Jump to content

ସଦାଶିବ ରଥଶର୍ମା

ଉଇକିପିଡ଼ିଆ‌ରୁ
ପଦ୍ମଶ୍ରୀ ୰ ପଣ୍ଡିତ

ସଦାଶିବ ରଥଶର୍ମା
ଜନ୍ମମହାଶିବରାତ୍ରି ୧୯୧୭
ମୃତ୍ୟୁପାପନାଶିନୀ ଏକାଦଶୀ, ୨ ଅପ୍ରେଲ ୧୯୮୯(1989-04-02) (ବୟସ ୭୧)
ଜାତୀୟତାଭାରତୀୟ
ସନ୍ତାନନୀଳକଣ୍ଠ ରଥଶର୍ମା, ବିରଞ୍ଚି ନାରାୟଣ ରଥଶର୍ମା, ରବିନାରାୟଣ ରଥଶର୍ମା, ସୂର୍ଯ୍ୟନାରାୟଣ ରଥଶର୍ମା
ପିତାମାତାରାମଚନ୍ଦ୍ର ରଥଶର୍ମା

ପଣ୍ଡିତ ସଦାଶିବ ରଥଶର୍ମା (୧୯୧୭-୨ ଅପ୍ରେଲ ୧୯୮୯) ପୁରୀରେ ଜନ୍ମିତ ଜଣେ ପାରମ୍ପରିକ ପଣ୍ଡିତ ଓ ବିଦ୍ୱାନ୍ ଅଟନ୍ତି । ସେ ପୁରୀ ସହରରେ ୧୯୧୭ ମସିହା ମହାଶିବରାତ୍ରି ତିଥିରେ ଜନ୍ମଲାଭ କରିଥିଲେ । ପିତା ରାମଚନ୍ଦ୍ର ରଥଶର୍ମା ଓଡ଼ିଶାର ପ୍ରଖ୍ୟାତ ବିଦ୍ୱାନ୍ ଓ ତନ୍ତ୍ର ସାଧକ ଭାବେ ପରିଚିତ ଥିଲେ । ନିଜ ବିଦ୍ୱତ୍ତା ଓ ପାଣ୍ଡିତ୍ୟ ଯୋଗୁଁ ଏବଂ ଜଗନ୍ନାଥ ପରମ୍ପରାର ପ୍ରଚାର ପ୍ରସାରରେ ଉଲେଖନୀୟ ଅବଦାନ ଯୋଗୁଁ ରଥଶର୍ମା ପଦ୍ମଶ୍ରୀ ପୁରସ୍କାର ମଣ୍ଡିତ ହୋଇଥିଲେ । ୧୯୮୯ ମସିହା ୨ ଅପ୍ରେଲ ପାପନାଶିନୀ ଏକାଦଶୀ ତିଥିରେ ୭୧ ବର୍ଷ ବୟସରେ ପଣ୍ଡିତ ରଥଶର୍ମାଙ୍କ ଦେହାନ୍ତ ହୋଇଥିଲା ।

ରଚନାବଳୀ

[ସମ୍ପାଦନା]

ପଣ୍ଡିତ ସଦାଶିବ ରଥଶର୍ମାଙ୍କ ଲିଖିତ ପୁସ୍ତକ ଓ ପ୍ରବନ୍ଧର ତାଲିକା ନିମ୍ନରେ ଦିଆଗଲା[] :

  • ବାସ୍ତୁସୂତ୍ର ଉପନିଷଦ (ଆଲିସ୍ ବୋନର୍‌ଙ୍କ ସହିତ)
  • ନିଉ ଲାଇଟ ଅନ୍ ଦି ସନ୍ ଟେମ୍ପଲ୍ ଅଫ୍ କୋଣାର୍କ୍
  • ରାମଚନ୍ଦ୍ର କୌଳାଚାର କୃତ ଶିଳ୍ପ ପ୍ରକାଶ[]
  • ଚିତ୍ରଶାସ୍ତ୍ର
  • ଅଭିନୟ ଚନ୍ଦ୍ରିକା
  • ବ୍ରହ୍ମର ପୁଣି ନବକଳେବର[]
  • ଶ୍ରୀଜଗନ୍ନାଥ ଓ ନେପାଳ[]
  • Primary Doctrine of Jagannath Consciousness[]
  1. ସଦାଶିବ ରଥଶର୍ମାଙ୍କ ରଚନାବଳୀ : http://worldcat.org/identities/lccn-n83127412/
  2. Kaulacara, Ramacandra. Silpa Prakasa: medieval Orissan Sanskrit text on temple architecture (in ଇଂରାଜୀ). publisher not identified.
  3. ରଥଶର୍ମା, ସଦାଶିବ (1977). ବ୍ରହ୍ମର ପୁଣି ନବକଳେବର. କଟକ ଷ୍ଟୁଡେଣ୍ଟ୍‌ସ ଷ୍ଟୋର.
  4. ଦାଶ, ଅନିରୁଦ୍ଧ; ରଥଶର୍ମା, ସଦାଶିବ (1965). ଶ୍ରୀଜଗନ୍ନାଥ ଓ ନେପାଳ. ବିଦ୍ୟାପୁରୀ.
  5. Śarmā, Sadāśiva Rath (1989). Primary Doctrine of Jagannath Consciousness (in ଇଂରାଜୀ). Sri Radharaman Pustakalaya.