ଜ୍ୟେଷ୍ଠା ଠାକୁରାଣୀ
ଜ୍ୟେଷ୍ଠା | |
---|---|
ଅଶୁଭ ଓ ଦୁର୍ଭାଗ୍ୟର ଦେବୀ | |
Devanagari | ज्येष्ठा |
Sanskrit Transliteration | Jyeṣṭhā |
Affiliation | ଦେବୀ |
ସ୍ୱାମୀ/ସ୍ତ୍ରୀ | ଋଷି ଦୁସ୍ସହ |
Mount | ଗଧ ବାହନ |
ଜ୍ୟେଷ୍ଠା ଠାକୁରାଣୀ, ଜ୍ୟେଷ୍ଠା (ଇଂରାଜୀ ଭାଷାରେ Jyestha ବା Jyeshtha) (ସଂସ୍କୃତ: ज्येष्ठा, Jyeṣṭhā, ବଡ଼ ବା ଅଗ୍ରଜ) ଜଣେ ହିନ୍ଦୁ ଠାକୁରାଣୀ ଯାହାଙ୍କୁ ଅଶୁଭ ଓ ଦୁର୍ଭାଗ୍ୟର ଦେବୀ କୁହାଯାଏ । [୨] ତାଙ୍କୁ ଲକ୍ଷ୍ମୀଙ୍କର ବଡ଼ ଭଉଣୀର ମାନ୍ୟତା ଦିଆଯାଏ ଯିଏ ନିଜେ ସୌନ୍ଦର୍ଯ୍ୟ ଓ ସୌଭାଗ୍ୟର ଦେବୀ ଅଟନ୍ତି ।
ପାପୀ ଓ ଅଶୁଭ ସ୍ଥାନମାନଙ୍କ ସହିତ ତାଙ୍କର ସମ୍ପର୍କ ରହିଥାଏ । ଆଳସ୍ୟ, ଦାରିଦ୍ର୍ୟ, ଦୁଃଖ, କୁରୂପତା ଓ କାଉ ସାଥିରେ ତାଙ୍କର ସମ୍ଭନ୍ଧ ଥାଏ । ଅନ୍ୟ ଏକ ଦୁର୍ଭାଗ୍ୟର ଦେବୀ ଅଲକ୍ଷ୍ମୀ (Alakshmi) ସହିତ ମଧ୍ୟ ତାଙ୍କୁ ସଂଯୁକ୍ତ କରାଯାଏ । ନିଜ ଗୃହଠାରେ ଦୂରରେ ରହୁଥିବା ମହିଳାମାନଙ୍କ ପାଇଁ ଏହି ପୂଜା ସୁପାରିସ କରାଯାଏ ।
ଖ୍ରୀ:ପୂ: ୩୦୦ ଶତାବ୍ଦୀରୁ ହିନ୍ଦୁ ପରମ୍ପରାରେ ଜ୍ୟେଷ୍ଠା ପୂଜା ପାଇଆସୁଛନ୍ତି । ସପ୍ତମ ଓ ଅଷ୍ଟମ ଶତାବ୍ଦୀ ବେଳକୁ ଦକ୍ଷିଣ ଭାରତରେ ତାଙ୍କ ପୂଜା ଶୀର୍ଷରେ ପହଞ୍ଚିଥିଲା ଯାହା ସମୟକ୍ରମେ ୧୦ମ ଶତାବ୍ଦୀ ବେଳକୁ କମିଯାଇ ବିସ୍ମରଣ ହୋଇଗଲା । ଅଧୁନା ଅନେକ ପୁରାତନ ମୂର୍ତ୍ତୀ ରହିଥିଲେ ମଧ୍ୟ ତାଙ୍କର ପୂଜା କ୍ୱଚିତ କରାଯାଉଛି ।
ବର୍ଣ୍ଣନା ଓ ପ୍ରତିମା ବିଦ୍ୟା
[ସମ୍ପାଦନା]ଜ୍ୱେଷ୍ଠାଙ୍କର ବିଶଦ ବର୍ଣ୍ଣନା:- ଅଗମ (Agamas) ଯେପରିକି ଅଂଶୁମଦଭେଦଗମ , ସୁପ୍ରଭେଦଗମ ଓ ପୂରବକରଙ୍ଗମ; ବିଷ୍ଣୁଧରମୋତ୍ତର ପୁରାଣ ଓ ବୌଧୟାନଗ୍ରହ୍ୟସୁତ୍ର [୩] ମଦୁରାଇ ପାଖରେ ଥିବା ତିରୁପରାଙ୍କୁନରାମ ଗୁମ୍ଫାରେ ୮ମ ଶତାବ୍ଦୀର ଶିଳାଲେଖରେ ପୂଜା ବିଧି ଲେଖାଅଛି ।[୪]
ପୁରାଣ ଲେଖା ଅନୁସାରେ ଜ୍ୟେଷ୍ଠାଙ୍କ ଡାହାଣ ହାତରେ ଗୋଟିଏ ଧଳା ବା ନୀଳ ପଦ୍ମ ଫୁଲ ଧରିଥାଆନ୍ତି । ଗୋଟିଏ ଜଳପାତ୍ର ବାମ ହାତରେ ଧରନ୍ତି ବା ସିଂହାସନ ପାଖରେ ଥାଏ ବା ହାତରେ ଧରି ସୁରକ୍ଷା ଦାୟକ ଅଭୟ ମୁଦ୍ରା ଧାରଣ କରିଥାଆନ୍ତି । ସାଧାରଣତଃ ତାଙ୍କ ବାମ ହାତ ତାଙ୍କ ଜଙ୍ଘ ବା ଆସନ ଉପରେ ଥାଏ ।[୫] ବେଳେ ବେଳେ ଜ୍ୟେଷ୍ଠାଙ୍କ ହାତରେ ଗୋଟିଏ ଝାଡ଼ୁ ଥାଏ ।[୬]
