ଜାହିରା

ଉଇକିପିଡ଼ିଆ‌ରୁ
ସାନ୍ତାଳ ମାନଙ‌ଦ୍ୱାରା ଜାହେର ଗାଳ୍ ପୂଜାର ଏକ ଦୃଶ୍ୟ

ଜାହିରା ପୀଠ ବା ଜାହେର୍ ଗାଳ୍ (ᱡᱟᱦᱮᱨ ᱜᱟᱲ) ସାଧାରଣ ଭାବରେ ଜାହେର୍ କୁହାଯାଏ । ଏହା ଅଷ୍ଟ୍ରାେ ଏସିୟାଟିକ୍ ଶ୍ରେଣୀର ଅଦିବାସୀ ଯଥା ସାନ୍ତାଳ, ହୋ, ମୁଣ୍ଡା, ମାହାଲେ, ବିର୍ ହଳମାନଙ୍କର (ଏହି ଶ୍ରେଣୀର ସମ୍ପ୍ରଦାୟ ନିଜର ଧର୍ମ ସାର୍ନା,ସାରି ସାର୍ନା, ସାରି ଧରମ ଇତ୍ୟାଦି ଭାବରେ ପରିଚୟ ଦେଇଥାନ୍ତି) ମୁଖ୍ୟ ଧର୍ମୀୟ ସ୍ଥଳୀ ।[୧] ଗ୍ରାମର ପୂର୍ବ ଦିଗରେ ଅବସ୍ଥାପିତ ଶାଳ ବୃକ୍ଷ ପରିବେଷ୍ଟିତ କ୍ଷୁଦ୍ର ବନାଞ୍ଚଳଟି ହେଉଛି ଏହି ଜାହିରା ପୀଠ ବା ଜାହେର ଗାଳ୍ । ଜାହେର ଗାଳଟି ପୂର୍ବ ଦିଗକୁ ମୁହାଁଇ ଥାଏ । ଜାହିରାରେ ମାରାଂବୁରୁ, ଜାହେର ଅାୟ, ଲିଟା ଗସାଁୟ, ମଣେକ ତୁରୁୟକ ଇତ୍ୟାଦି ଦେବା ଦେବୀ ପୂଜା ପାଇଥାନ୍ତି । ଜାହେର ଗାଳ୍ ସାର୍ନା ଧର୍ମାଲମ୍ବୀଙ୍କର ଏକ ପବିତ୍ର ସ୍ଥାନ । ଜାହେରଗାଳ୍‌ରେ ପୂଜା କରୁଥିବା ବ୍ୟକ୍ତି ବିଶେଷଙ୍କୁ ନାୟକେ କୁହାଯାଏ, ଜାହେରଗାଳ୍‌ର ସମସ୍ତ ପୂଜାକୁ ନାୟକେ ସମ୍ପାଦନ କରିଥାନ୍ତି ।

ଜାହେର୍ର ପ୍ରକାର[ସମ୍ପାଦନା]

ସାର୍ନା ଧର୍ମରେ ଜାହେର୍ ସାଧାରଣତ ତିନି ପ୍ରକାରର , ସେଗୁଡିକ ହେଉଛି -

  1. ସିଞ୍ଜ୍ ବିର୍ ଜାହେର୍
  2. ମାନ ବିର୍ ଜାହେର
  3. ମାଦେ ବିର୍ ଜାହେର

ଆଧାର[ସମ୍ପାଦନା]

  1. "ଜାହିରା ସ୍ଥାପନ ନେଇ ବିକ୍ଷୋଭ". ଧରିତ୍ରୀ. 6 November 2018. Retrieved 26 December 2018.