ସିଙ୍ଗଡ଼ା
ଅନ୍ୟ ନାମ | Samsa, somsa, somosa, somucha, sambosak, sambusa, sambuksa, samsa, singada, samuza, sambosa, somasi, somaas[ଆଧାର ଲୋଡ଼ା] |
---|---|
ପ୍ରକାର | pastry |
ପରଷା | Entrée, snack |
ଅଞ୍ଚଳ ବା ରାଜ୍ୟ | Southeast Asia, Central Asia, Middle East, Horn of Africa, North Africa, Pakistan, India, Portugal |
ପରଷିବା ଉତ୍ତାପ | Hot with chutney or mint sauce (raita) |
ମୁଖ୍ୟ ଉପାଦାନ | Maida, potatoes, peas, onions, spices, chili peppers (especially green chili), cheese, paneer (lamb, beef or chicken) |
ପ୍ରକାର ଭେଦ | Chamuça, Shingara |
|
ସିଙ୍ଗଡ଼ା (ସମୋସା ବା ସାମୂସା ନାମରେ ମଧ୍ୟ ଜଣା) ଏକ ପୁର ଦିଆ ହେଇଥିବା ଓ ତେଲରେ ଛଣାଯାଇଥିବା ଖାଦ୍ୟ । ଏଥିରେ ଭିତରେ ପୁର ସାଧାରଣତଃ ମସଲାଯୁକ୍ତ ଭଜା ହେଇଥିବା ଆଲୁ , ପିଆଜ , ବାଦାମ ଆଦି ସହ ସ୍ଥଳ ବିଶେଷରେ କିମା କରାଯାଇଥିବା ମାଂସ ମଧ୍ୟ ଦିଆଯାଇଥାଏ । ସିଙ୍ଗଡ଼ା ସାଧାରଣତଃ ତ୍ରିକୋଣୀୟ ଆକୃତିର ହେଇଥାଏ । ଚତୁର୍ସ୍କୋଣୀୟ ବା ବହୁ କୋଣୀୟ ସିଙ୍ଗଡ଼ା ମଧ୍ୟ ଦେଖା ଯାଏ । ଭାରତରେ ସାଧାରଣତଃ ନିରାମିଷ ସିଙ୍ଗଡ଼ାର ପ୍ରଚାଳନ ହୁଏ । ଏହି ସିଙ୍ଗଡ଼ାକୁ ବିଭିନ୍ନ ପ୍ରକାର ଚଟଣି ସହ ଖିଆ ଯାଇଥାଏ । ସାରା ଭାରତର ସମସ୍ତ ରାଜ୍ୟ ସହ ଏସିଆର ବିଭିନ୍ନ ଦେଶ ତଥା ପୃଥିବୀର ଅନ୍ୟ ଦେଶମାନଙ୍କରେ ସିଙ୍ଗଡ଼ାର ବିଭିନ୍ନ ପ୍ରକାରଭେଦ ସହ ପ୍ରଚବଥପତଳନ ରହିଛି ।
ନାମ ପ୍ରକାରଭେଦ
[ସମ୍ପାଦନା]ପଞ୍ଜାବୀରେ: ਸਮੋਸਾ smosa, ସଂସ୍କୃତ: शृङ्गाटकं śr̥ṅgāṭakaṁ, ବଙ୍ଗାଳୀ i: িসনগাড়া, Singara, ହିନ୍ଦୀ : समोसा, Manipuri: Singhara, ନେପାଲୀ समोसा,
ଆରବ ଭାଷାରେ sambūsak, ସିଂହଳୀ සමොසා, ହେବରୁ : סמבוסק sambusak, ଗୁଜୁରାତି : સમોસા samosa, କାନାଡା : ಸಮೋಸಾ samosa, ମାଲୟାଲମ : സമോസ, ମରାଠୀ : सामोसा, ପାର୍ସି : سمبوسه, ତାମିଲ : சமோசா, ତେଲୁଗୁ : సమోసా, ଉର୍ଦୁ : سموسه samosa, samsa (pronounced [ˈsamsə]), Sylheti: ছমছা
ଉଜବେକ 'somsa', [sɒmsa], Uyghur: سامسا, [sɑmsɑ́]) and Turkey (Turkish: samsa böreği), sambusa, ତାଜାକ (Tajik: самбӯса)), sanbusé (Persian: سنبوسه; among Iranians), samosha (Burmese: စမူဆာ, IPA:
ପୂର୍ବ ଭାରତ ରାଜ୍ୟ ମାନଙ୍କରେ ସାଧାରଣତଃ ସିଙ୍ଗଡା କହିଲେ ସମସ୍ତେ ବୁଝୁଥିବା ସିଙ୍ଗଡ଼ାକୁ ବଙ୍ଗଳାରେ সিঙাড়া shingara, Sylheti: in ଆସାମୀରେ সিঙারা shingara sing-ra , ଓଡ଼ିଆରେ ସିଙ୍ଗଡା କୁହାଯାଇଥାଏ । .
