ପାର୍ଥ ଚାଟାର୍ଜୀ

ଉଇକିପିଡ଼ିଆ‌ରୁ

ପାର୍ଥ ଚାଟାର୍ଜୀ (ଜନ୍ମ ୧୯୪୭) ସବଲ୍ଟନ୍ ଷ୍ଟଡିଜ୍ ଓ ଉତ୍ତରଉପନିବେଶୀୟ ବିଚାରଧାରାର ଜଣେ ଭାରତୀୟ ସମାଜ ଶାସ୍ତ୍ରୀ । ତାଙ୍କର କାମ ବହୁବିଷୟକ ତଥା ରାଜନୀତି ବିଜ୍ଞାନ, ନୃତତ୍ତ୍ୱ ବିଜ୍ଞାନ ଓ ଇତିହାସ ଆଦି ଏକାଡେମିକ୍ ବିଭାଗ ଆଦି ମଧ୍ୟରେ ବ୍ୟାପ୍ତ । ସମାଜ ଶାସ୍ତ୍ର ପାଇଁ ନିଜର ଅବଦାନ ଯୋଗୁଁ ତାଙ୍କୁ ୨୦୦୯ ମସିହା ପାଇଁ ଫୁକୁଓକା ଏସୀୟ ସଂସ୍କୃତି ପୁରସ୍କାର ଦିଆଯାଇଅଛି । [୧]

କର୍ମଜୀବନ[ସମ୍ପାଦନା]

ପାର୍ଥ ଚାଟାର୍ଜୀ ବର୍ତ୍ତମାନ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ନୃତତ୍ତ୍ୱ ବିଜ୍ଞାନ ଓ ଦକ୍ଷିଣ ଏସୀୟ ବିଦ୍ୟାର ପ୍ରାଧ୍ୟାପକ ଭାବରେ କାର୍ଯ୍ୟରତ । ଏହାଛଡା ସେ କଲିକତାସ୍ଥ ସେଣ୍ଟର୍ ଫର୍ ଷ୍ଟଡିଜ୍ ଇନ୍ ସୋସାଲ୍ ସାଇନ୍ସେସ୍ରେ ଅବୈତନିକ ପ୍ରାଧ୍ୟାପକ ଭାବରେ କାମ କରନ୍ତି । ସେ ଏହା ଆଗରୁ ଏହି ସେଣ୍ଟର୍ର ନିର୍ଦ୍ଦେଶକ ଥିଲେ ।

ନିର୍ବାଚିତ ଗ୍ରନ୍ଥାବଳୀ[ସମ୍ପାଦନା]

  • ୧୯୮୬ । ନାଶନାଲିଷ୍ଟ୍ ଥଟ୍ ଆଣ୍ଡ୍ ଦ କଲୋନିଆଲ୍ ୱର୍ଲଡ୍ । ଲଣ୍ଡନ୍ : ଜେଡ୍ ବୁକ୍ସ୍ ।
  • ୧୯୯୭ । ଏ ପସିବଲ୍ ଇଣ୍ଡିଆ । ନ୍ୟୁ ଦିଲ୍ଲୀ : ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍ ।
  • ୧୯୯୭ । ଦ ପ୍ରେଜେଣ୍ଟ୍ ହିଷ୍ଟ୍ରୀ ଅଫ୍ ୱେଷ୍ଟ୍ ବେଙ୍ଗଲ୍ । ନ୍ୟୁ ଦିଲ୍ଲୀ : ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍ ।

ଆଧାର[ସମ୍ପାଦନା]

  1. "Past Laureates: Fukuoka Prize". Fukuoka. Archived from the original on 30 December 2017. Retrieved 19 August 2011.