ମୟାସୁର
କଶ୍ୟପ ଏବଂ ଦିତୀଙ୍କ ପୁତ୍ର ମୟାସୁର ମହାଭାରତରେ ବର୍ଣ୍ଣିତ ଏକ ଦାନବ ଥିଲେ । ଜ୍ୟୋତିଷ ଏବଂ ସ୍ଥାପତ୍ୟ ବିଦ୍ୟାରେ ସେ ଧୂରୀଣ ଥିଲେ । ଦୈତ୍ୟରାଜ ବୃଷପର୍ବଣଙ୍କ ଏକ ଯଜ୍ଞ ନିମିତ୍ତ ବିନ୍ଦୁ ସରୋବର ନିକଟରେ ଏକ ନିଆରା ସଭାଗୃହ ନିର୍ମାଣ କରି ସେ ନିଜର ଚମତ୍କାର କାରିଗରୀ ବିଦ୍ୟା ପ୍ରଦର୍ଶନ କରିଥିଲେ ।
ତାଙ୍କର ଦୁଇଟି ପତ୍ନୀ ଥିଲେ - ହେମା[୧][୨]ଏବଂ ରମ୍ଭା, ଯାହାର ପାଞ୍ଚ ପୁଅ ଏବଂ ତିନି ଝିଅ ଥିଲେ । ମାୟାବୀ, ଦୁନ୍ଦୁଭୀ ଓ ମନ୍ଦୋଦରୀ (ରାବଣଙ୍କ ପତ୍ନୀ)ଙ୍କ ପିତା ଥିଲେ ମୟାସୁର ।[୩] କଥିତ ଅଛି, ଯେତେବେଳେ ଭଗନାବ ଶଙ୍କର ତ୍ରିପୁରକୁ ଗ୍ରାସ କରି ଅସୁରମାନଙ୍କୁ ଧ୍ୱଂସ କଲେ, ମୟାସୁର ଅମୃତକୁଣ୍ଡ ତିଆରି କରି ସମସ୍ତଙ୍କୁ ଜୀବନ୍ତ କରିଦେଲା । ତେବେ ଭଗବାନ ବିଷ୍ଣୁ ତାଙ୍କର ଏହି ଉଦ୍ୟମକୁ ବିଫଳ କରିଦେଇଥିଲେ । ବ୍ରହ୍ମପୁରାଣ ଅନୁଯାୟୀ, ଯେତେବେଳେ ଇନ୍ଦ୍ର ନମୁଚି ନାମକ ରାକ୍ଷସକୁ ବଦ୍ଧ କରିଥିଲେ, ସେତେବେଳେ ମୟାସୁର ଇନ୍ଦ୍ରଙ୍କୁ ପରାସ୍ତ କରିବା ପାଇଁ ତପସ୍ୟା ମାଧ୍ୟମରେ ଅନେକ ମାୟା ବିଦ୍ୟା ହାସଲ କରିଥିଲା । ଏକଥା ଜାଣିବା ପରେ ଭୟଭୀତ ଇନ୍ଦ୍ର ଜଣେ ବ୍ରାହ୍ମଣ ରୂପେ ଛଦ୍ମବେଶରେ ତାଙ୍କ ନିକଟକୁ ଯାଇ ବନ୍ଧୁତା ପାଇଁ ସତ୍ୟ କରିବାକୁ ଅନୁରୋଧ କଲେ । ପରେ ଛଳ ପୂର୍ବକ ମୟାସୁରଠାରୁ ଅଭୟ ଲାଭ କରିବା ସହ ସମସ୍ତ ମାୟା ବିଦ୍ୟା ଶିକ୍ଷା କରିଥିଲେ ।
ମହାଭାରତରେ
[ସମ୍ପାଦନା]ମହାଭାରତର ଆଦିପର୍ବ ଅନୁସାରେ ଖାଣ୍ଡବ ବନ ଦହନ ସମୟରେ ତକ୍ଷକ ସହ ଏହି ବନରେ ଥିବା ମୟାସୁର ପଳାୟନ କରିବା ସମୟରେ କୃଷ୍ଣ ଏହାର ବଦ୍ଧ କରିବାକୁ ଉଦ୍ୟତ ହେଲେ । କିନ୍ତୁ ଶରଣାପର୍ଣ୍ନ ହେବା ପରେ ଅର୍ଜ୍ଜୁନଙ୍କ ଅନୁରୋଧ କ୍ରମେ କୃଷ୍ଣ ମୟାସୁରକୁ ଜୀବନ ଦାନ ଦେଇଥିଲେ । ପ୍ରତିବଦଳରେ ସେ ଯୁଧିଷ୍ଠିରଙ୍କ ପାଇଁ ଏକ ମାୟାସଭା ନାମରେ ଏକ ଅଦ୍ଭୁତ ସଭାଗୃହ ନିର୍ମାଣ କରିଥିଲା ।[୪] ଏମିତିକି ଏହି ଅଦ୍ଭୁତ ସଭାଗୃହକୁ ଦେଖିବାପରେ ଦୁର୍ଯୋଧନର ବହୁତ ଈର୍ଷା ହୋଇଥିଲା ଯାହାର ପରିଣାମ ସ୍ୱରୂପ ପରବର୍ତ୍ତୀ ସମୟରେ ମହାଭାରତ ଯୁଦ୍ଧ ଜନ୍ମ ନେଇଥିଲା ।
ଶିବ ପୁରାଣରେ
