ଆସେଣ୍ଡିଙ୍ଗ କୋଲାଞ୍ଜାଇଟିସ

ଉଇକିପିଡ଼ିଆ‌ରୁ
ଆସେଣ୍ଡିଙ୍ଗ କୋଲାଞ୍ଜାଇଟିସ (Ascending cholangitis)
ଡୁଓଡେନୋସ୍କୋପି ଛବିରେ ଆମ୍ପୁଲା ଅଫ ଭାଟରରୁ (Ampulla of Vater) ପୁଜ ବାହାରୁଥିବା ଦେଖାଯାଉଛି, ଏହା କୋଲାଞ୍ଜାଇଟିସର ନିଦର୍ଶନ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgastroenterology[*]
ଆଇସିଡ଼ି-୧୦K83.9
ଆଇସିଡ଼ି-୯-ସିଏମ୍576.1
ରୋଗ ଡାଟାବେସ2514
ମେଡ଼ିସିନ-ପ୍ଲସ000290
ଇ-ମେଡ଼ିସିନemerg/96 med/2665
Patient UKଆସେଣ୍ଡିଙ୍ଗ କୋଲାଞ୍ଜାଇଟିସ
MeSHD002761

ଆସେଣ୍ଡିଙ୍ଗ କୋଲାଞ୍ଜାଇଟିସ, ବା ଆକ୍ୟୁଟ କୋଲାଞ୍ଜାଇଟିସ ବା କେବଳ କୋଲାଞ୍ଜାଇଟିସ (ଇଂରାଜୀ ଭାଷାରେ Ascending cholangitis, also known as acute cholangitis or simply cholangitis) ଏକ ପିତ୍ତନଳୀର ସଂକ୍ରମଣ (infection) ଯାହା ଜୀବାଣୁ ଯୋଗୁ ପ୍ରାୟ ହୁଏ ଓ ଡୁଓଡେନମ ମଧ୍ୟରେ ଥିବା ଆମ୍ପୁଲା ଅଫ ଭାଟରରରୁ (its junction) ସଂକ୍ରମଣ ଉର୍ଦ୍ଧ୍ୱକୁ ଯାଏ । ପିତ୍ତାସ୍ମରୀଦ୍ୱାରା (gallstone) ପିତ୍ତନଳୀ ଅବରୋଧ ହୋଇଥିଲେ ଏହି ରୋଗ ସମ୍ଭାବନା ଅଧିକ ରହେ । [୧][୨]

ଆସେଣ୍ଡିଙ୍ଗ କୋଲାଞ୍ଜାଇଟିସ ଏକ ଡାକ୍ତରୀ ଜରୁରୀ ଅବସ୍ଥା (medical emergency) ।[୧] ଏହି ରୋଗ ହେଲେ ଚର୍ମ ଓ ଆଖିର ଧଳା ଅଂଶ ହଳଦିଆ ଦେଖାଯାଏ, ଜ୍ୱର, ଉଦର ଯନ୍ତ୍ରଣା (abdominal pain) ଓ ସାଂଘାତିକ ହୋଇଥିଲେ ନିମ୍ନ ରକ୍ତଚାପ (low blood pressure) ତ‌ଥା ଗୋଳମାଳିଆ ମାନସିକ ସ୍ଥିତି (confusion) ଜାତ ହୋଇପାରେ । ଆରମ୍ଭରୁ ଶିରାଭ୍ୟନ୍ତର ତରଳ ପଦାର୍ଥ (en:intravenous fluid|) ଓ ଆଣ୍ଟିବାୟୋଟିକ (antibiotic) ଦିଆଯାଏ କିନ୍ତୁ ଅନ୍ତର୍ନିହିତ ସମସ୍ୟା ଯେପରିକି ପିତ୍ତାସ୍ମରୀ ଓ ସରୁ ପିତ୍ତନଳୀ narrowing ହୋଇଯାଇଥାଇପାରେ । ତେଣୁ ଏଣ୍ଡୋସ୍କୋପି (endoscopy) କରି ଅଧିକ ପରୀକ୍ଷା ନିରୀକ୍ଷା ଓ ପିତ୍ତନଳୀ ଅବରୋଧ ଦୂର କରିବା ଚିକିତ୍ସା କରାଯାଏ । [୧][୩] ଏହି କୋଲାଞ୍ଜାଇଟିସ ଶବ୍ଦଟି ତିନୋଟି ଗ୍ରୀକ ଭାଷାର ଶବ୍ଦରୁ ନିଆଯାଇଛି; କୋଲ ଅର୍ଥ ପିତ୍ତ, ଆଞ୍ଜ ଅର୍ଥ ରକ୍ତନଳି ଓ ଆଇଟିସ ଅର୍ଥ ପ୍ରଦାହକୁ ବୁଝାଏ ।(The word is from Greek chol-, bile + ang-, vessel + -itis, inflammation)

