ନେତ୍ରୋତ୍ସବ
ରୁକ୍ମିଣୀ ବିବାହାର ଚାରି ଦିନ ପରେ ଜ୍ୟେଷ୍ଠ ଶୁକ୍ଳପୂର୍ଣ୍ଣିମା । ଏହାକୁ ସ୍ନାନ ପୁର୍ଣ୍ଣିମା କୁହାଯାଏ । ସ୍ନାନ ପୂର୍ଣ୍ଣିମାରେ ତିନି ଠାକୁର ଗାଧୋଇ ଜ୍ୱରରେ ପଡ଼ିବା ପରେ ଅଣସର ଘରେ ରହନ୍ତି । ଏହି ଅଣସର ପରେ ହୁଏ ନେତ୍ରୋତ୍ସବ । ସାଧାରଣତଃ ନବକଳେବର ପାଇଁ ମହାଅଣସର ୪୫ ଦିନ ପଡ଼େ ।
ବିଧି
[ସମ୍ପାଦନା]ଜଗନ୍ନାଥଙ୍କ ନେତ୍ର ଉତ୍ସବର ବିଶେଷ ନୀତି ରହିଛି । ପ୍ରଥମେ ନେତ୍ର ଉତ୍ସବ ଦିନ ତିନିଜଣ ଦତ୍ତମହାପାତ୍ର ଆସି ରତ୍ନସିଂହାସନ ନିକଟରେ ତିନିଗୋଟି ରୂପା ବଟାରେ କଳା ତିଆରି କରିଥାନ୍ତି । ତିନିଜଣ ପୂଜାପଣ୍ଡା ତିନୋଟି କାଠିରେ ନେତ୍ରଲାଗି କରନ୍ତି । ଏହାକୁ ନେତ୍ରୋତ୍ସବ କହନ୍ତି । ନାନାବିଧି ଓ ପୂଜାପରେ ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରନ୍ତି । ସକାଳ ଧୂପ ବଢ଼ି ଧୋପଖାଳ ହେଲାପରେ ତିନି ଜଣ ପୂଜାପଣ୍ଡା ଗରାବଡୁଠାରୁ ହାତୁଆଣି ନେଇ ତିନି ବାଡ଼ର ଶ୍ରୀଅଙ୍ଗରୁ ଅନୁମତି ନେଇ ଘଣ୍ଟ , ଛତା ଓ କାହାଳୀ ସହ ଜୟବିଜୟ ଦ୍ୱାର ଦେଇ ସାତପାହାଚ ବାଟେ ସିଂହଦ୍ୱାର ଦେଇ ଶ୍ରୀନଅର ପାଖରେ ଅର୍ଥାତ ରଥ ଯେଉଁ ପାଖରେ ଥାଏ ସେଠାକୁ ଯାଇ ଜଗନ୍ନାଥଙ୍କ ଆଜ୍ଞାମାଳ ୧୬ ଚକ ବିଶିଷ୍ଟ ନନ୍ଦିଘୋଷ ରଥରେ , ବଳଦେବଙ୍କ ଆଜ୍ଞାମାଳ ୧୪ ଚକ ବିଶିଷ୍ଟ ତାଳଧ୍ୱଜ ରଥରେ ଓ ସୁଭଦ୍ରାଙ୍କ ଆଜ୍ଞାମାଳ ୧୨ ଚକ ବିଶିଷ୍ଟ ଦେବଦଳନ ରଥରେ ବାନ୍ଧି ଦିଅନ୍ତି । ଏହି ଆଜ୍ଞାମାଳ ପାଇବାପରେ ରଥ ଗୁଡିକୁ ସିଂହଦ୍ୱାର ସାମନାକୁ ଅଣାଯାଏ । ପ୍ରତିପଦ ଦିନ ରଥ ଆସେ । ଉକ୍ତ ଦିନ ଦିଅଁ ପହୁଡ଼ ହୁଏନାହିଁ ।
ପ୍ରତିପଦ ଦିନ ଦଧିନଉତି ଉପରେ ଲାଗିବା କଳସ ଆସି ଜୟବିଜୟ ଦ୍ୱାରଠାରେ ରହିଥାଏ । ସନ୍ଧ୍ୟା ଧୂପ ସାରିଲାପରେ ଜଣେ ପୂଜାପଣ୍ଡା ତିନିବାଡ଼ରୁ ଆଜ୍ଞାମାଳ ନେଇ ତିନି କଳସକୁ ଦିଅନ୍ତି । ଚାଙ୍ଗଡା ମେକାପ ଦେଇଥିବା ତିନିଖଣ୍ଡି ପତିନି ଶାଢ଼ୀ ନେଇ ପଣ୍ଡା ତିନି କଳସରେ ବାନ୍ଧନ୍ତି । ଏହାପରେ କୋଠ ସୁଆସିଆମାନେ ଉକ୍ତ କଳସ ନେଇ ପଣ୍ଡା ତିନି କଳସରେ ବାନ୍ଧନ୍ତି । ଏହାପରେ କୋଠ ସୁଆସିଆମାନେ ଉକ୍ତ କଳସ ନେଇ ଯଥାବିଧିରେ ତିନି ରଥରେ ବାନ୍ଧନ୍ତି ।
ଆଧାର
[ସମ୍ପାଦନା]ପ୍ରମୟ ,ପୃଷ୍ଠା-୨,୯ ଜୁନ ୨୦୧୫