ଇଲା ମିତ୍ର
ଇଲା ମିତ୍ର | |
---|---|
କାର୍ଯ୍ୟକାଳ ୧୯୬୨ – ୧୯୭୧, ୧୯୭୨-୧୯୭୭ | |
ପୂର୍ବ ଅଧିକାରୀ | ରଣେନ୍ଦ୍ର ନାଥ ସେନ, ଅନିଲା ଦେବୀ |
ପର ଅଧିକାରୀ | ଅନିଲା ଦେବୀ,ସୁହ୍ରିଦ ମଲ୍ଲିକ ଚୌଧୁରୀ |
ନିର୍ବାଚନ ମଣ୍ଡଳୀ | ମଣିକଟାଲା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଇଲା ସେନ ୧୮ ଅକ୍ଟୋବର ୧୯୨୫ କୋଲକାତା, ବଙ୍ଗଳା ରାଷ୍ଟ୍ରପତି, ବ୍ରିଟିଶ ଭାରତ |
ମୃତ୍ୟୁ | ୧୩ ଅକ୍ଟୋବର ୨୦୦୨ କୋଲକାତା, ଭାରତ | (ବୟସ ୭୬)
ରାଜନୀତିକ ଦଳ | କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ |
ଜୀବନ ସାଥୀ | ରମେନ୍ଦ୍ର ମିତ୍ର |
ଇଲା ମିତ୍ର (୧୮ ଅକ୍ଟୋବର ୧୯୨୫ - ୧୩ ଅକ୍ଟୋବର ୨୦୦୨) ଭାରତୀୟ ଉପମହାଦେଶର ବିଶେଷ ଭାବରେ ପୂର୍ବ ବଙ୍ଗଳାର ଜଣେ କମ୍ୟୁନିଷ୍ଟ ତଥା କୃଷକ ଆନ୍ଦୋଳନର ସଂଗଠକ ଥିଲେ ।
ପ୍ରାଥମିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ମିତ୍ରଙ୍କ ପୂର୍ବପୁରୁଷମାନେ ବର୍ତ୍ତମାନର ଝେନାଇଡାହ ଜିଲ୍ଲାର ବାଗୁଟିଆ ଗ୍ରାମରେ ରହୁଥିଲେ ।[୧][୨] ସେ ୧୮ ଅକ୍ଟୋବର ୧୯୨୫ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ ।[୩] ସେ ୧୯୪୨ ଏବଂ ୧୯୪୪ ମସିହାରେ କଲିକତାର ବେଥୁନ କଲେଜରୁ IA ଏବଂ BA ପରୀକ୍ଷା ସମାପ୍ତ କରିଥିଲେ ।
ଇଲା ମିତ୍ର ପ୍ରଥମ ୨ଜଣ ଛାତ୍ର
[ସମ୍ପାଦନା]- ରହୀମା ବେଗମ
- ହିରା ବେଗମ
କୃଷକ ବିଦ୍ରୋହରେ ଅଗ୍ରଣୀ ଭୂମିକା
[ସମ୍ପାଦନା]ମିତ୍ର ଚପାଇ ନବାଗଞ୍ଜ ଜିଲ୍ଲାର ବୃହତ ରାଜଶାହୀ ଅଞ୍ଚଳର କୃଷକ ତଥା ସାନ୍ତାଳୀମାନଙ୍କର ଜଣେ ନେତା ଥିଲେ ଏବଂ ତାଙ୍କୁ ପ୍ରାୟତଃ ରାଣୀ ମା' (ରାଣୀ ମାତା) ବୋଲି ସମ୍ବୋଧନ କରାଯାଉଥିଲା । ସେ ୫ ଜାନୁୟାରୀ ୧୯୫୦ ମସିହାରେ ଚପାଇ ନବାବଗଞ୍ଜର ନାଚୋଲ ଉପଜିଲ୍ଲାରେ ଏକ କୃଷକ-ସାନ୍ତାଳୀ ବିଦ୍ରୋହର ଆୟୋଜନ କରିଥିଲେ, କିନ୍ତୁ ପୋଲିସ ଏବଂ ଅନସର ବାହିନୀ ଏହି ବିଦ୍ରୋହକୁ ଖଣ୍ଡନ କରିଥିଲେ । ସେହି ସ୍ଥାନରୁ ପଳାଇବାକୁ ଚେଷ୍ଟା କରୁଥିବାବେଳେ ମିତ୍ରଙ୍କୁ ପୋଲିସ ଗିରଫ କରିଥିଲା । ତାଙ୍କୁ ନାଚୋଲ ପୋଲିସ ଷ୍ଟେସନରେ ଚାରି ଦିନ ପାଇଁ ଅଟକ ରଖାଯାଇଥିଲା ଏବଂ ତାଙ୍କୁ ବାରମ୍ବାର ଗଣଦୁଷ୍କର୍ମ ଓ ନିର୍ଯାତନା ଦିଆଯାଉଥିଲା ।[୪] ଏହା ପରେ ତାଙ୍କୁ ୨୧ ଜାନୁୟାରୀ ୧୯୫୦ ମସିହାରେ ରାଜଶାହୀ କେନ୍ଦ୍ରୀୟ ଜେଲକୁ ପଠାଯାଇଥିଲା ଯେଉଁଠାରେ ସେ ବିଦ୍ରୋହରେ ଅଂଶଗ୍ରହଣ କରିଥିବା ସ୍ୱୀକାର କରିବାକୁ ମନା କରିବାରୁ ତାଙ୍କୁ ନିର୍ଯାତନା ଦିଆଯାଇଛି ବୋଲି ଅଭିଯୋଗ ହୋଇଥିଲା । ଦେଶଦ୍ରୋହ ମାମଲାରେ ମିତ୍ରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।