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

କୋଲାଞ୍ଜାଇଟିସ ରୋଗ ହେଲେ ଉଦରର ଡାହାର ଦକ୍ଷିଣ ପାଖରେ ଯନ୍ତ୍ରଣା (abdominal pain) ହୁଏ, ଜ୍ୱର, କମ୍ପ (rigors) ଓ ମ୍ୟାଲେସ (malaise) ବା ଅସୁଖକର ଅନୁଭବ ହୁଏ । କେହି କେହି କାମଳ ହୋଇଥିବା ଅଭିଯୋଗ କରନ୍ତି ।[୧]

ଶାରୀରିକ ପରୀକ୍ଷାରେ (Physical examination) କାମଳ ଥିବା ଦେଖାଯାଏ ଓ ଉଦରର ଦକ୍ଷିଣ ଉପର ଭାଗରେ ଦରଜ ଥିବା ଜଣାଯାଏ । [୧] କୋଲାଞ୍ଜାଇଟିସ ରୋଗରେ ସାର୍କୋସ ଟ୍ରାଏଡ (Charcot's triad) ଲକ୍ଷଣ ତ୍ରୟ ଦେଖାଯାଏ ଯେଉଁଥିରେ ଉଦର ଯନ୍ତ୍ରଣା, କାମଳ ଓ ଜ୍ୱର ଦେଖାଯାଏ ।[୪] ପୂର୍ବରୁ ଏହି ଲକ୍ଷଣ ତ୍ରୟ ୫୦-୭୦% ରୋଗୀଙ୍କର ଥିବା ସ୍ଥିର କରାଯାଉଥିବା ବେଳେ ଅଧୁନା ଏହା ୧୫-୨୦% ଥିବା ଜଣାଯାଏ ।[୧] ରେନୋଲ୍ଡସ ପେଣ୍ଟାଡରେ (Reynolds' pentad)ରେ ସାର୍କୋସ ତ୍ରୟ ସ‌ହିତ ସେପ୍ଟିକ ସକ୍ (septic shock) ଓ ଗୋଳମାଳିଆ ମାନସିକ ସ୍ଥିତି (mental confusion) ଦେଖାଯାଏ । [୫] ଏହି ମିଶ୍ରିତ ଲକ୍ଷଣମାନ ରୋଗ ସାଂଘାତିକ ହେଉଥିବା ସୂଚନା ଦିଏ ଓ ରକ୍ତ ପୂତିତା (sepsis) କମ୍ ରୋଗୀଙ୍କ କ୍ଷେତ୍ରରେ ଦେଖାଯାଏ । [୧][୨] ବୟସ୍କ ରୋଗୀ କୌଣସି ପୂର୍ବ ଲକ୍ଷଣ ନଥାଇ ହଠାତ୍ ଖସିପଡ଼ନ୍ତି ।[୨] ପିତ୍ତନଳୀରେ ସ୍ଟେଣ୍ଟ ଥିବା ରୋଗୀଙ୍କର କାମଳ ରହେନାହିଁ । [୨]

କାରଣ[ସମ୍ପାଦନା]

