ଇଞ୍ଜେକସନ ଜଳ

ଉଇକିପିଡ଼ିଆ‌ରୁ
ଇଞ୍ଜେକସନ ଜଳ
Sterile water for injection
Clinical data
AHFS/Drugs.comFDA Professional Drug Information
ATC code
Identifiers
CAS Number
ChemSpider
Chemical and physical data
FormulaH2O

ଇଞ୍ଜେକସନ ଜଳ (ଇଂରାଜୀରେ Water for injection) ଏକ ପ୍ରକାର ଉଚ୍ଚ ମାନର ଜଳ (water) ଯେଉଁଥିରେ କୌଣସି ଉଲ୍ଲେଖନୀୟ ଅପମିଶ୍ରଣ ନଥାଏ ।[୧] ସ୍ଟେରାଇଲ ବା ଜୀବାଣୁମୁକ୍ତ sterile ସଂସ୍କରଣକୁ ଦେହରେ ଇଞ୍ଜେକସନ (injection) ଦେବା ନିମନ୍ତେ ପ୍ରସ୍ତୁତ କରାଯାଥାଏ ।[୨] ଏହି ଜଳ ସ‌ହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶେଇ ତାହାକୁ ଆଇସୋଟୋନିକ (isotonic) କରାଯାଇଥାଏ ।[୩] ଏହାକୁ ଶିରାଭ୍ୟନ୍ତରରେ (injection into a vein), ମାଂସପେଶୀରେ (muscle) ବା ଚର୍ମ ତଳେ ଇଞ୍ଜେକସନ (under the skin) ଆକାରରେ ଦିଆଯାଏ । [୪] ଅଣ-ଜୀବାଣୁମୁକ୍ତ ଜଳ ପ୍ରୋଡକସନ ପ୍ରୋସେସ କଲାବେଳେ ଜୀବାଣୁମୁକ୍ତ (sterilization) ହୋଇଯାଏ ।[୫]

ଶିରା ଭିତରକୁ ଇଞ୍ଜେକସନ ଦେବାବେଳେ ଆଇସୋଟୋନିକ ନହୋଇଥିଲେ ହେମୋଲାଇସିସ ବା ଲୋହିତ ରକ୍ତ କଣିକା ଫାଟିଯାଏ (breakdown of red blood cells) । ହେମୋଲାଇସିସ ହେଲେ ବୃକ୍‌କ ସମସ୍ୟା (kidney problems) ହୋଇପାରେ ।[୩] ଜଳ ଅଧିକ ଦେଲେ ଦେହରେ ଅଧିକ ଜଳ ପରିମାଣ (fluid overload) ହୋଇଯାଏ ।[୪] ଇଞ୍ଜେକସନ ଜଳ ସାଧାରଣତଃ ପାତନ (distillation) ବା ରିଭର୍ସ ଅସମୋସିସ (reverse osmosis) ପ୍ରଣାଳୀରେ ତିଆରି ହୁଏ । ଜଳ ବ୍ୟତୀତ ଅନ୍ୟ ଏଲିମେଣ୍ଟର ପରିମାଣ ୧୦୦ ଜଳ ପିଛା ୧ମି:ଗ୍ରା:ରୁ କମ ରହିବା ଉଚିତ । ବ୍ୟାକ୍ଟେରିଓସ୍ଟାଟିକ ଏଜେଣ୍ଟ (agents that stop bacterial growth) ମିଶ୍ରତ ଇଞ୍ଜେକସନ ଜଳ ମଧ୍ୟ ମିଳେ ।[୫]

ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ନିରାପଦ ଓ ପ୍ରଭାବଶାଳୀ ।[୬] ଏହା ବିନା ପ୍ରେସକ୍ରିପସନରେ (over the counter) ମିଳେ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୧୦ମି:ଲି: ଭାଏଲର ମୂଲ୍ୟ ପ୍ରାୟ ୦.୦୩ରୁ ୦.୧୫ ଆମେରିକୀୟ ଡଲାର ।[୭] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ୦.୨୫ରୁ ୧.୪୦ ପାଉଣ୍ଡ ।[୮]

ଆଧାର[ସମ୍ପାଦନା]

  1. "<1232> Water for Pharmaceutical Purposes" (PDF). hmc.usp.org. p. 2. Archived from the original (PDF) on 11 March 2015. Retrieved 14 January 2017.
  2. WHO Model Formulary 2008 (PDF). World Health Organization. 2009. p. 493. ISBN 9789241547659. Retrieved 8 January 2017.
  3. ୩.୦ ୩.୧ ୩.୨ "Sterile Water for Injection - FDA prescribing information, side effects and uses". www.drugs.com. Retrieved 14 January 2017.
  4. ୪.୦ ୪.୧ "Water for Injection - FDA prescribing information, side effects and uses". www.drugs.com. Retrieved 14 January 2017.
  5. ୫.୦ ୫.୧ Ghosh, Tapash K.; Jasti, Bhaskara R. (2004). Theory and Practice of Contemporary Pharmaceutics (in ଇଂରାଜୀ). CRC Press. p. 396. ISBN 9780203644478.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Water for Injection". International Drug Price Indicator Guide. Retrieved 8 December 2016.[permanent dead link]
  8. British national formulary : BNF 69 (69 ed.). British Medical Association. 2015. p. 685. ISBN 9780857111562.