୁଣିବା ପରେ ସେ ବିଷୟ ଏକ ଆହ୍ୱାନ ଭାବେ ଜଣା ପଡ଼ିଲା । ବୋଟାନି ଅନର୍ସ ନେଇ ବି.ଏସ.ସି. ପଢିବା ମୋର ଭୁଲ ଥିଲା ବୋଲି ଭାବିଲି । ସେତେବେଳକୁ ମୋଲିକ୍ୟୁଲାର ବାୟୋଲୋଜି ଉପରେ ମୋର ଇଚ୍ଛା କେନ୍ଦ୍ରୀଭୂତ ହୋଇ ସାରିଥିଳା ।
ବି.ଏସ.ସି.ର ଶେଷ ବର୍ଷରେ ଆମେ ଜଣେ ଉତ୍ତମ ପ୍ରଫେସରଙ୍କୁ ପାଇଲା ପରେ ଆଶ୍ୱସ୍ତ ହେଲୁ । ସେ ଆମକୁ ବୃକ୍ଷ ଶରୀରତତ୍ତ୍ୱ ବିଷୟ ଶିକ୍ଷା ଦେଲେ । ଆଲୋକର ଫୋଟୋନ କିପରି ଇଲେକଟ୍ରନକୁ ଶକ୍ତି ଦେବା ପରେ କ୍ଳୋରୋଫିଲରେ ପରିବର୍ତ୍ତନ ହେଉଛି, ଏହା ଅନୁଭବ କଲାଭଳି ଶିକ୍ଷା ଦେଉଥିଲେ । ଏହି ପାଠ ମଝିରେ ଥିବା ଗବେଷଣାପ୍ରଦ ପାଠ ମଧ୍ୟ ଚିହ୍ନିଲୁ ।
ସ୍କୁଲ ଶିକ୍ଷା କାହିଁ ଦୂରରେ ରହିଗଲା । ମୋଲିକ୍ୟୁଲାର ବାୟୋଲୋଜି ପଢିବାର ଗୋଟିଏ ନୂଆ ଉଚ୍ଚାକାଂକ୍ଷା ମନରେ ସୃଷ୍ଟି ହେଲା । ସାରା ଦିଲ୍ଲୀରେ ମାତ୍ର ଦୁଇଟି ଅନୁଷ୍ଠାନ ଏମ.ଏସ.ସି. ବାୟୋକେମିଷ୍ଟ୍ରି ଶିକ୍ଷା ଦାନ କରୁଥିଲେ ଓ ମାତ୍ର ଜଣେ ବା ଦୁଇ ଜଣ ଶିକ୍ଷାର୍ଥୀ ଗ୍ରହଣ କରୁଥିଲେ । ସେହି ୧୯୭୧ ମସିହାରେ ଏ.ଆଇ.ଆଇ.ଏମ.ଏସ. ଛାତ୍ର ଗ୍ରହଣ କଲେ ନାହିଁ । ତେଣୁ ଆଇ.ଏ.ଆର.ଆଇ. (I.A.R.I.) ଦୁଇ ଜଣ ଶିକ୍ଷାର୍ଥୀ ଗ୍ରହଣ କଲେ ।
ମୋ ପାଇଁ ବର ଖୋଜୁଥିବାରୁ ମୋ ମାଆ ମୋତେ ଦିଲ୍ଲୀ ବାହାରକୁ ଛାଡିବାକୁ ଅରାଜି ଥିଲେ । ଏହି ପରିସ୍ଥିତିରେ ମୁଁ ଇଣ୍ଟରଭିୟୁ ନିମନ୍ତେ ପ୍ରସ୍ତୁତି ଚଲେଇଲି । ଏହି ଅନୁଷ୍ଠାନରେ ପ୍ରବେଶ ମୋ ଜୀବନରେ ମୋଡ ଆଣିଦେଲା । ମୋଲିକ୍ୟୁଲାର ବାୟୋଲୋଜି, ମୋଲିକ୍ୟୁଲାର ଜେନେଟିକ୍ସ ଓ ଏଞ୍ଜାଇମୋଲୋଜି ବିଷୟରେ ସାର ଗର୍ଭକ ଶିକ୍ଷା ପାଇଲୁ ।
ଇତି ମଧ୍ୟରେ ପାରିବାରିକ ଚାପ ଯୋଗୁ ମୋ ବିବାହ ନିମନ୍ତେ ମୋର ଗୋଟିଏ ଭଲ ପୋଜ ଥିବା ଫୋଟୋ ଦରକାର ଥିଲା । ଏତିକିବେଳେ ମୋ ମାଆ ମୋର ପି.ଏଚ.ଡି. କରିବା ଇଛା ବିଷୟ ଶୁଣିବା କ୍ଷଣି ଘରେ ଗୋଟିଏ ଝଡ ବୋହିବାକୁ ଲାଗିଲା । ଉତ୍ତମ ଶିକ୍ଷା ଦେବାକୁ ଇଚ୍ଛା କରିଥିବା ସେହି ମାଆ କହିଲେ ବହୁତ ହୋଇଗଲା । ମୋର ପିତାଙ୍କର ଇଚ୍ଛା ଥିଲେ ମଧ୍ୟ ତାଙ୍କୁ ଅବ୍ୟବହାରିକ (Impractical) ଆଖ୍ୟା ଦିଆଗଲା । ମାଆଙ୍କ ସ୍ୱାର୍ଥ ତ୍ୟାଗ କଥା ଭାବି ଯୁକ୍ତି କରିବା ଠିକ ବୋଲି ଭାବିଲିନି, କିନ୍ତୁ କିଛିଟା ବାଧା ସୃଷ୍ଟି କଲି । ନିଜର ଶକ୍ତି ଉପରେ ବିଶ୍ୱାସ ଥିଲେ ଅଙ୍କ। ବଙ୍କା ରାସ୍ତାରେ ଯିବା ସହଜ ହୋଇଯାଏ ।
