ପେରିୟାର

ଉଇକିପିଡ଼ିଆ‌ରୁ

ଏରୋଡ଼ ଭେଙ୍କଟ ନାୟକର ରାମାସ୍ୱାମୀ (୧୭ ସେପ୍ଟେମ୍ବର ୧୮୭୯-୨୪ ଡିସେମ୍ବର ୧୯୭୩) ଯିଏ ପେରିୟାର ନାମରେ ମଧ୍ୟ ଜଣାଶୁଣା, ତାମିଲନାଡୁର ଏକ ବିଶିଷ୍ଟ ରାଜନେତା ଥିଲେ । ସେ ଜଷ୍ଟିସ ପାର୍ଟି ନାମରେ ଏକ ଦଳ ତିଆରି କରିଥିଲେ ଯାହା କଠୋରପନ୍ଥୀ ହିନ୍ଦୁତ୍ତ୍ୱର ବିରୋଧ କରିଥିଲା । ହିନ୍ଦୀର ବାଧ୍ୟତାମୂଳକ ଶିକ୍ଷର ମଧ୍ୟ ସେ ଘୋର ବିରୋଧୀ ଥିଲେ । ଭାରତୀୟ ବିଶେଷ କରି ଦକ୍ଷିଣ ଭାରତୀୟ ସମାଜରେ ଶୋଷିତ ଲୋକଙ୍କ ସ୍ଥିତି ସୁଧାରିବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।

ବାଲ୍ୟକାଳ[ସମ୍ପାଦନା]

ପେରିୟାରଙ୍କ ଜନ୍ମ ପଶ୍ଚିମ ତାମିଲନାଡୁର ଏରୋଡ଼ଠାରେ ଏକ ସମ୍ଭ୍ରାନ୍ତ ପ୍ରମ୍ପରବାଦୀ ହିନ୍ଦୁ ପରିବାରରେ ହୋଇଥିଲା । ମାତ୍ର ୫ ବର୍ଷର ଶିକ୍ଷା ପରେ ତାଙ୍କୁ ତାଙ୍କ ପିତାଙ୍କ ବ୍ୟବସାୟ ସମ୍ଭାଳିବାକୁ ପଡ଼ିଲା । ବାଳକ ଅବସ୍ଥାରେ ଘରେ ଶୁଣୁଥିବା ଉପଦେଶ ପ୍ରବଚନ ଇତ୍ୟାଦିର ସତ୍ୟତା ସମ୍ପର୍କରେ ସେ ପ୍ରଶ୍ନ କରୁଥିଲେ । ହିନ୍ଦୁ ପୁରାଣରେ ଥିବା ଅନେକ ପରସ୍ପର ବିରୋଧୀ କାହାଣୀକୁ ନେଇ ସେ ପ୍ରଶ୍ନ କରୁଥିଲେ । ସେ ଦେବଦାସୀ, ବାଲ୍ୟବିବାହ ଆଦିର ବିରୋଧ କରିଥିଲେ ଓ ଦଳିତ ଓ ନାରୀ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସେ ଜାତି ପ୍ରଥାର ମଧ୍ୟ ଦୃଢ଼ ବିରୋଧୀ ଥିଲେ । କାଶୀରେ କିଛି ତିକ୍ତ ଅନୁଭୂତି ପରେ ସେ ଧର୍ମ ବିଶ୍ୱାସ ଛାଡ଼ି ନାସ୍ତିକରେ ପରିଣତ ହୋଇଥିଲେ ତଥା ହିନ୍ଦୁ କୁସଂସ୍କାରର ଦୃଢ଼ ବିରୋଧ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଚକ୍ରବର୍ତ୍ତୀ ରାଜଗୋପଳଚାରୀଙ୍କ ଅନୁରୋଧରେ ସେ କଂଗ୍ରେସର ସଦସ୍ୟ ହୋଇଥିଲେ । ଖୁବ କମ ସମୟ ମଧ୍ୟରେ ସେ ତାମିଲନାଡୁର ପ୍ରମୁଖ ହୋଇଯାଇଥିଲେ । କେରଳର ନେତାମାନଙ୍କ ଅନୁରୋଧ କ୍ରମେ ସେ ମନ୍ଦିର ସାମ୍ନାରେ ଦଳିତମାନଙ୍କ ଚାଲିବାକୁ ନିଷେଧାଦେଶର ବିପକ୍ଷରେ ଆନ୍ଦୋଳନ କଲେ । ଏହି ଆନ୍ଦୋଳନରେ ତାଙ୍କ ପତ୍ନୀ ଓ ବନ୍ଧୁମାନେ ମଧ୍ୟ ଅଂଶଗ୍ରହଣ କଲେ ।

କଂଗ୍ରେସରେ ଦଳିତଙ୍କ ପାଇଁ ସରଣକ୍ଷର ଦାବୀରେ ଅସଫଳ ହେବ ପରେ ସେ କଂଗ୍ରେସ ତ୍ୟାଗ କରିଥିଲେ ।