ଗୁଗଲ ଡେଭେଲୋପର୍ସ

ଉଇକିପିଡ଼ିଆ‌ରୁ


ଗୁଗଲ ଡେଭେଲୋପର୍ସ
ୟୁ.ଆର.ଏଲdevelopers.google.com
ସାଇଟର ପ୍ରକାରSoftware development website
ମିଳୁଥିବା ଭାଷାAll languages
ମାଲିକGoogle
ଏବେକାର ସ୍ଥିତିActive

ଗୁଗଲ ଡେଭେଲୋପର(ପୂର୍ବରୁ ଗୁଗଲ କୋଡ୍), ଗୁଗଲର ଏକ ୱେବସାଇଟ ଯେଉଁଥିରେକି ସଫ୍ଟୱେର ପ୍ରସ୍ତୁତକାରୀ ସମସ୍ତ ସରଞ୍ଜାମ ଏବଂ ଗୁଗଲର ସମସ୍ତ ଏପିଆଇ ଉପଲବ୍ଧ ହୋଇଥାଏ । ଏହି ସମସ୍ତ ସରଞ୍ଜାମ ସହିତ ଏହାର ବ୍ୟବହାରର ଉପାୟ ମଧ୍ୟ ଉଲ୍ଲେଖ ହୋଇ ରହିଛି ।

ଏହାର ୱେବସାଇଟରେ ଗୁଗଲର ବିଭିନ୍ନ ସେବା ଗୁଡ଼ିକର ଏପିଆଇ ମଧ୍ୟ ଉପଲବ୍ଧ ହେଉଅଛି । ଏହି ୱେବସାଇଟରେ ବିଭିନ୍ନ ୱେବ ଆପ୍ ଏବଂ ପ୍ରୋଜେକ୍ଟ ହୋଷ୍ଟିଙ୍ଗ ମଧ୍ୟ କରି ହୁଏ । ଡେଭେଲୋପରମାନଙ୍କୁ ଦରକାର ହେଉଥିବା ସମସ୍ତ ସରଞ୍ଜାମ ଏଠାରେ ଉପଲବ୍ଧ ହୋଇଥାଏ ।

ଗୁଗଲ ଏପିଆଇ[ସମ୍ପାଦନା]

ଗୁଗଲ ଏହାର ଡେଭେଲୋପର ମାନଙ୍କୁ ବିଭିନ୍ନ ଧରଣର ଏପିଆଇ ପ୍ରଦାନ କରିଥାଏ । ମୁଖ୍ୟତଃ ନିଜର ୱେବ ଡେଭେଲୋପର ମାନଙ୍କୁ । ଏହି ଏପିଆଇ ବ୍ୟବହାର କରି ଜଣେ ୱେବ ଡେଭେଲୋପର ବିଭିନ୍ନ ୱେବ ସେବା ସାହିତ ଯୋଡି ହୋଇ ପାରିଥାନ୍ତି ।[୧]

ଗୁଗଲ ଡାଟା ଏପିଆଇ[ସମ୍ପାଦନା]

ଗୁଗଲ ଡାଟା ଏପିଆଇ[୨] ବ୍ୟବହାରକରଙ୍କୁ ଗୁଗଲର ବିଭିନ୍ନ ସେବା ଗୁଡ଼ିକରୁ ଡାଟା ଆଦାନ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ।

ଆଜାକ୍ସ ଏପିଆଇ[ସମ୍ପାଦନା]

ଗୁଗଲ ଆଜାକ୍ସ ଏପିଆଇ[୩] ଡେଭେଲୋପର ମାନଙ୍କୁ ପରିବର୍ତ୍ତନଶିଳ ୱେବସାଇଟ ତିଆରି କରିବାରେ ସାହାଯ୍ୟ କରିଥାଏ । ଡେଭେଲୋପର ଏହାକୁ ବ୍ୟବହାରକରି ଅତି ସହଜରେ ସର୍ଚ୍ଚ ବକ୍ସ, ୱେବ ଫୀଡ଼ ଇତ୍ୟାଦି ତିଆରି କରି ପାରିବ ।