ବ୍ୟୁପତ୍ତି ତଥ୍ୟ
[ସମ୍ପାଦନା]ସମୋସା ନାମଟି ପାର୍ସି ଭାଷାର sanbosag (Persian: سنبوساگ ).[୧] ନାମରୁ ଆସିଥିବାର ଜଣା ଯାଏ । ମଧ୍ୟ ପ୍ରାଚ୍ଯ ଆରବ ଭାଷାରେ ଏହା sambusaj ନାମରେ ଉଲ୍ଲିଖିତ ଥିବାର ଜଣା ପଡେ । .[୨][ଆଧାର ଲୋଡ଼ା]
History
[ସମ୍ପାଦନା]== ଭାରତୀୟ ଉପମହାଦେଶରେ ସିଙ୍ଗଡ଼ାର ପ୍ରଚଳନ କାଳ == ୧୩ ଶ , ବା ୧୪ ଶ ଶତାବ୍ଦୀ ବେଳେ ଭାରତରେ ସିଙ୍ଗଡ଼ାର ପ୍ରଚଳନ ଥିବା କଥା ୧୨୫୩ରେ ପରିବ୍ରାଜକ ଅମିର ଖୁସ୍ରୁଙ୍କ ଲେଖାରୁ ଜଣାପଡେ ।୧୬ ଶ ଶତାବ୍ଦୀରେ ମୋଗଲ ମାନଙ୍କ ଆଇନ-ଇ-ଅକବରୀରେ ମଧ୍ୟ ସିଙ୍ଗଡ଼ା ବିଷୟରେ ପ୍ରମାଣ ମିଳେ ।
ଅଞ୍ଚଳିକ ବିବିଧତା
[ସମ୍ପାଦନା]ବିଭିନ୍ନ ଅଞ୍ଚଳରେ ସିଙ୍ଗଡ଼ାର ପ୍ରସ୍ତୁତି ବିଧି ଭିନ୍ନ ପ୍ରକାର ହେଇଥାଏ ।
ଦକ୍ଷିଣ ଏସିଆ
[ସମ୍ପାଦନା]ଭାରତ
[ସମ୍ପାଦନା]ହାଇଦ୍ରାବାଦ ସହରରେ ଛୋଟ ଆକାରର ସିଙ୍ଗଡ଼ା ଗୁଣ୍ଡ କରା ହେଇଥିବା ମାଂସର ପୁର ସହିତ ପ୍ରସ୍ତୁତ ହୁଏ ଯାହାକୁ 'ଲୁଖମି' କୁହାଯାଇଥାଏ ।
ବାଂଲାଦେଶୀ ସିଙ୍ଗଡ଼ା
[ସମ୍ପାଦନା]ବାଂଲାଦେଶରେ ସାଧାରଣ ଆଲୁ । ପିଆଜ ଦିଅ ସିଙ୍ଗଡ଼ା ସହ ଗୋମାଂସ ଲିଭରଯୁକ୍ତ ସିଙ୍ଗଡ଼ା ଯାହାକୁ ସୋମୁଚା କୁହା ଯାଏ , ସବୁ ପ୍ରଚାଳନ ହୁଏ ।
ନେପାଲୀ ସିଙ୍ଗଡ଼ା
[ସମ୍ପାଦନା]ନେପାଳୀୟ ସିଙ୍ଗଡ଼ାର ପ୍ରସ୍ତୁତି ବିଧି ଭାରତୀୟଙ୍କ ସହ ସମାନ ।
ପାକିସ୍ଥାନୀ ସିଙ୍ଗଡ଼ା
[ସମ୍ପାଦନା]ପାକିସ୍ତାନରେ ପାରିବା ଦିଅ ସିଙ୍ଗଡ଼ା ସହ ମାଂସଯୁକ୍ତ ସିଙ୍ଗଡ଼ାର ପ୍ରଚଳନ ଅଛି । ପାକିସ୍ତାନୀ ସିଙ୍ଗଡ଼ାରେ ସାଧାରଣତଃ ମସଲାର ବହୁଳ ବ୍ୟବହାର ହେଇ ତାହା ପାଟିକୁ ସୁଆଦ ହେଇଥାଏ ।
