ବୋରୋବୁଦୁର
ବୋରୋବୁଦୁର ଇଣ୍ଡୋନେସିଆର ମଧ୍ୟ ଜାଭା ପ୍ରାନ୍ତର ମଗେଲାଙ୍ଗ ନଗରରେସ୍ଥିତ ୭୫୦-୮୫୦ ସଦୀର ମଧ୍ୟର ମହାଯାନ ବୌଦ୍ଧ ଧର୍ମ ବିହାର ଅଟେ । ଏହା ଆଜି ମଧ୍ୟ ସଂସାରର ସବୁଠାରୁ ବଡ଼ ବୌଦ୍ଧ ବିହାର ଅଟେ । ଏହାର ନିର୍ମାଣ ୯ବିଂ ଶତାବ୍ଦୀରେ ଶୈଳେନ୍ଦ୍ର ରାଜବଂଶର କାର୍ଯ୍ୟକାଳରେ ହୋଇଥିଲା । ବିହାରର ବନାବଟ ହାବାଇ ବୁଦ୍ଧ ସ୍ଥାପତ୍ୟକଳାର ଅନୁରୂପ ଅଟେ , ଯାହା ଇଣ୍ଡୋନେସିୟା ସ୍ଥାନିୟ ପନ୍ଥର ପୂର୍ବଜ ପୂଜା ଏବଂ ବୌଦ୍ଧ ଅବଧାରଣ ନିର୍ବାଣର ମିଶ୍ରିତ ଋପ ଅଟେ । ବିହାରରେ ଗୁପ୍ତ ରାଜବଂଶ କଳାର ପ୍ରଭାବ ମଧ୍ୟ ଦେଖାଯାଇଥାଏ ଯାହା ଏଥିରେ ଭାରତର କ୍ଷେତ୍ରୀୟ ପ୍ରଭାବକୁ ଦର୍ଶାଇଥାଏ । କିନ୍ତୁ ବିହାରରେ ସ୍ଥାନିୟ କଳାର ଦୃଶ୍ୟ ଏବଂ ତତ୍ତ୍ୱ ପର୍ଯ୍ୟାପ୍ତ ମାତ୍ରାରେ ସମ୍ମିଳିତ ରହିଥାଏ ଜାହା ବୋରୋବୁଦୁରକୁ ଅଦ୍ୱିତୀୟ ରୂପେ ଇଣ୍ଡୋନେଶୀଆ ନିଗମିତ କରିଥାଏ ।
ଶାକ୍ଷ ଅନୁସାରେ ବୋରୋବୁଦୁରର ନିର୍ମାଣ କାର୍ଯ୍ୟ ୯ବିଂ ସଦୀରେ ଆରମ୍ଭ ହୋଇଥିଲା ଏବଂ ୧୪ବିଂ ସଦୀରେ ଜାଭାରେ ହିନ୍ଦୁ ରାଜବଂଶର ପତନ ଓ ଜାଭା ଲୋକମାନଙ୍କଦ୍ୱାରା ଇସ୍ଲାମ ନିଜର କରିବା ପରେ ଏହାର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା ।
ବୋରୋବୁଦୁର ଏବେ ମଧ୍ୟ ତୀର୍ଥ ଯାତ୍ରୀ ମାନଙ୍କ ପାଇଁ ଖୋଲା ହୋଇଛି, ଏବଂ ବର୍ଷକୁ ଥରେ ବୈଶାଖ ପୂର୍ଣିମା ଦିନ ଇଣ୍ଡୋନେସିଆରେ ବୌଦ୍ଧ ଧର୍ମାବଲମ୍ବୀ ସ୍ମାରକରେ ଉସ୍ଚବ ମନେଇଥାନ୍ତି । ବୋରୋବୁଦୁର ଇଣ୍ଡୋନେସିଆର ଏକ ବିଖ୍ୟାତ ପର୍ଯ୍ୟଟନ ସ୍ଥଳୀ ଅଟେ ।