ଶେଷରେ କିଛି ଗାନ୍ଧୀଗିରି କରି ମାଆଙ୍କ ଆକ୍ରମଣକୁ ରୋକି ପାରିଲି ଓ ପି.ଏଚ.ଡି. ଶେଷ କଲି । ପୃଥିବୀରେ ନାରୀର ସ୍ଥାନ ଆଗଭଳି ନାହିଁ ଓ ବିବାହ ଶେଷ ଲକ୍ଷ ନୁହେଁ କହି ମାଆଙ୍କୁ ଧୀରେ ଧୀରେ ବୁଝେଇଲି । ସେ ପର୍ଯ୍ୟନ୍ତ ଅବିବାହିତା ଥିଲେ ମଧ୍ୟ ପୋଷ୍ଟ ଡକ୍ଟରାଲ ଫେଲୋସିପ ନିମନ୍ତେ ଆମେରିକା ଗଳାବଳେ ମୋ ଭବିଷ୍ୟତ ବିଷୟରେ ତାଙ୍କର କିଛି ଚିନ୍ତା ରହିଲାନି । ଦୁଇ ବର୍ଷ ପରେ ସେହି ମାଆ ଘରୁ ବାହାରି ବସ୍ତି ପିଲାଙ୍କ ପାଇଁ ସ୍କୁଲ ଖୋଲିବା କାମ କରୁଥିବା ଗୋଟିଏ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଯୋଗ ଦେଇ କାମ କଲେ ।
ମାଆଙ୍କ ପ୍ରତିରୋଧ ମୋର ଗୋଟିଏ ଉପକାର କରିଥିଲା । ଏହା ମୋତେ ଶକ୍ତ କଲା ଓ ଲଢିବାକୁ ଯୋଗ୍ୟ କଲା । ମୁଁ ନିଜେ ମାଆ ହେବା ପରେ ସବୁଠାରୁ କଷ୍ଟକର ଆହ୍ୱାନର ସମ୍ମୁଖୀନ ହେଲି । କାହା ଜିମାରେ ମୋର ଟିକି ଛୁଆକୁ ଛାଡି ମୁଁ ପରୀକ୍ଷାଗାରକୁ ଜିବି ? ମୋର ସହକର୍ମୀ ବୈଜ୍ଞାନିକ ସ୍ୱାମୀଙ୍କର ଅକୁଣ୍ଠ ଓ ସମ୍ପୂର୍ଣ ସାହାଯ୍ୟ ମୋ ନିମନ୍ତେ ବଡ ସହାୟ ହୋଇଥିଲା । ସେତେବେଳେ ଆମେ ଗୋଟିଏ ନୂଆ ସହରକୁ ନୂଆ କାମ ପାଇ ଆସିଥିଲୁ । ବର୍ଷେ ପର୍ଯ୍ୟନ୍ତ ଆମେ ଦୁଇ ଜଣ ଶିଫ୍ଟରେ କାମ କଲା ପରେ ଗୋଟିଏ ବିଶ୍ୱସ୍ତ ଡେ କେୟାର ପାଇଲୁ । ଯେତେ କଷ୍ଟ ପାଇଲେ ମଧ୍ୟ ଗବେଷଣା ଆମ ଜୀବନର ଏକ ଅଙ୍ଗ ହୋଇ ସାରିଥିଲା ଓ ଏହା ବିନା ଜୀବନର ଚିନ୍ତା କରି ହେଉ ନ ଥିଲା ।
ମୁଁ ପି.ଏଚ.ଡି. କଲା ବେଳେ ନିଜକୁ ବହୁତ ଭାଗ୍ୟବତୀ ଭାବୁଥିଲି । ଜୀବନ ଧାରା କିପରି ଚାଲିଛି ସେ କଥା ଭାବିବା ମୋ ନିମନ୍ତେ ଆତ୍ମିକ ଅନୁଭବ ଥିଲା । ପ୍ରତି ଦିନ ନୂଆ ନୂଆ କଥା ନିଜ ତଥା ଅନ୍ୟ ଦେଶରୁ ଶିଖିବାକୁ ମିଳୁଥିଲା । କିଛି ଫଳ ନ ପାଇବା ହତାଶା ପରେ ଅବଶେଷରେ ନୂଆ ପରୀକ୍ଷାରେ ସଫଳ ହେବା ପରେ ଯେଉଁ ସମ୍ପୂର୍ଣ ଆନନ୍ଦ ମିଳେ ତାହାର ଉପମା ନାହିଁ ।
ବହୁତ ବର୍ଷ ଧରି ଗବେଷଣା କରିବା ପରେ ମୁଁ ଭାବୁଛି ଗବେଷଣାରେ ସୁନାମ ଓ ଧନ ଲାଭ ଆଶା କରିବା ଅର୍ଥ ବହୁତ କମ ଆଶା କରୁଛ । ବିଜ୍ଞାନ ଗବେଷଣା ଗବେଷକକୁ ମାନବର ସଂକୀର୍ଣ୍ଣ ଚିନ୍ତାଧାରା ଉପରେ ଏକ ଅତ୍ୟୁଚ୍ଚ ସ୍ତରକୁ ନେଇଯାଏ ଯେଉଁଠାରେ ସତ୍ୟହିଁ ସଂପୂର୍ଣ୍ଣ ଥାଏ ।
ବୈଜ୍ଞାନିକ ହେବାକୁ ଇଚ୍ଛା କରୁଥିବା ମହିଳାଙ୍କୁ ଏତିକି କହିବି, ବିଜ୍ଞାନ ନିମନ୍ତେ ଦାବି କର କାରଣ ତୁମେ ଏହାର ଯୋଗ୍ୟ ।
ଶିକ୍ଷା ଓ ବୃତ୍ତି