ମାଲଦ୍ୱୀପ ସିଙ୍ଗଡ଼ା
[ସମ୍ପାଦନା]ମାଳଦ୍ୱୀପ ସିଙ୍ଗଡ଼ାକୁ 'ବାଜିୟା' କୁହା ଯାଏ ଓ ଏହା ଭିତରେ ରନ୍ଧା ଯାଇଥିବା ସାମୁଦ୍ରିକ ମାଛର ପୁର ଦିଆ ଯାଇଥାଏ ।
କେନ୍ଦ୍ର ଏସିଆ ସିଙ୍ଗଡ଼ା
[ସମ୍ପାଦନା]ରୁଷୀଆ ମହାଦେଶୀୟ ଦେଶ ମାନଙ୍କରେ ବିଭିନ୍ନ ପ୍ରକାର ଭେଦ ସହ ସିଙ୍ଗଡ଼ାର ବହୁଳ ପ୍ରଚାଳନ ରହିଛି । ତେବେ ସେଠାରେ ସ୍ୱତନ୍ତ୍ରତା ଏହା ଯେ ସେଠାରେ ସିଙ୍ଗଡ଼ାକୁ ତେଲରେ ଛଣା ନ ଯାଇ ତାକୁ ବେକିଙ୍ଗ କରା ଯାଇଥାଏ ।
ଦକ୍ଷିଣ ପୂର୍ବ ଏସିଆ ସିଙ୍ଗଡ଼ା
[ସମ୍ପାଦନା]ବର୍ମା ସିଙ୍ଗଡ଼ା
[ସମ୍ପାଦନା]ବର୍ମା ଦେଶରେ ସାମୋସା ବହୁତ ଲୋକ ପ୍ରିୟ ଖାଦ୍ୟ ଭାବରେ ନିଆ ଯାଇଥାଏ ।
ଇଣ୍ଡୋନେସିଆ ସିଙ୍ଗଡ଼ା
[ସମ୍ପାଦନା]ଇଣ୍ଡୋନେସିଆ ସିଙ୍ଗଡ଼ାରେ ସାଧାରଣତଃ ଅଣ୍ଡାର ପ୍ରୟୋଗ ହେଇଥାଏ ।
ଆଫ୍ରିକୀୟ ସିଙ୍ଗଡ଼ା
[ସମ୍ପାଦନା]ଆଫ୍ରିକୀୟ ଦେଶ ମାନଙ୍କରେ ପର୍ବ ପର୍ବାଣି ବେଳେ ସିଙ୍ଗଡ଼ାର ବେଶୀ ବ୍ୟବହାର ଦେଖାଯାଏ ।
ଇସ୍ରାଏଲର ସିଙ୍ଗଡ଼ା
[ସମ୍ପାଦନା]ଇସ୍ରାଏଲରେ ସିଙ୍ଗଡ଼ାଗୋଲାକାର ଆକାରର ଥିବାର ଦେଖାଯାଏ ।
ପର୍ତୁଗୀଜ ଅଞ୍ଚଳର ସିଙ୍ଗଡ଼ା
[ସମ୍ପାଦନା]ପୂର୍ବ ଇଂରେଜ ଉପନିବେଶୀୟ ଦେଶରେ ସିଙ୍ଗଡ଼ା
[ସମ୍ପାଦନା]ୱେଷ୍ଟ ଇଣ୍ଡିଜ ଦେଶ ସମୂହରେ ମଧ୍ୟ ସିଙ୍ଗଡ଼ାର ପ୍ରଚଳନ ରହିଛି ।
ଆଧାର
[ସମ୍ପାଦନା]- ↑ Lovely triangles Archived 2009-01-08 at the Wayback Machine. "Hindustan Times", 23 August 2008.
- ↑ Rodinson, Maxime, Arthur Arberry, and Charles Perry.