[ସମ୍ପାଦନା]ଶିବ ପୁରାଣ ଅନୁସାରେ, ଯେତେବେଳେ ଭଗନାବ ଶଙ୍କର ତ୍ରିପୁରକୁ ଗ୍ରାସ କରି ଅସୁରମାନଙ୍କୁ ଧ୍ୱଂସ କଲେ, ମୟାସୁର ଶିବଙ୍କ କୃପାରୁ ବର୍ତ୍ତିଯାଇଥିଲା । ଶିବଙ୍କ କୃପାରେ କୃତକୃତ୍ୟ ମୟାସୁର ଭକ୍ତିପୂତ ମନରେ ଶିବଙ୍କ ସ୍ତୁତିକରିବାକୁ ଲାଗିଲା । ମୟାସୁରର ଭକ୍ରିପୂତ ତପରେ ପ୍ରସନ୍ନ ଶିବ ମୟାସୁରକୁ ବର ମାଗିବାକୁ କହନ୍ତେ, ମୟ କହିଲା - ଦେବଦେବ ମହାଦେବ ! ଯଦି ତୁମେ ମୋ ଉପରେ ଖୁସି ଏବଂ ମୋତେ ବର ପାଇବାକୁ ଯୋଗ୍ୟ ବିବେଚନା କଲେ, ତେବେ ତୁମର ଅନନ୍ତ ଭକ୍ତି ଅର୍ପଣ କରନ୍ତୁ । ଭଗବାନ ! ମୁଁ ସର୍ବଦା ମୋର ଭକ୍ତମାନଙ୍କ ସହିତ ବନ୍ଧୁତା କରେ, ଗରିବଙ୍କ ପ୍ରତି ସର୍ବଦା ଦୟା ଦେଖାଇ ଅନ୍ୟ ପ୍ରାଣୀଙ୍କ ମନ୍ଦଗୁଣକୁ ଅଣଦେଖା କରିପାରିବି । ମହେଶ୍ୱର ! ମୋତେ କେବେ ଆଶାବାଦୀ ହେବାକୁ ଦିଅନ୍ତୁ ନାହିଁ । ଯେତେବେଳେ ମୟ ଭଗବାନ ଶିବଙ୍କ ନିକଟରେ ଏହିପରି ପ୍ରାର୍ଥନା କଲେ, ସେତେବେଳେ ଶିବ ଆନନ୍ଦରେ ମୟକୁ କହିଥିଲେ, ମୟ ! ତୁମେ ମୋର ଭକ୍ତ, ତୁମର କୌଣସି ବ୍ୟାଧି ହେବନାହିଁ; ବର୍ତ୍ତମାନ ତୁମର ଇଚ୍ଛାନୁସାର ବର ଯାହା ମୁଁ ଦେଉଛି । ବର୍ତ୍ତମାନ, ମୋର ଅନୁମତି ସହିତ, ତୁମ ପରିବାର ସହିତ ବିତଲଲୋକକୁ ଯାଅ । ସେହି ସ୍ଥାନ ସ୍ୱର୍ଗଠାରୁ ମଧ୍ୟ ଅଧିକ ଆନନ୍ଦମୟ । ତୁମେ ସେଠାରେ ଖୁସିରେ କାଳାତିପାତ କରି ମୋର ନାମ ଧ୍ୟାନ କରି ନିର୍ଭୟରେ ବଞ୍ଚ । ମୟ ଭଗବାନ ସଙ୍କରଙ୍କ ସେହି ଆଦେଶକୁ ମୁଣ୍ଡ ନୁଆଁଇ ଗ୍ରହଣ କଲେ ଏବଂ ତାଙ୍କୁ ଏବଂ ଅନ୍ୟ ଦେବମାନଙ୍କୁ ପ୍ରଣାମ କରିବା ପରେ ସେ ବିତଳଲୋକକୁ ଗମନ କଲେ ।
ଆଧାର
[ସମ୍ପାଦନା]- ↑ P. G. Lalye (2008). Curses and boons in the Vālmīki Rāmāyaṇa
- ↑ "पढ़िए, रावण की पत्नी मंदोदरी की ये 7 खास बातें". Amar Ujala (in ହିନ୍ଦୀ). Retrieved 2020-09-03.
- ↑ Devahish Dasgupta (2011). Tourism Marketing. Pearson Education India. p. 20. ISBN 978-81-317-3182-6. Retrieved 29 January 2012.
- ↑ "MayaSura and Mayamahal for Indraprastha Palace". iskconexperience. Retrieved 15 January 2021.