ପିପଲ ଫର ଦି ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମାଲ୍ସ
ପ୍ରତିଷ୍ଠାତା (ଗଣ) | ଇଙ୍ଗ୍ରିଡ଼ ନିଉକିର୍କ ଓ ଆଲେକ୍ସ ପାଚେକୋ |
---|---|
ପ୍ରକାର | ୫୦୧(c)(୩) |
ପ୍ରତିଷ୍ଠା କାଳ | ମାର୍ଚ ୧୯୮୦ |
ଅବସ୍ଥିତି | ନରଫଲ୍କ, ଭର୍ଜିନିଆ |
ଲକ୍ଷ | ପଶୁ ନ୍ୟାୟ |
ଖଜଣା | ୨୦୦୯ ବେଳକୁ ୩୪ ମିଲିଅନ $ |
କର୍ମଚାରୀ | ୩୦୦ |
ସଭ୍ୟ | ୨,୦୦୦,୦୦୦ |
ନୀତିବାକ୍ୟ | "Animals are not ours to eat, wear, experiment on, or use for entertainment." |
ୱେବସାଇଟ | peta.org |
ପିପଲ ଫର ଦି ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମାଲ୍ସ (PETA) ଏକ ଆମେରିକୀୟ ପଶୁ ନ୍ୟାୟ ସଙ୍ଗଠନ ଯାହା ନରଫଲ୍କ, ଭର୍ଜିନିଆଠାରେ ଅବସ୍ଥିତ ଓ ଇଙ୍ଗ୍ରିଡ଼ ନିଉକିର୍କଙ୍କ ଦେଇ ପରିଚାଳିତ ଯେ ଏହାର ବିଶ୍ୱସମ୍ପାଦକ ଅଛନ୍ତି । ଏହା ଏକ ଅଣ-ଲାଭକାରୀ ସଙ୍ଗଠନ ଯେଉଁଥିରେ ୩୦୦ରୁ ଅଧିକ କର୍ମଚାରୀ କାମ କରିଥାନ୍ତି ; ତାହାଛଡ଼ା ଏଥିରେ ୨ ମିଲିଅନ ସଭ୍ୟ ଓ ସହଯୋଗୀ ଅଛନ୍ତି, ଏହା ଜଗତର ସବୁଠାରୁ ବଡ଼ ପ୍ରାଣୀ ନ୍ୟାୟ ସଂଗଠନ ବୋଲି ଦାବି କରିଥାଏ । ଏହାର ସ୍ଳୋଗାନ "ପଶୁମାନେ ଆମର ଖାଦ୍ୟ, ପୋଷାକ,ପରଖ ବା ମନୋରଞ୍ଜନ ନିମନ୍ତେ ନୁହଁନ୍ତି ।" ("animals are not ours to eat, wear, experiment on, or use for entertainment.)"[୧]
ଇଙ୍ଗ୍ରିଡ଼ ନିଉକିର୍କ ଓ ସହଯୋଗୀ ପ୍ରାଣୀ ନ୍ୟାୟ କର୍ମୀ ଆଲେକ୍ସ ପାଚେକୋଙ୍କ ଦେଇ ମାର୍ଚ ୧୯୮୦ରେ ପ୍ରତିଷ୍ଠିତ ଏହି ସଙ୍ଗଠନ ୧୯୮୧ରେ ସିଲଭର ସ୍ପ୍ରିଙ୍ଗ ମଙ୍କିଜ ଘଟଣାରେ ଲୋକଲୋଚନକୁ ଆସିଥିଲା । । ଏହି ଘଟଣା ଏକ ଜନସାଧାରଣ ବିବାଦ ଥିଲା ଯେଉଁଥିରେ ୧୭ଟି ମାକାକୁ ମାଙ୍କଡ଼ଙ୍କ ଉପରେ ଇନଷ୍ଟିଚୁଟ ଅଫ ବିହେଭରିଆଲ ରିସର୍ଚ (Institute of Behavioral Research), ସିଲଭର ସ୍ପ୍ରିଙ୍ଗ, ମେରିଲାଣ୍ଡଠାରେ ପରଖ ପାଇଉନ ବ୍ୟବହାର କରାଯାଇଥିଲା । ଏହି ବିଚାର ୧୦ ବର୍ଷ କାଳ ଚାଲିଥିଲା, ଯେଉଁଥିରେ ପ୍ରଥମ ଥର ଆମେରିକାରେ ଏକ ପ୍ରାଣୀ ପରୀକ୍ଷାଗାରରେ ପୋଲିସ ଅଟକ ପଡ଼ିଥିଲା । ୧୯୮୫ରେ ଏହି ଦେଶର ପ୍ରାଣୀ କଲ୍ୟାଣ ନୀତିରେ ଏକ ଭାଗ ଯୋଡ଼ାଯାଇଥିଲା, ଯାହା ପରେ PETA ଏକ ଜାଗତିକ ସଙ୍ଗଠନ ରୂପେ ପରିଗଣିତ ହୋଇଥିଲା ।[୨] ତାହାପରେ, ଏହାର ଅଭିଯାନ ଓ ଗୋପନ ତଦନ୍ତରେ ଏହା ମୂଳ ଚାରୋଟି ବିଷୟ ଉପରେ ଧ୍ୟାନ ଦେଇଥାଏ—କାରଖାନା ଚାଷକୁ ବିରୋଧ, ଲୋମ ଚାଷ, ପଶୁ ପରଖ, ଓ ପଶୁମାନଙ୍କୁ ମନୋରଞ୍ଜନରେ ବ୍ୟବହାର—ଯଦିଓ ଏହା ମାଛଧରା, କ୍ଷତିକାରୀ ଭାବରେ ଚିହ୍ନିତ ପଶୁମରା, ଅଗଣାରେ ଶିକୁଳିରେ ବାନ୍ଧି କୁକୁର ପାଳିବା, କୁକୁଡ଼ା ଲଢ଼େଇ, କୁକୁର ଲଢ଼େଇ, ଓ ଷଣ୍ଢ ଲଢ଼େଇ ଆଦିକୁ ମଧ୍ୟ ବିରୋଧ କରିଥାଏ ।[୩]
