ଅନ୍ତୋଦୟ ଅନ୍ନ ଯୋଜନା

ଉଇକିପିଡ଼ିଆ‌ରୁ


ଅନ୍ତୋଦୟ ଅନ୍ନ ଯୋଜନା (AAY) , ଭାରତ ସରକାରଙ୍କ ପ୍ରଯୋଜିତ ଏକ ଯୋଜନା । ଏହାକୁ କେନ୍ଦ୍ର ସରକାର ୨୫ ଡିସେମ୍ବର ୨୦୦୦ ମସିହାରେ ପ୍ରଥମ କରି ଭାରତୀୟ ରାଜ୍ୟ ରାଜସ୍ଥାନରେ ପ୍ରଣଯନ କରିଥିଲେ ଓ ସାଂପ୍ରତିକ ଏହା ସମସ୍ତ ରାଜ୍ୟ ସମୂହରେ କାର୍ଯ୍ୟକାରୀ ହେଇ ଆସୁଛି । ଏହି ଯୋଜନାଦ୍ୱାରା ଦେଶର ଦରିଦ୍ରତମ ପରିବାର ମାନଙ୍କୁ ବହୁ ରିହାତି ଦରରେ ଅନ୍ନ ଯୋଗାଇ ଦିଆ ଯାଇଥାଏ ।ଏହି ଯୋଜନାକୁ "ଦିନ ଦୟାଲ  ଉପଧ୍ୟାୟ ଅନ୍ତୋଦୟ ଯୋଜନା " କୁହାଯାଏ । 

ପ୍ରଥମ ସ୍ତରରେ ଦେଶର ପ୍ରାୟ ୧୦,୦୦୦,୦୦୦ ଦରିଦ୍ରତାର ସୀମାରେଖା ତଳେ ଥିବା ଅତ୍ୟନ୍ତ ଦରିଦ୍ର ପରିବାରକୁ ଚିହ୍ନଟ କରାଯିବାର ପ୍ରକ୍ରିୟା କରାଯାଇ ସରକାରଙ୍କ ତରଫରୁ ସେମାନଙ୍କୁ ମାସିକ ୩୫ କିଲୋଗ୍ରାମ ଲେଖା ଚାଉଳ ବା ଗହମ ଖୁବ ରିହାତି ଦରରେ ଯୋଗେଇ ଦେବାର ବ୍ୟବସ୍ଥା କରା ଯାଇଥିଲା । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଇଥିବା ପରିବାରମାନେ କିଲୋଗ୍ରାମ ପିଛା ୩ ଟଙ୍କାରେ ଚାଉଳ ଓ ୨ ଟଙ୍କାରେ ଗହମ ପାଇବାର ବ୍ୟବସ୍ଥା ରହିଲା । ଜୁନ ୨୦୦୩ , ଓ ଅଗଷ୍ଟ ୨୦୦୪ ମସିହାରେ ଏହି ଯୋଜନାର ପରିସର ବୃଦ୍ଧି କରାଯାଇ ଆହୁରି ୫,୦୦୦,୦୦୦ ଦରିଦ୍ର ସୀମା ରେଖା ତଳେ ରହିଥିବା ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । 

ରେସନ କାର୍ଡ [ସମ୍ପାଦନା]

ଚିହ୍ନଟ ପ୍ରକ୍ରିୟାରେ ଚିହ୍ନଟ ହେଇଥିବା ହିତାଧିକାରୀ ପରିବାରକୁ " ଅନ୍ତୋଦୟ ରେସନ କାର୍ଡ " ନାମକ କାର୍ଡ ପ୍ରଦାନ କରାଯାଇଥିଲା । ହଳଦିଆ ରଙ୍ଗର ଏହି କାର୍ଡ ଏକ ପରିଚୟ ପତ୍ରର କାର୍ଯ୍ୟ ମଧ୍ୟ କରିଥାଏ । ଏହା ସହ ରେସନ ପାଇବାକୁ ସବୁଜ ରଙ୍ଗର ରେସନ କାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା । .[୧][୨]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Deen Dayal Upadhyay Antodaya Yojana

ଆଧାର [ସମ୍ପାଦନା]

  1. "Feature". Pib.nic.in. 2000-12-25. Retrieved 2012-10-30.
  2. "Andhra Pradesh News : Efforts on to distribute 'Antyodaya Anna Yojana' cards". The Hindu. 2011-03-16. Retrieved 2012-10-30.