ବିଜୟୱାଡା ବିମାନ ବନ୍ଦର
ବିଜୟୱାଡା ବିମାନ ବନ୍ଦର విజయవాడ విమానాశ్రయము Vijayavāḍa Vimānāśrayamu | |||
---|---|---|---|
IATA: VGA – ICAO: VOBZ | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Public | ||
Owner | AAI | ||
ପରିଚାଳକ | Airports Authority of India | ||
ସେବା | Vijayawada | ||
ଅବସ୍ଥାନ | Gannavaram India | ||
Hub for | |||
ଉଚ୍ଚତା (ସମୁଦ୍ର ଠାରୁ) | 82 ft / 25 m | ||
ଦିଗବାରେଣି | 16°31′59.88″N 80°40′0″E / 16.5333000°N 80.66667°E | ||
Map | |||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
08/26 | 7500 | 2286 | Asphalt |
Statistics (Apr 2015 - Mar 2016) | |||
Passenger movements | 3,98,643 (71.9%) | ||
Source: AAI,[୧][୨][୩] |
ବିଜୟୱାଡା ବିମାନ ବନ୍ଦର (IATA: VGA, ICAO: VOBZ) ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶର ବିଜୟୱାଡା ସହରରେ ଅବସ୍ଥିତ ଏକ ସର୍ବସାଧାରଣ ବିମାନ ବନ୍ଦର । ଏହା ସହରଠାରୁ 13.5 କିଲୋମିଟର ଦୂରରେ ଚେନ୍ନଇ- କଲିକତା ଜାତୀୟ ରାଜପଥ ଉପରେ ଅବସ୍ଥିତ । ଏହାର ରନୱେକୁ 2011 ମସିହାରେ ପରିବର୍ଧିତ କରାଯାଇଥିଲା ।[୪] ଏହି ବିମାନ ବନ୍ଦର ଆନ୍ଧ୍ର ପ୍ରଦେଶର ନୂତନ ପ୍ରସ୍ତାବିତ ରାଜଧାନୀ ଅମରାବତିକୁ ମଧ୍ୟ ସେବା ଯୋଗେଇବ । ଭବିଷ୍ୟତରେ ପରିବର୍ଧିତ ଟ୍ରାଫିକ ପାଇଁ ସରକାର ଏହାର ଉନ୍ନତିକରଣ କାର୍ଯ୍ୟ ହାତକୁ ନେଇଛନ୍ତି । [୫]
ଇତିହାସ
[ସମ୍ପାଦନା]ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ବିମାନ ବନ୍ଦର ବ୍ରିଟିଶ ରାଜକୀୟ ସେନା ପାଇଁ ଏୟାର ବେସ ଭାବରେ କାର୍ଯ୍ୟ କରିଥିଲା । 2003 [୬]ମସିହାରେ ଏହାକୁ ବେସାମରିକ ବିମାନ ବନ୍ଦରରେ ପରିବର୍ତିତ କରି ଏୟାର ଡେକାନ ଏଠାରୁ ହାଇଦରାବାଦ - ବିଜଯୱାଡା ଦୈନିକ ବିମାନ ସେବା ଆରମ୍ଭ କରିଥିଲା । 2011ମସିହା ଯାଏ ଏଠାରୁ କିଙ୍ଗ ଫିଶର [୭]ସହ ମାତ୍ର 4ଟି ଉଡାଣ ଦୈନିକ ହଉଥିଲା ।ତେବେ ବର୍ତ୍ତମାନ ଅନେକ ନୂତନ ଘରେଇ ବିମାନ କମ୍ପାନୀଦ୍ୱାରା ବହୁଳ ସଂଖ୍ୟାରେ ବିମାନ ପ୍ରଚଳିତ ।
ଏହାର ସମୁଦାୟ ଆୟତନ 537 ଏକର ଓ ରନୱେ 2.286 ମିଟର । ଏଠାରେ 4ଟି ପାର୍କିଂ ବେ ରହିଛି ।[୮]
ଏୟାର ଲାଇନ ସମୂହ ଓ ଗନ୍ତବ୍ୟ ସ୍ଥଳ
[ସମ୍ପାଦନା]ବିମାନ ସେବା | ଗନ୍ତବ୍ୟ |
---|---|
Air Costa | Bangalore, Visakhapatnam |
Air India | Delhi, Hyderabad |
Air India Regional | Hyderabad, Visakhapatnam |
SpiceJet | Bangalore, Chennai, Hyderabad, Tirupati, Visakhapatnam |
ଘଟନା ଓ ଦୁର୍ଘଟଣା
[ସମ୍ପାଦନା]- 1980 ମସିହା ଅଗଷ୍ଟ 28 ତାରିଖରେ ଏଠାରେ ହୁନ ଏୟାର କମ୍ପାନୀର ଏକ ବିମାନ ଅବତରଣ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ନଷ୍ଟ ହେଇ ଯାଇ ଥିଲା ।[୯]
ଆଧାର
[ସମ୍ପାଦନା]- ↑ "Traffic Statistics-2016" (PDF). AAI. Retrieved 2 May 2016.
- ↑ "Aircraft Movements-2016" (PDF). AAI. Retrieved 2 May 2016.
- ↑ "Cargo Statistics-2016" (PDF). AAI. Retrieved 2 May 2016.
- ↑ "Extended airport runway trial begins in Vijayawada". The Hindu.
- ↑ "AAI to make modifications at Gannavaram airport". The Hindu. 18 September 2014.
- ↑ "One more flight for Vijayawada". The Hindu. 23 November 2005.
- ↑ "Another pvt airliner to operate from Gannavaram". Times of India. Archived from the original on 2013-01-26. Retrieved 2016-12-09.
- ↑ "Air India's new link between Delhi and Vijayawada". Air India. Retrieved 28 October 2011.
- ↑ "Accident description". Aviation Safety Network. Retrieved 8 October 2009.
ବାହାର ଲିଙ୍କ
[ସମ୍ପାଦନା]- Vijayawada Airport Archived 2006-10-13 at the Wayback Machine.
- VOBZ ପାଇଁ ବିମାନ ବନ୍ଦର ତଥ୍ୟ (ବିଶ୍ଵ ବିମାନ ତଥ୍ୟ)