  • ଶିକ୍ଷା - ପି.ଏଚ.ଡି. ୧୯୭୭, ନୂଆ ଦିଲ୍ଲୀ, ଏଫ.ଏ.ସି.ଏସ. ( Ph.D. - 1977, New Delhi, FASc.)
  • ତାଙ୍କର ଆଗ୍ରହ - ମଲିକ୍ୟୁଲାର ବାୟୋଲୋଜି, ମଲିକ୍ୟୁଲାର ପାରାସାଇଟୋଲୋଜି ଓ ଜେନୋମିକ୍ସ (molecular biology, molecular parasitology and genomics.)
  • ବୃତ୍ତି - ଆସୋସିଏଟ ପ୍ରଫେସର ଜୱାହର ଲାଲ ଯୁନିଭରସିଟି, ନୁଆ ଦିଲ୍ଲୀ

ସମ୍ମାନ[ସମ୍ପାଦନା]

ରକଫେଲର ବାୟୋଟେକନୋଲୋଜି କ୍ୟାରିଅର ଡେଭଲପମେଣ୍ଟ ପୁରସ୍କାର (Recipient of the Rockfeller Biotechnology Career Development Award)

ଆଧାର[ସମ୍ପାଦନା]

  1. http://www.ias.ac.in/womeninscience/sudha.html#14 (Sudha Bhattacharya.pdf – Adobe Reader )

ଅଧିକ ତଥ୍ୟ[ସମ୍ପାଦନା]

Lilavati's Daughters: The Women Scientists of India ବହି