ରହମାନ ଅବ୍ବାସ
ରହମାନ ଅବ୍ବାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୩୦ ଜାନୁଆରୀ ୧୯୭୨ |
ଶିକ୍ଷାନୁଷ୍ଠାନ | ମୁମ୍ବାଇର ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି |
|
ପୁରସ୍କାର | ସାହିତ୍ୟ ଏକାଡେମୀ ପୁରସ୍କାର |
ରହମାନ ଅବ୍ବାସ (ଜନ୍ମ ୩୦ ଜାନୁୟାରୀ ୧୯୭୨) ଜଣେ ଭାରତୀୟ କାଳ୍ପନିକ ଔପନ୍ୟାସିକ ଅଟନ୍ତି । ୨୦୧୮ ମସିହାରେ ତାଙ୍କ ଉପନ୍ୟାସ ରୋହଜିନ ପାଇଁ ଭାରତର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ।[୧][୨][୩] ସେ ତାଙ୍କର ତୃତୀୟ ଏବଂ ଚତୁର୍ଥ ଉପନ୍ୟାସ "ଶ୍ୟାଡୋ ଅଫ ଗଡ଼" (୨୦୧୧) ଏବଂ "ରୋହଜିନ" (୨୦୧୭) ପାଇଁ ଦୁଇଟି ଷ୍ଟେଟ ଏକାଡେମୀ ପୁରସ୍କାର ପାଇଛନ୍ତି ।[୪][୫] ସେ ହେଉଛନ୍ତି ଏକମାତ୍ର ଭାରତୀୟ ଔପନ୍ୟାସିକ, ଯାହାଙ୍କୁ ଜର୍ମାନ ଭାଷାରେ ଫେଡରଲ ବୈଦେଶିକ କାର୍ଯ୍ୟାଳୟ ଏବଂ ସ୍ୱିସ-ଦକ୍ଷିଣ ସାଂସ୍କୃତିକ ପାଣ୍ଠିଦ୍ୱାରା ଅନୁଦାନ ପ୍ରାପ୍ତ ଲିଟପ୍ରୋମ ଗ୍ରାଣ୍ଟ ମିଳିଛି ।[୬][୭] ସେ ସାଧାରଣତଃ ଉର୍ଦ୍ଦୁ ଏବଂ ଇଂରାଜୀ ଭାଷାରେରେ ଲେଖନ୍ତି |[୮] ତାଙ୍କର ଉପନ୍ୟାସଗୁଡ଼ିକ ମୁଖ୍ୟତଃ ନିଷେଧ ରାଜନୀତି ଏବଂ ପ୍ରେମର ବିଷୟବସ୍ତୁ ବାବଦରେ ଆଲୋଚନା କରିଥାଏ ।[୯]
ସର୍ବବୃହତ ଅନଲାଇନ ପୋର୍ଟାଲ ରେଖତାଦ୍ୱାରା ପ୍ରକାଶ ପାଇଛି ଯେ, ରହମାନ ଅବ୍ବାସ; ସର୍ବାଧିକ ମାତ୍ରାରେ ପଠନ କରାଯାଉଥିବା ଉର୍ଦ୍ଦୁ ଔପନ୍ୟାସିକ ମାନଙ୍କ ମଧ୍ୟରୁ ଅନ୍ୟତମ ।[୧୦]
ଜୀବନ ଏବଂ ବୃତ୍ତି
[ସମ୍ପାଦନା]ଅବ୍ବାସ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଉର୍ଦ୍ଦୁ ଏବଂ ଇଂରାଜୀ ସାହିତ୍ୟରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।[୧୧]
ରହମାନ ଅବ୍ବାସ ପାଞ୍ଚଟି ଉପନ୍ୟାସ ସମେତ ନଅଟି ପୁସ୍ତକ ରଚନା କରିଛନ୍ତି: ନଖାଲିସ୍ତାନ କି ତଲାଶ, ଏକ ମାମନୁଆ ମୁହବତ୍ କି କାହାନି, ଖୁଦା କେ ସାଏ ମେନ୍ ଆଙ୍ଖ ମିଚୋଲି, ଶ୍ୟାଡୋ ଅଫ୍ ଗଡ଼, ରୋହଜିନ ଏବଂ ଜିନ୍ଦେକ୍ ।[୧୨][୧୩] [୧୪]
ସେ ତାଙ୍କର ତୃତୀୟ ଉପନ୍ୟାସ ଖୁଦା କେ ସାଏ ମେନ୍ ଆଙ୍ଖ ମିଚୋଲି ପାଇଁ ୨୦୧୧ ମସିହାରେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଜିତିଥିଲେ । କିନ୍ତୁ ୨୦୧୫ ମସିହାରେ ସେ ଏହି ପୁରସ୍କାର ଫେରସ୍ତ କରିଥିଲେ, ଯେତେବେଳେ ପ୍ରମୁଖ ଭାରତୀୟ ଲେଖକ ଓ କଳାକାରମାନେ ଦକ୍ଷିଣପନ୍ଥୀ ରାଜନୀତିରେ ସୃଷ୍ଟି ହୋଇଥିବା 'ଭାରତୀୟ ସମାଜରେ ଅସହିଷ୍ଣୁତାର ତରଙ୍ଗ' ବିରୋଧରେ ବିରୋଧ କରିଥିଲେ ।[୧୫][୧୬][୧୭]
ସମାଲୋଚନାମୂଳକ ପ୍ରତିଷ୍ଠା
[ସମ୍ପାଦନା]ପାକିସ୍ତାନୀ ଲେଖକ ମୁସ୍ତାନସର ହୁସେନ୍ ଡରାର କହିଛନ୍ତି ଯେ ରହମାନଙ୍କ ନୂତନ ଉପନ୍ୟାସ ରୋହଜିନ ଏକ ନିର୍ଭୀକ ସୃଜନଶୀଳ କାହାଣୀ ଅଟେ । ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ପ୍ରଫେସର ଗୋପୀଚାନ୍ଦ ନାରଙ୍ଗ ରୋହଜିନକୁ ଉର୍ଦ୍ଦୁ ଉପନ୍ୟାସ ଇତିହାସରେ ଏକ ପରିବର୍ତ୍ତନଶୀଳ ସ୍ଥାନ ବୋଲି କହିଛନ୍ତି ।[୧୮][୧୯][୨୦][୨୧]
ପୁରସ୍କାର ଏବଂ ସମ୍ମାନ
[ସମ୍ପାଦନା]- ୨୦୧୧ ମସିହାରେ ଖୁଦା କେ ସାଏ ମେନ୍ ଆଙ୍ଖ ମିଚୋଲି ପାଇଁ ମହାରାଷ୍ଟ୍ର ରାଜ୍ୟ ଉର୍ଦ୍ଦୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୨୨]
- ରୋହଜିନ ପାଇଁ ୨୦୧୭ ମସିହାରେ ମହାରାଷ୍ଟ୍ର ରାଜ୍ୟ ଉର୍ଦ୍ଦୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୨୩]
- ପୁନର୍ବାର ରୋହଜିନ ପାଇଁ ୨୦୧୮ ମସିହାରେ ମୁଖ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।
ଆଧାର
[ସମ୍ପାଦନା]- ↑ "Sahitya Akademi announces winners in 24 languages". 6 December 2018. Retrieved 5 January 2019.
- ↑ "Sahitya Akademi Awards for 2018 announced". uniindia.com. Retrieved 15 June 2020.
- ↑ Rasia (6 December 2018). "Sahitya Akademi announces 2018 awards in 24 languages, Rahman Abbas bags Urdu award". The Siasat Daily. Retrieved 5 January 2019.