ଜ୍ୟେଷ୍ଠା ବିଭିନ୍ନ ଅଳଙ୍କାର ପିନ୍ଧନ୍ତି ଓ କପାଳରେ ସଧବା ଚିହ୍ନ ସ୍ୱରୂପ ତିଳକ ଲଗେଇଥାଆନ୍ତି ।[୫] ତାଙ୍କ କେଶ ବେଣୀ ହୋଇଥାଏ ଓ ମୁଣ୍ଡ ଉପରେ ଥୁଆ ହୋଇଥାଏ ବା ମୁଣ୍ଡ ଚାରିପାଖରେ ବସିକବନ୍ଧ (vasikabandha) ଶୈଳୀରେ ଗୁଡ଼ାହୋଇଥାଏ ।[୬][୫]
ଜ୍ୟେଷ୍ଠାଙ୍କର ପତାକାରେ ଗୋଟିଏ କାଉ ଚିହ୍ନ ଥାଏ, ସେଥିଯୋଗୁ ତାହାକୁ ତାମିଲରେ କାଉ-ପତାକା କୁହାଯାଏ । ବେଳେ ବେଳେ ତାଙ୍କ ଦୁଇ ପାଖରେ ସେବାକାରିଣୀ ଠାକୁରାଣୀ ଦୁଇ ଜଣ ଝାଡ଼ୁ ଓ କାଉ ଧରି ଠିଆ ହୋଇ ରହନ୍ତି ।[୭] ବେଳେ ବେଳେ କାଉଟିଏ ତାଙ୍କ ପାଖରେ ଠିଆ ହୋଇଥାଏ ।[୬] ଅନେକ ସମୟରେ ତାଙ୍କ ଦୁଇ ପାଖରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ତାଙ୍କର ପୁତ୍ର ଓ ଆଉ ଜଣେ ତାଙ୍କର କନ୍ୟା ହୋଇଥିବା କୁହାଯାଏ । ପୁରୁଷ ଜଣକ ଗୋଟିଏ ଦଉଡ଼ି ଧରିଥାଆନ୍ତି । ସୁନ୍ଦରୀ ମହିଳା ଜଣକ ମୁଣ୍ଡରେ ଗୋଟିଏ କୋନ ଆକାରରେ ମୁକୁଟ ଥାଏ । [୮]
ଜ୍ୟେଷ୍ଠା କେବେ ବାହନ ଉପରେ ବସିଥିବା ବର୍ଣ୍ଣନା ଦେଖାଯାଏ ନାହିଁ କିନ୍ତୁ କେତେକ ଚିତ୍ରରେ ଅଲକ୍ଷ୍ମିଙ୍କ ଭଳି ଗଧ ଉପରେ ବସିଥିବା ଦେଖାଯାଏ । କେତେକ ଚିତ୍ରେ ସିଂହ ଟଣା ରଥରେ ବସିଥିବା ଦେଖାଯାଏ ଓ ପଛରେ ବାଘ ପଶ୍ଚାତଧାବନ କରୁଥାଆଆନ୍ତି ଓ ଆଉ କେତେକ ଚିତ୍ରରେ ଓଟ ବା ସିଂହ ଉପରେ ବସିଥିବା ଦେଖାଯାଏ । [୮]
ଆଧାର
[ସମ୍ପାଦନା]- ↑ The description and photo of this image is given in Julia Leslie pp. 115, 117
- ↑ Mani, Vettam (1975). Puranic Encyclopaedia: A Comprehensive Dictionary With Special Reference to the Epic and Puranic Literature. Delhi: Motilal Banarsidass. p. 360. ISBN 0-8426-0822-2.
- ↑ Leslie p. 115
- ↑ K.G. 1981, pp. 15-8
- ↑ ୫.୦ ୫.୧ ୫.୨ Leslie p. 116
- ↑ ୬.୦ ୬.୧ ୬.୨ Kinsley (1997) p. 178
- ↑ Leslie p. 117
- ↑ ୮.୦ ୮.୧ Leslie p. 118