ଶବ୍ଦର ବ୍ୟୁତ୍ପତ୍ତି
[ସମ୍ପାଦନା]ଇଣ୍ଡୋନେସିଆରେ ପ୍ରାଚୀନ ମନ୍ଦିରକୁ "ଚଣ୍ଡୀ" ନାମରେ ଡକାଯାଏ । ଅତଃ "ବୋତୋବୁଦୁର ମନ୍ଦିର"କୁ ବହୁଥର "ଚଣ୍ଡୀ ବୋରୋବୁଦୁର" ମଧ୍ୟ କୁହାଯାଏ । ଯଦ୍ୟପି ବୋରୋବୁଦୁର ଶବ୍ଦର ମୂଳ ଅସ୍ପଷ୍ଟ ଅଟେ ତଥା ଇଣ୍ଡୋନେସିଆର ପ୍ରମୁଖ ପ୍ରାଚୀନ ମନ୍ଦିର ଜ୍ଞାନ୍ତ ରହିନାହିଁ । ବୋରୋବୁଦୁର ଶବ୍ଦ ସର୍ବ ପ୍ରଥମେ ସାର ଥୋମାସ ରେଫଲ୍ସଙ୍କ ପୁସ୍ତକ ଜାଭାର ଇତିହାସରେ ପ୍ର୍ୟୁକ୍ତ ଥିଲା । କେବଳ ପ୍ରାଚୀନ ଜାଭା ତାଳପତ୍ର ଏହା ଆଡକୁ ସଙ୍କେତ କରିଥାଏକି ସ୍ମାରକର ନାମ ବୁଦୁର ପବିତ୍ର ପୂଜାସ୍ଥଳ "ଙ୍ଗରକରେତାଗାମା"କୁ କୁହାଜାଏ । ଏହି ତାଳପତ୍ର ମଜାଫିତ ରାଜଦରବାରୀ ଏବଂ ବୌଦ୍ଧ ବିଦ୍ୱାନ ମପୁ ପ୍ରପଞ୍ଚାଦ୍ୱାରା ସନ ୧୩୬୫ ମସିହାରେ ଲେଖାଯାଇଥିଲା ।
ସ୍ଥାପତ୍ୟ କଳା
[ସମ୍ପାଦନା]ପୁନଃନିର୍ମାଣ ଅନୁଶାରେ ବୋରୋବୁଦୁରରେ ପୁରାତାତ୍ୱିକ ଉତଖନନ ଅନୁଶାରେ ବୌଦ୍ଧ ଅନୁଯାୟିଙ୍କ ସ୍ୱାମୀତ୍ୱ ପୂର୍ବ ବୋରୋବୁଦୁର ପାହାଡରେ ପ୍ରାଚୀନ ଭାରତୀୟ ଆସ୍ଥା ଅଥବା ହିନ୍ଦୁ ଅନୁଯାୟୀ ମାନଙ୍କଦ୍ୱାରା ବଡ଼ ମାତ୍ରାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଇଥିଲା । ସଂସ୍ଥାନକୁ ଏହାର ବିପରିତ କୌଣସି ହିନ୍ଦୁ ଅଥବା ବୌଦ୍ଧ ପୁଣ୍ୟସ୍ଥାନ ସରଂଚନା ମିଳିଲା ନାହିଁ ଏବଂ ଏହି କାରଣରୁ ଏହାର ପ୍ରାରମ୍ଭିକ ସରଞ୍ଚନା ହିନ୍ଦୁ ଅଥବା ବୌଦ୍ଧର ସ୍ଥାନରେ ସ୍ଥାନିୟ ଜାଭା ସଂସ୍କୃତିରେ ଅନୁରୁପ ମାନିନିଆଯାଏ ।
ଇତିହାସ