ପରବର୍ତ୍ତୀ ଜୀବନ
[ସମ୍ପାଦନା]ନିର୍ଯାତନା ହେତୁ ମିତ୍ର ଜେଲରେ ବହୁତ ଅସୁସ୍ଥ ହୋଇପଡିଥିଲେ । ୧୯୫୪ ମସିହାରେ ପାକିସ୍ତାନର ୟୁନାଇଟେଡ ଫ୍ରଣ୍ଟ ସରକାର ତାଙ୍କୁ ଚିକିତ୍ସା ପାଇଁ କୋଲକାତା ପଠାଇଥିଲେ । ସେ ଜଣେ ହିନ୍ଦୁ ଏବଂ କମ୍ୟୁନିଷ୍ଟ କାର୍ଯ୍ୟକର୍ତ୍ତା ହୋଇଥିବାରୁ ନିର୍ଯ୍ୟାତନାକୁ ଏଡାଇବା ପାଇଁ ସେ ପାକିସ୍ତାନକୁ ଯାଇ ନଥିଲେ ଏବଂ ସାରା ଜୀବନ ଭାରତରେ ରହିଥିଲେ । ୧୯୭୧ ମସିହାରର ବଙ୍ଗଳାଦେଶ ମୁକ୍ତି ଯୁଦ୍ଧ ସମୟରେ ସେ ଜନମତ ତଥା ସମର୍ଥନ ସଂଗ୍ରହରେ ମଧ୍ୟ ଭାଗ ନେଇଥିଲେ ।
ସେ ୧୯୬୨–୧୯୭୧ ଏବଂ ୧୯୭୨–୧୯୭୭ ମଧ୍ୟରେ ମଣିକଟାଲା ନିର୍ବାଚନ ମଣ୍ଡଳୀ ପାଇଁ ପଶ୍ଚିମବଙ୍ଗ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୬୫ ମସିହାରେ ପଶ୍ଚିମବଙ୍ଗରେ ମୁସଲମାନମାନଙ୍କ ବିରୋଧରେ ଦଙ୍ଗା ବନ୍ଦ କରିବାରେ ଭାଗ ନେଇଥିଲେ ।[୫]
୧୩ ଅକ୍ଟୋବର ୨୦୦୨ ମସିହାରେ କୋଲକାତାରେ ମିତ୍ରଙ୍କ ଦେହାନ୍ତ ହୋଇଥିଲା ।
ପୁରସ୍କାର
[ସମ୍ପାଦନା]- ସାହିତ୍ୟିକ ଅନୁବାଦ କାର୍ଯ୍ୟ ପାଇଁ ସୋଭିଏତ ଲ୍ୟାଣ୍ଡ ନେହେରୁ ।
- ଭାରତ ସରକାରଙ୍କଠାରୁ ତାମ୍ର ପତ୍ର ।
ଆଧାର
[ସମ୍ପାଦନା]- ↑ "Ila Mitra - Revolutionary, Trailblazer". The Daily Star (in ଇଂରାଜୀ). 2015-10-17. Retrieved 2017-11-12.
- ↑ "Ancestral home of Ila Mitra lies uncared for". Dhaka Tribune. 2016-10-23. Retrieved 2020-08-01.
- ↑ Mesba Kamal (2012). "Mitra, Ila". In Sirajul Islam and Ahmed A. Jamal (ed.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.
- ↑ Panjabi, Kavita (14 August 2010). "Otiter Jed or Times of Revolution: Ila Mitra, the Santals and Tebhaga Movement". Economic & Political Weekly. Mumbai: Sameeksha Trust. XLV (33). ISSN 2349-8846. Retrieved 15 May 2016.
- ↑ Mitra, Dipawali (March 2, 2020). "Peace message: Citizens recount shared riot history on Facebook". The Times of India (in ଇଂରାଜୀ). Retrieved 2020-08-01.