ଅଡ୍ସ ଏପିଆଇ[ସମ୍ପାଦନା]

ଗୁଗଲ ଅଡ୍ସ ଏପିଆଇ ମୁଖ୍ୟତଃ ଗୁଗଲ ଅଡ଼ସେନ୍ସ ଏବଂ ଅଡ଼ବାର୍ଡସ ପାଇଁ ବ୍ୟବହାର ହୋଇଥାଏ । ଗୁଗଲରେ ନିଜର ଅଡ୍ସ ଦେଖେଇବାରେ ଏବଂ ନିଜ ଅଡ୍ସକୁ ନିୟନ୍ତ୍ରଣ କରିବାରେ ଏହା ବହୁତ ସାହାଯ୍ୟ କରିଥାଏ ।

ଡେଭେଲୋପର ଟୁଲ୍ସ[ସମ୍ପାଦନା]

ଆପ୍ ଇଂଜିନ[ସମ୍ପାଦନା]

ଗୁଗଲର ଅପ୍ ଇଂଜିନ ଡେଭେଲୋପର ମାନଙ୍କୁ ନିଜର ଆପ୍ଲିକେସନ ଗୁଡିକୁ ଗୁଗଲର କାରିଗରୀ ବ୍ୟବହାର କରି କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ । ଗୁଗଲ ଆପ୍ ଇଂଜିନ ଏକାଧିକ ପ୍ରୋଗ୍ରାମିଙ୍ଗ ଭାଷାକୁ ବୁଝିପାରେ । ଯାହାଫଳରେ ଡେଭେଲୋପର ଜଣଙ୍କ ଗୋଟିଏ ସ୍ଥାନରେ ନିଜର ଡେଭେଳ୍ପମେଣ୍ଟର କାମଟି କରିପାରେ । ଏପରିକି ଆପ୍ ଇଂଜିନର ଜାଭା ଇଣ୍ଟିଗ୍ରେସନ ମଧ୍ୟ ରହିଛି । ଏହାକୁ ବ୍ୟବହାର କରି ସମସ୍ତ ଜାଭା ପ୍ରୋଗ୍ରାମଗୁଡ଼ିକ ଗୁଗଲ ଆପ୍ ଇଂଜିନରେ ଚାଲୁ କରି ହୁଏ ।

ଇକ୍ଲିପ୍ସ ପାଇଁ ଗୁଗଲ ପ୍ଲୁଗଇନ[ସମ୍ପାଦନା]

ଇକ୍ଲିପ୍ସ ହେଉଛି ଜାଭା ଆପ୍ଲିକେସନ ଡେଭେଲପମେଣ୍ଟ ପାଇଁ ବ୍ୟବହାର ହେଉଥିବା ଏକ ଆଇଡିଇ । ଏଥିରେ ଗୁଗଲ ଇକ୍ଲିପ୍ସ ପ୍ଲାଗିନ୍ ବ୍ୟବହାର କରି ଜାଭା ଡେଭେଲୋପରମାନେ ନିଜର ବିଭିନ୍ନ କାମ ଅତି ସହଜରେ ସମ୍ପାଦନା କରି ପାରୁଛନ୍ତି ।

ଗୁଗଲ ୱେବ ଟୁଲ କିଟ[ସମ୍ପାଦନା]

ଗୁଗଲ ୱେବ ଟୁଲ କିଟ୍ ଏକ ଓପନ ସୋର୍ସ ଟୁଲ କିଟ୍ ଯାହା କି ଡେଭେଲୋପର ମାନଙ୍କୁ ଜାଭା ପ୍ରୋଗ୍ରାମିଙ୍ଗ ଭାଷାରେ ଆଜକ୍ସ ଆପ୍ଲିକେସନ ଲେଖିବାରେ ସାହାଯ୍ୟ କରିଥାଏ । ଆଜାକ୍ସରେ ହେଉଥିବା ବିଭିନ୍ନ ସମସ୍ୟାର ସରଳ ସମାଧାନ ପାଇଁ GWT ଏକ ସହଜ ଉପାୟ ଭାବରେ ବହୁତ ଦିନ ହେଲା ବ୍ୟବହାର ହେଉଛି ।