ମୂଖ୍ୟତଃ ପିତ୍ତାସ୍ମରି ଥିବାରୁ ପିତ୍ତନଳୀ ଅବରୋଧ ହୋଇ ଏହି ରୋଗ ହୁଏ । ପିତ୍ତନଳୀ ସରୁ ହେବାର ଅନ୍ୟାନ୍ୟ ୧୦-୩୦% କାରଣମାନ: କୌଣସି କାରଣ ନଥାଇ ସରୁ ହେବା, ଅପରେଶନ ଜନିତ ଆଘାତ, ଅନେକ ରକମର ଅର୍ବୁଦ, ପିତ୍ତାଶୟ କର୍କଟ (gallbladder cancer), କୋଲାଞ୍ଜିଓକାର୍ସିନୋମା, ଆମ୍ପୁଲା ଅଫ ଭାଟର (ampulla of Vater) କର୍କଟ, ଡୁଓଡେନମ କର୍କଟ (cancer of the duodenum), ଆନେରୋବିକ ଜୀବାଣୁ (anaerobic organism) ।[୧] ଜିଆ (Ascaris lumbricoides) ଓ ଯକୃତ ଫ୍ଲୁକସ (liver flukes) ଯୋଗୁ ହୋଇପାରେ ।[୬] ଏଡସ ରୋଗୀଙ୍କ ଏଡସ କୋଲାଞ୍ଜିଓପାଥି ହୁଏ କିନ୍ତୁ ଏହାର ଉପସ୍ଥିତି ଉପ‌ଯୁକ୍ତ ଚିକିତ୍ସା ମିଳିବାରୁ କମିଯାଉଛି ।[୧][୭] ପିତ୍ତନଳୀରେ ଇଆରସିପି ଭଳି ଡାକ୍ତରୀ କାର୍ଯ୍ୟବିଧି ହେଉଥିବାରୁ ଏହାକୁ ରୋକିବା ନିମନ୍ତେ ପ୍ରତିଷେଧକ ଆଣ୍ଟିବାୟୋଟିକ ଦିଆଯାଏ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Kinney TP (April 2007). "Management of ascending cholangitis". Gastrointest Endosc Clin N Am. 17 (2): 289–306. doi:10.1016/j.giec.2007.03.006. PMID 17556149.
  2. ୨.୦ ୨.୧ ୨.୨ ୨.୩ Oddsdóttir M, Hunter JG (2005). "Gallbladder and the extrahepatic biliary system (chapter 31)". In Brunicardi FC, Anderson DK, Billiar TR, Dunn DL, Hunter JG, Pollock RE (eds.). Schwartz's Principles of Surgery (Eighth ed.). McGraw-Hill. p. 1203. ISBN 0-07-141090-2.
  3. ୩.୦ ୩.୧ Brand, M; Bizos, D; O'Farrell P, Jr (6 October 2010). "Antibiotic prophylaxis for patients undergoing elective endoscopic retrograde cholangiopancreatography". The Cochrane Database of Systematic Reviews (10): CD007345. doi:10.1002/14651858.CD007345.pub2. PMID 20927758.
  4. Charcot JM (2004) [1877]. Leçons sur les maladies du foie, des voies biliaires et des reins faites à la Faculté de médecine de Paris: Recueillies et publiées par Bourneville et Sevestre. Paris: Bureaux du Progrés Médical & Adrien Delahaye. ISBN 1-4212-1387-7.
  5. Reynolds BM, Dargan EL (August 1959). "Acute obstructive cholangitis; a distinct clinical syndrome". Ann Surg. 150 (2): 299–303. doi:10.1097/00000658-195908000-00013. PMC 1613362. PMID 13670595.
  6. Lim JH (2011). "Liver flukes: the malady neglected". Korean J Radiol. 12 (3): 269–79. doi:10.3348/kjr.2011.12.3.269. PMC 3088844. PMID 21603286.
  7. Kimura Y, Takada T, Kawarada Y, et al. (2007). "Definitions, pathophysiology, and epidemiology of acute cholangitis and cholecystitis: Tokyo Guidelines". J Hepatobiliary Pancreat Surg. 14 (1): 15–26. doi:10.1007/s00534-006-1152-y. PMC 2784509. PMID 17252293.