{{cite web}}
: CS1 maint: url-status (link) - ↑ دیشمکھ, ڈاکٹر محمد راغب (6 November 2017). "رحمن عباس کے ناول 'روحزن' کو ریاستی اکیڈمی کا انعام". Archived from the original on 7 July 2018. Retrieved 5 January 2019.
- ↑ "Lokmat Hello Mumbai Newspaper | Hello Mumbai: Marathi Epaper | Hello Mumbai: Online Marathi Epaper |Hello Mumbai Daily Marathi Epaper | लोकमत वृत्तपत्रे". epaperlokmat.in. Retrieved 15 June 2020.
- ↑ "Willkommen / LitProm". litprom.de. Archived from the original on 2 July 2018. Retrieved 5 January 2019.
- ↑ "Übersetzungsförderung durch Litprom / Zuschuss für zwölf Verlage". boersenblatt.net. Retrieved 5 January 2019.
- ↑ "Urdu Literature Award". Archived from the original on 2018-07-30. Retrieved 2022-07-20.
- ↑ TNS Editor. "Of forbidden politics and love". TNS - The News on Sunday.
{{cite web}}
:|author=
has generic name (help) - ↑ "کیا آپ جانتے ہیں 'ریختہ' پر 2020 میں سب سے زیادہ کون سی کتاب پڑھی گئی؟". 31 December 2020.
- ↑ "rahmanabbas.in/". rahmanabbas.in. Archived from the original on 24 September 2016. Retrieved 15 June 2020.
- ↑ Dutta-Asane, Sucharita (12 May 2018). "Rohzin: First Urdu novel to be discussed in Germany". Retrieved 5 January 2019.
- ↑ "Rahman Abbas: 'English writers enjoy more freedom than us'". OPEN Magazine. 21 September 2018. Retrieved 5 January 2019.
- ↑ "Zindeeq-Interprets the Dreams of the Future: Dr Shahid Iqbal Kamran". 25 February 2022.
- ↑ "Dadri lynching: Urdu writer Rahman Abbas to return award in protest". dna. 9 October 2015. Retrieved 5 January 2019.
- ↑ Mukkath, Rini (9 October 2015). "Urdu writer joins protest, to return prize". The Hindu. Retrieved 5 January 2019 – via thehindu.com.
- ↑ "Novelist Sara Joseph returns Akademi Award; says intolerance is visible everywhere". Rediff. Retrieved 5 January 2019.
- ↑ SALAM, ZIYA US (30 March 2016). "Writers and thinkers should speak up". Frontline. Retrieved 5 January 2019.
- ↑ "Rohzin, A Novel by Rahman Abbas. Password Ep91". siasat-pk.com. Archived from the original on 19 September 2018. Retrieved 5 January 2019.
- ↑ "Rohzin: A monologue to soul - The Indian Awaaz". 23 May 2016. Archived from the original on 16 December 2017. Retrieved 5 January 2019.
- ↑ "Best Digital Marketing & Photography Institute in Mulund,Mumbai". TSCMC. Archived from the original on 17 May 2017. Retrieved 15 June 2020.
- ↑ "Dadri incident: Urdu writer Rahman Abbas to return award in protest". The Economic Times. 9 October 2015. Retrieved 5 January 2019.
- ↑ WordPress.com, Create a free website or blog at (10 May 2018). "Rahman Abbas' 'Rohzin': First Urdu novel to be discussed in Germany". Retrieved 5 January 2019.