ଗୁଗଲ କୋଡ୍[ସମ୍ପାଦନା]

ଗୁଗଲ ପୂର୍ବରୁ ନିଜର ଏକ ପ୍ରୋଜେକ୍ଟ ହୋଷ୍ଟିଙ୍ଗ ସେବା ପ୍ରଦାନ କରୁଥିଲା ଯାହାର ନାମ ଥିଲା ଗୁଗଲ କୋଡ୍ । ଏହା ଗୁଗଲରେ ସାଇତା ଯାଉଥିବା ପ୍ରୋଜେକ୍ଟ ଗୁଡ଼ିକର ରିଭିଜନ କଣ୍ଟ୍ରୋଲ କରିବାରେ ମଧ୍ୟ ସାହାଯ୍ୟ କରୁଥିଲା । ଏଥିରେ ଏକ ଗିଟ୍ ରହିଥିଲା ଯାହାକି ଭର୍ସନ କଣ୍ଟ୍ରୋଲ କରୁ ଥିଲା, ଏକ ଇସୁ ଟ୍ରକର ଥିଲା ଯାହାକି ପ୍ରୋଜେକ୍ଟରେ ଥିବା ବିଭିନ୍ନ ଭୁଲଗୁଡ଼ିକ ଉପରେ ନଜର ରଖିବାରେ ସହାୟତା କରୁଥିଲା ଏବଂ ଏକ ଉଇକି ରହି ଥିଲା, ଯାହାକି ଡକ୍ୟୁମେଣ୍ଟେସନ କରିବାରେ ସାହାଯ୍ୟ କରୁଥିଲା ।

ଗୁଗଲ ଡେଭେଲୋପର୍ସ ଇଭେଣ୍ଟ[ସମ୍ପାଦନା]

ଗୁଗଲ ଡେଭେଲୋପର୍ସ ଗ୍ରୁପ[ସମ୍ପାଦନା]

ଗୁଗଲ ଡେଭେଲୋପର ଗ୍ରୁପ ହେଉଛି, ଏକ ଡେଭେଲୋପର ନେଟୱର୍କ ଯେଉଁଠି କି ଡେଭେଲୋପରମାନେ ପରସ୍ଫର ସହ ଦେଖା ହୁଅନ୍ତି ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଆସିଥିବା ନୂଆ ନୂଆ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରି ଥାନ୍ତି । ପ୍ରତିବର୍ଷ ଗୁଗଲ ଡେଭେଲୋପର ଗ୍ରୁପର ଅନେକ ପର୍ବ ପାଳିତ ହୁଏ । ଯେଉଁଥିରୁ ଗୁଗଲ ଆଇ/ଓ ଅନ୍ୟତମ । ୨୦୧୫ ମାର୍ଚ୍ଚ ସୁଦ୍ଧା ବିଶ୍ୱରେ ସମୁଦାୟ ୬୦୦ରୁ ଉର୍ଧ୍ୱ ଗୁଗଲ ଡେଭେଲୋପର ଗ୍ରୁପ ରହି ଅଛି ।

ଆଧାର[ସମ୍ପାଦନା]

  1. "Site Directory — Google Code". Code.google.com. Retrieved 2009-08-06.
  2. "Google Data APIs — Google Code". Code.google.com. Retrieved 2009-08-06.
  3. "AJAX APIs — Google Code". Code.google.com. Archived from the original on 2010-10-19. Retrieved 2009-08-06.

ବାହାର ଲିଙ୍କ[ସମ୍ପାଦନା]