ବେହନାମ ପାର୍କ
ବେହନାମ ପାର୍କ ଏକ ଏଇତିହାସିକ ଭବନ । ଏହା ଇଂଲଣ୍ଡର ପଶ୍ଚିମ ବର୍କଶାୟରଠାରେ ଅବସ୍ଥିତ । ଏହା ଏ34 ଟ୍ରଙ୍କ ରୋଡ ଓ ନିବବରୀ ବାଇପସ ରୋଗର ମିଶ୍ରଣ ସ୍ଥଳରେ ଅବସ୍ଥିତ । ଇଂଲଣ୍ଡର ପ୍ରାଚୀନ ସୌଧମାନଙ୍କ ଗ୍ରେଡିଂ ଅନୁସାରେ ଏହା ଗ୍ରେଡ IIରେ ଓ ଏଠାରେ ଥିବା ପାର୍କ ମଧ୍ୟ ଗ୍ରେଡ IIରେ ରହିଛି ।
ଇତିହାସ
[ସମ୍ପାଦନା]1570 ମସିହାରେ ଇଂଲଣ୍ଡର ମହାରାଣୀ ଏଲିଜାବେଥ I ବେହନାମ ଭାଲେନ୍ସ ମହଲକୁ ତାଙ୍କର ଇଟାଲିୟାନ ଶିକ୍ଷକ ଗିଓଭାନୀ ବାତିସ୍ତା କଷଟିଗଲିୟନଙ୍କୁ ପ୍ରଦାନ କରିଥିଲେ । ଗିଓଭାନୀଙ୍କ ପରଲୋକ ପରେ ତାଙ୍କୁ ।ସ୍ପିନସ୍ଥିତ ସେଇଣ୍ଟ ମେରୀ ଚର୍ଚରେ କବାର ଦିଆ ଯାଇଥିଲା .
ସ୍ଥାପତ୍ୟ ଓ ବ୍ୟବହାର
[ସମ୍ପାଦନା]ବର୍ତ୍ତମାନ ଥିବା ଭବନକୁ 1775 ମସିହାରେ ସ୍ଥପତି ହେନେରୀ ହୋଲାଣ୍ଡ 6 ଷ୍ଠ ବାରନଙ୍କ ପାଇଁ ନିର୍ମାଣ କରିଥିଲେ । ଭବନ ଗ୍ରେଡ II[୧] ହେଇଥାଇ ତାହାର ସୁନ୍ଦର ଗେଟକୁ ଗ୍ରେଡ Iର ମାନ୍ୟତା ଦିଆଯାଇଛି [୨][୩]। ଏଠାରେ ଏକ କୁତ୍ରିମ ହ୍ରଦ ରହିଛି ଓ ଏକ ଭୂତଳ କେନାଲଦ୍ୱାରା ଏଠାରୁ ଜଳ କେନ୍ନେଳ ନଦୀରେ ପକାଯାଇଥାଏ । .[୪]
ଏହି ଭବନ 1983 ମସିହାରେ ଅଫିସ ଭବନ ଭାବରେ ବ୍ୟବହାର କରାଯାଇଥିଲା । [୫] ଏଠାରେ ନୋର୍ସ୍କ ଡାଟା ନାମକ IT କମ୍ପାନୀ ତାହାର ମୁଖ୍ୟାଳୟ କରିଥିଲା । କମ୍ପାନୀ 1992ରେ ବନ୍ଦ ହେଇଯିବା ପରେ 2e2 ନାମକ ଲାଇଫ ଷ୍ଟାଇଲ ସେବା ଯୋଗାଣ କମ୍ପାନୀ ନେଇ ତାହାର ମୁଖ୍ୟ ଦପ୍ତର କରିଥିଲା । 2012 ମସିହାରେ ସେହି କମ୍ପାନୀ ମଧ୍ୟ ବନ୍ଦ ହେଇଗଲା । .[୬] ଏଠାରେ ଥିବା ଅନନ୍ୟ ଦୁଇ ଗୃହ ମଧ୍ୟ ମୋବାଇଲ ଡାଟା କମ୍ପାନୀଦ୍ୱାରା ବ୍ଯବହ୍ରୁତ ହଉଥିଲା । ,[୭] ତେବେ ବର୍ତ୍ତମାନ ସେହି ଗୃହ ଗୁଡିକୁ ଭାଙ୍ଗି ଦେଇ ପୁନର୍ନିର୍ମାଣ କରାଯାଉଛି ।
ଆଧାର
[ସମ୍ପାଦନା]- ↑ ଛାଞ୍ଚ:NHLE
- ↑ "National Monuments Record". Archived from the original on 2012-10-14. Retrieved 2016-12-11.
- ↑ ଛାଞ୍ଚ:NHLE
- ↑ ଛାଞ୍ଚ:NHLE
- ↑ Royal Berkshire History: Benham Park
- ↑ "Archived copy". Archived from the original on 2011-08-24. Retrieved 2011-07-27.
{{cite web}}
: CS1 maint: archived copy as title (link) - ↑ "Archived copy". Archived from the original on 2013-06-19. Retrieved 2013-05-26.
{{cite web}}
: CS1 maint: archived copy as title (link)
ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ Benham Park-ସମ୍ପର୍କିତ ମିଡ଼ିଆ