କୋଟା ଜିଲ୍ଲା , ରାଜସ୍ଥାନ

ଉଇକିପିଡ଼ିଆ‌ରୁ
କୋଟା ଜିଲ୍ଲା
25°10′48″N 73°49′48″E / 25.18000°N 73.83000°E / 25.18000; 73.83000
ରାଜ୍ୟରାଜସ୍ଥାନ, ଭାରତ
ପ୍ରଶାସନିକ ବିଭାଗKota Division
ସଦର କାର୍ଯ୍ୟାଳୟKota, Rajasthan
କ୍ଷେତ୍ରଫଳ5,217 km2 (2,014 sq mi)
ଜନସଂଖ୍ୟା1950491 (2011)
ଘନତା374/km2 (970/sq mi)
ସହରାଞ୍ଚଳ ଲୋକସଂଖ୍ୟା60.31 percent
ସାକ୍ଷରତା ହାର76.56
ପୁରୁଷ-ନାରୀ ଅନୁପାତ911
ୱେବସାଇଟ

କୋଟା ଜିଲ୍ଲା ଭାରତୀୟ ରାଜ୍ୟ ରାଜସ୍ଥାନର ଏକ ଜିଲ୍ଲା । କୋଟା ସହର ଏହାର ସଦର ମହକୁମା ।

12 ଶ ଶତାବ୍ଦୀରେ ରାଓ ଦେବ ନାମକ ହାଡା ମୁଖିଆ ଏହି ଅଞ୍ଚଳକୁ ଅଧିକାର କରି ବୁନ୍ଦି ଓ ହାଦୋଟି ସ୍ଥାପନ କରିଥିଲେ । 17 ଶ ଶତାବ୍ଦୀ ପ୍ରାରମ୍ଭରେ ମୋଗଲ ସମ୍ରାଟ ଜାହାଙ୍ଗୀର ଏହାକୁ ତତ୍କାଳୀନ ଶାସକ ରାଓ ରତନ ସିଂହଙ୍କଠାରୁ ଏହି ରାଜ୍ୟ ନେଇ ତାଙ୍କ ପୁତ୍ର ମାଧୋ ସିଂହଙ୍କୁ ପ୍ରଦାନ କରିଥିଲେ ।

କୋଟା ସ୍ୱାଧୀନତା ସଂଗ୍ରାମ ସମୟରେ ଗୁରୁ ରାଧା କୃଷ୍ଣଙ୍କ ନେତୃତ୍ୱରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲା । ଏଥିପାଇଁ ତାଙ୍କୁ ଗିରଫ କରି ଜେଲ ଦଣ୍ଡ ଦିଆ ଯାଇଥିଲା ।  

କୋଟାର ଉତ୍ତରରେ ବୁନ୍ଦି ଜିଲ୍ଲା , ପୁର୍ବରେବରଣ ଜିଲ୍ଲା ଦକ୍ଷିଣରେ ଝାଳେଶ୍ୱର ଜିଲ୍ଲା ଓ ପଶ୍ଚିମରେ ଚିତ୍ତୋର୍ଗଦ ଜିଲ୍ଲାଦ୍ୱାରା ପରିବେଷିତ । ଏଠାରେ ଅନେକ ଉତ୍ତମ ଶିକ୍ଷାନୁଷ୍ଠାନ ରହିଛି ।

ଶିଳ୍ପ ସମୂହ

କୋଟା  ଏସିଆର ସର୍ବବୃହତ ସାର ଉତ୍ପାଦନ କେନ୍ଦ୍ର । କୋଟାର 4ଟି ବିଜୁଳି ଶକ୍ତି କେନ୍ଦ୍ର ସ୍ଥାପିତ ହୋଇଛି । ଏହାର ଅନତିଦୂରରେ ରାଜସ୍ଥାନ ଆଣବିକ ଶକ୍ତି ଉତ୍ପାଦନ ପ୍ଳାଣ୍ଟ ରାୱତଭାତଠାରେ  ଅବସ୍ଥିତ । ଚମ୍ବଲ ନଦୀ ନିକଟଟାରେ କୋଟା ଥର୍ମଳ ଶକ୍ତି କେନ୍ଦ୍ର ଓ ଅନ୍ତ ଗ୍ଯାସ ଶକ୍ତି କେନ୍ଦ୍ର ମଧ୍ୟ ରହିଛି । ପୁନଶ୍ଚ ଜବାହାର ସାଗରଠାରେ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ମଧ୍ୟ କୋଟା ଜିଲ୍ଲାର ନିକଟବର୍ତୀ ସ୍ଥାନରେ ରହିଛି । 

କୋଟା ଜିଲ୍ଲା , ରାଜସ୍ଥାନ 

ଜନସଂଖ୍ୟା[ସମ୍ପାଦନା]

2011 ଜନଗଣନା ଅନୁସାରେ କୋଟା ଜିଲ୍ଲାର ସମୁଦାୟ ଜନସଂଖ୍ୟା 1,950,491[୧] ଥିଲା ଯାହାକି ଲସୋଥୋ ଦେଶ[୨]ର ଜନସଂଖ୍ୟା ବ ଆମେରିକୀୟ ରାଜ୍ୟ ନିଉ ମେକ୍ସିକୋ [୩] ସହ ସମତୂଲ୍ୟ । ଏହା ଭାରତରେ 239 ତମ ସ୍ଥାନ ରଖିଥିଲା ଜନସଂଖ୍ୟା ଦ୍ରୁଷ୍ଟିରୁ । ଜଣ ଘନତ୍ୱ 374 ପ୍ରତି ବର୍ଗ କିଲୋମିଟର ହେଇଥିବା ବେଳେ ଏହାର ସାକ୍ଷ୍ୟରତା ହାର 77.48 %।  ଗତ ଦଶନ୍ଧିରେ ଜନ ବୃଦ୍ଧି ହାର 24.35 % ହେଇଥିଲା । ଏଠାରେ ମହିଳା ଓ ପୁରୁଷ ଅନୁପାତ 906:1000 ରହିଥିଲା । 

ଆଧାର [ସମ୍ପାଦନା]