ବଳଦେବ ସିଂ
ବଳଦେବ ସିଂ | |
---|---|
ଜନ୍ମ ଓ ଜନ୍ମସ୍ଥାନ | 1942 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । |
ବୃତ୍ତି | ଉପନ୍ୟାସ ଓ କାହାଣୀ ଲେଖକ |
ଶିକ୍ଷାନୁଷ୍ଠାନ | ଏମ.ଏ, ବି.ଇଡି |
ସାହିତ୍ୟ କୃତି | ଧୱନ ଦିଲ୍ଲୀ ଦେ କିଙ୍ଗ୍ରେ , ସରହକ ନାମା' , ଲାଲ ବତ୍ତି |
ପୁରସ୍କାର | ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା (୨୦୧୧) |
ବଳଦେବ ସିଂ (ବଳଦେବ ସିଂ ସଦକନାମା) ପଞ୍ଜାବୀ ଭାଷାର ଜଣେ ଭାରତୀୟ ଔପନାସିକ ତଥା କାହାଣୀ ଲେଖକ ଥିଲେ । [୧][୨] ସେ ୨୦୧୧ ମସିହାରେ ଉପନ୍ୟାସ ଧାହୱାନ୍ ଦିଲ୍ଲୀ ଦେ କିଙ୍ଗ୍ରେ (Dhahwan Dilli De Kingre) ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ |[୩] ୨୦୧୨ ମସିହା ସୁଦ୍ଧା ସେ ୫୫ଟି ଉପନ୍ୟାସ , ବିଭିନ୍ନ କ୍ଷୁଦ୍ରଗଳ୍ପ ଏବଂ ନାଟକ ଲେଖି ସାରିଛନ୍ତି ।
ପ୍ରାରମ୍ଭ ଜୀବନ
[ସମ୍ପାଦନା]ବଳଦେବ ସିଂ ମୋଗା ଜିଲ୍ଲାର ଚାନ୍ଦ ନୱାନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ମୁକ୍ତସର ଅଞ୍ଚଳରେ ଶିକ୍ଷକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ଶିକ୍ଷକ ଭାବରେ କିଛି ସମୟ ଅତିବାହିତ କରିଥିଲେ । ପରେ ସେ କଲିକତା ଯାଇ ଟ୍ରକ୍ କ୍ଲିନର୍, ଟ୍ୟାକ୍ସି ଡ୍ରାଇଭର ଏବଂ ଟ୍ରକ୍ ଅପରେଟର ଭାବରେ କାର୍ଯ୍ୟ କରିଥିଲେ ।
ବୃତ୍ତି
[ସମ୍ପାଦନା]ସିଂ ନିଜର ଉପନ୍ୟାସ ସାଦକନାମା ଏବଂ ଲାଲ ବତ୍ତି ପାଇଁ ଜଣାଶୁଣା । ତାଙ୍କର ଉପନ୍ୟାସ ସାଦକନାମା, ପଞ୍ଜାବର ଟ୍ରକ୍ ଡ୍ରାଇଭରମାନଙ୍କର ଏକ ବର୍ଣ୍ଣନାତ୍ମକ କାହାଣୀ ଥିଲା । ଏହା ଅମୃତା ପ୍ରୀତମଙ୍କ ପତ୍ରିକା ନାଗମାନୀରେ ଏକ ସ୍ତମ୍ଭ ଭାବରେ ଆରମ୍ଭ ହୋଇଥିଲା ଏବଂ ପରେ ଏହା ତିନୋଟି ଗ୍ରନ୍ଥଖଣ୍ଡ ବିଶିଷ୍ଟ ଉପନ୍ୟାସ ଭାବରେ ପ୍ରକାଶିତ ହୋଇଥିଲା । ଏହି ଉପନ୍ୟାସର କାହାଣୀଗୁଡ଼ିକ ସିଂଙ୍କ ପ୍ରକୃତ ଅନୁଭୂତି ଉପରେ ଆଧାରିତ ଥିଲା । ସେ ନିଜେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବାବେଳେ, ୧୦ ବର୍ଷ ଧରି ଟ୍ରକ୍ ଡ୍ରାଇଭର ମଧ୍ୟ ଥିଲେ । ଏହି ପୁସ୍ତକ ପଞ୍ଜାବୀ ସାହିତ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା ଏବଂ "ସାଦକନାମା" ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ତାଙ୍କ ନାମର ଏକ ଅଂଶ ହୋଇଗଲା |[୪]
ତାଙ୍କର ଉପନ୍ୟାସ "ଧୱନ ଦିଲ୍ଲୀ ଦେ କିଙ୍ଗ୍ରେ" କିମ୍ବଦନ୍ତୀ ବିଦ୍ରୋହୀ ଦୁଲ୍ଲା ଭଟ୍ଟୀଙ୍କ ବିଷୟରେ ଥିଲା । ଏହି ଉପନ୍ୟାସ ପାଇଁ ସେ ୨୦୧୧ ମସିହାରେ ପଞ୍ଜାବୀ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଜିତିଥିଲେ । ସେ ଦିଲ୍ଲୀର "ମେକର୍ସ ଅଫ୍ ଇଣ୍ଡିଆନ୍ ସାହିତ୍ୟ" ସିରିଜ୍ ପାଇଁ ସାହିତ୍ୟ ଏକାଡେମୀ ପାଇଁ ଜଣାଶୁଣା ପଞ୍ଜାବୀ ଲେଖକ ଜିଆନି ଗୁରୁଦିତ ସିଂ (୧୯୨୩-୨୦୦୭)ଙ୍କ ଉପରେ ଏକ ମୋନୋଗ୍ରାମ୍ ପ୍ରକାଶ କରିଥିଲେ ।
ଆଧାର
[ସମ୍ପାଦନା]- ↑ "ਬਲਦੇਵ ਸਿੰਘ". Archived from the original on 19 December 2013. Retrieved 17 December 2013.
- ↑ Singh, Jaspal (25 May 2003). "Punjabi literature Focusing on the problems of Punjab peasantry". The Tribune. Chandigarh, India. Retrieved 18 December 2013.
- ↑ "ਮਾਂ-ਬੋਲੀ ਪੰਜਾਬੀ ਦੇ ਸੁੱਚੇ ਮੋਤੀ". Retrieved 17 December 2013.
- ↑ Singh, Nonika (22 January 2012). "The Truth Behind The Fiction". The Tribune. Retrieved 18 December 2013.