ଟୀକା
[ସମ୍ପାଦନା]- ↑ For its focus, and that it says it's the largest AR group in the world, see "PETA's mission statement", PETA, accessed July 3, 2010.
- For the number of employees, see Galkin, Matthew. "I Am an Animal: The Story of Ingrid Newkirk and PETA", HBO, 2007.
- ↑ Schwartz, Jeffrey M. and Begley, Sharon. The Mind and the Brain: Neuroplasticity and the Power of Mental Force, Regan Books, 2002, p. 161ff.
- Pacheco, Alex and Francione, Anna. The Silver Spring Monkeys, in Peter Singer (ed.) In Defense of Animals, Basil Blackwell 1985, pp. 135–147.
- ↑ "PETA's mission statement", PETA, accessed July 3, 2010.
ଆଗକୁ ପଢ଼ିବେ
[ସମ୍ପାଦନା]- PETA homepage, accessed July 2, 2010.
- McCartney, Stella. "Fur farm investigation", PETAtv.com, accessed July 2, 2010.
- Morrison, A.R. Personal Reflections on the “Animal-Rights” Phenomenon, The Physiologist, Volume 44, Number 1, February 2001, accessed July 17, 2010.
- Pence, Gregory. Classic Cases in Medical Ethics: Accounts of Cases That Have Shaped Medical Ethics[permanent dead link]. McGraw-Hill, 2007.
- PETA. Meet Your Meat, a film about the egg and meat industries, narrated by Alec Baldwin, accessed July 2, 2010.
- The Huffington Post. The Sexiest PETA Ads Of All Time! a slideshow, accessed July 2, 2010.
- Workman, Dave P. Peta Files: The Dark Side of the Animal Rights Movement, Merril Press, 2003.
ବାହାର ଆଧାର
[ସମ୍ପାଦନା]