[ସମ୍ପାଦନା]ଏହାର କୌଣସି ଲିଖିତ ଅଭିଲେଖ ରହିନାହିଁ ଯାହା ବୋରୋବୁଦୁରର ନିର୍ମାଣ ଅଥବା ଏହାର ପ୍ରୟୋଜନକୁ ସ୍ପଷ୍ଟ କରିପାରୁଥିବ ।[୧] ଏହାର ନିର୍ମାଣର ସମୟ ମନ୍ଦିରରେ ପ୍ରସ୍ତର ଉତ୍କୀର୍ଣ ଏବଂ ୮ବିଂ ତଥା ୯ବିଂ ସଦି ଅନୁସାରେ ଶାହି ପାତ୍ର ସାମାନ୍ୟ ରୂପେ ପ୍ର୍ୟିକ୍ତ ଅଭିଲେଖର ତୁଳନା କରାଯାଇଥାଏ । ବୋରୋବୁଦୁର ସମ୍ଭବତଃ ୮୦୦ଇଂର ପାଖାପାଖି ସ୍ଥାପିତ ହୋଇଥିଲା ।[୧] ଏହା ମଧ୍ୟ ଜାଭାରେ ଶୈଳେନ୍ଦ୍ର ରାଜବଂଶର ଶେଖର କାଳ ୭୬୦ରୁ ୮୩୦ଇଂରେ ମେଳ ଖାଇଥାଏ ।[୨] ଏହି ସମୟ ଏଠାରେ ଶ୍ରୀବିଜୟ ରାଜବଂଶ ପ୍ରଭାବରେ ରହିଥିଲା । ଏହାର ନିର୍ମାଣର ଅନୁମାନିତ ସମୟ ୭୫ ବର୍ଷ ଅଟେ ଏବଂ ନିର୍ମାଣ କାର୍ଯ୍ୟ ସନ ୮୨୫ର ପାଖାପାଖି ସମରତୁଙ୍ଗର କାର୍ଯ୍ୟକାଳରେ ପୁର୍ଣ ହୋଇଥିଲା ।[୩]
ଫୋଟୋ ଗ୍ୟାଲେରି
[ସମ୍ପାଦନା]-
ବୋରୋବୁଦୁର ଯାହାଜର ଉଚ୍ଚାବତ ପ୍ରପଟ୍ଟ
-
ସଂଗୀତ କଳାର ପ୍ରଦର୍ଶନ କରୁଥିବା ସଂଗୀତକାର
-
ବୋରୋବୁଦୁରର ଅପ୍ସରା
-
ନିଜ ପ୍ରଜାଙ୍କ ସହ ରାଜା ଓ ରାଣୀଙ୍କ ଦୃଶ୍ୟ
-
ଗଳିୟାରେ କାନ୍ଥର ଏକ ଯଚ୍ଚାବଚ
-
ଏକ ହଥିଆର, ସମ୍ଭବତଃ କେରିସର ପ୍ରାରମ୍ଭିକ ରୂପ
-
ଏକ ଉକ୍ତୀର୍ଣ ପଥର
-
ଚମାରା ସହ ତାରା
-
ପଦ୍ମ ଫୁଲ ସହ ସୁରସୁନ୍ଦରୀ
-
ଏକ ଉଚ୍ଚାବଚର ଦୃଶ୍ୟ
-
ବୋରୋବୁଦୁର ମନ୍ଦିରର ବିଶ୍ୱଧରୋହର ଶୀଳାଲେଖ
-
ବୋରୋବୁଦୁର ମନ୍ଦିର ଭ୍ରମଣ କରିବା ପାଇଁ ଦିଶା-ନିର୍ଦ୍ଦେଶକ
-
ଇଣ୍ଡୋନେସିଆର ପୂର୍ବ ରାଷ୍ଟ୍ରପତୀଙ୍କଦ୍ୱାରା ୧୯୭୩ରେ ବୋରୋବୁଦୁରର ମରାମତୀର ଶିଳାଲେଖ
-
ନବମ ସ୍ତରରେ ବୋରୋବୁଦୁର ସ୍ତୁପ
-
ଏକ ସ୍ତୁପ ଭିତରେ ବୁଦ୍ଧ ପ୍ରତିମା