ଅଦିତି ଅଶୋକ
ଅଦିତି ଅଶୋକ | |
---|---|
ବ୍ୟକ୍ତିଗତ ତଥ୍ୟ | |
ଜନ୍ମ | ବାଙ୍ଗାଲୋର, ଭାରତ | ୨୯ ମାର୍ଚ୍ଚ ୧୯୯୮
ଉଚ୍ଚତା | ୧.୭୩ ମି |
ଜାତୀୟତା | ଭାରତ |
ଘର | ବାଙ୍ଗାଲୋର, ଭାରତ |
ଖେଳ ଜୀବନ | |
ପେଶାଦାର ଖେଳ ଆରମ୍ଭ | ୨୦୧୬ |
ବର୍ତ୍ତମାନର ଟୁର | ମହିଳା ୟୁରୋପୀୟ ଟୁର୍ ଏଲ୍ପିଜିଏ ଟୁର୍ |
ପେଶାଦାର ବିଜୟ | ୫ |
Number of wins by tour | |
Ladies European Tour | ୩ |
Other | ୨ |
Best results in LPGA major championships | |
ANA Inspiration | T42: 2017 |
Women's PGA C'ship | T29: 2017 |
U.S. Women's Open | CUT: 2017 |
Women's British Open | CUT: 2016, 2017 |
Evian Championship | CUT: 2017 |
Achievements and awards | |
ଏଲ୍ଇଟି ରୁକି ଅଫ୍ ଦି ଇଅର୍ | ୨୦୧୬ |
ଅଦିତ ଅଶୋକ (ଜନ୍ମ ୨୯ ମାର୍ଚ୍ଚ ୧୯୯୮) ଜଣେ ଭାରତୀୟ ପେଶାଦାର ଗଲ୍ଫ ଖେଳାଳି । ସେ ୨୦୧୬ ଗ୍ରୀଷ୍ମ ଅଲିମ୍ପିକ୍ସ ଓ ୨୦୨୦ ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।[୧] ୨୦୨୦ ଟୋକିଓ ଅଲିମ୍ପିକରେ ସେ ୪ର୍ଥ ସ୍ଥାନରେ ରହିଥିଲେ ।[୨][୩][୪] ସେ ୟୁରୋପରେ ଅନୁଷ୍ଠିତ ହେଉଥିବା ମହିଳା ୟୁରୋପିୟାନ ଟୁର ଓ ଆମେରିକାର ଲେଡିଜ ପ୍ରଫେସନାଲ ଗଲ୍ପ ଟୁର ଭାଗ ନିଅନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଅଦିତି ୧୯୯୮ ମସିହାରେ ବେଙ୍ଗାଳୁରୁଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ଗୁଡ୍ଲମଣି ଅଶୋକ ଓ ମାତାଙ୍କ ନାମ ଗୁଡ୍ଲମଣି ମହେଶ୍ୱରୀ । ୨୦୧୬ ମସିହାରେ ସେ ବେଙ୍ଗାଳୁରୁର ଫ୍ରାଙ୍କ ଆନ୍ଥୋନୀ ପବ୍ଲିକ ସ୍କୁଲରୁ ନିଜ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ ।[୫] ୫ ବର୍ଷ ବୟସରୁ ସେ ଗଲ୍ଫ ଖେଳ ପ୍ରତି ଆଗ୍ରହ ଦେଖାଇଥିଲେ ଓ ତାଙ୍କ ପିତା ତାଙ୍କୁ କର୍ଣ୍ଣାଟକ ଗଲ୍ପ ଆସୋସିଏସନକୁ ନେଇ ତାଙ୍କର ପ୍ରଶିକ୍ଷଣ ଆରମ୍ଭ କରାଇଥିଲେ । ୨୦୧୬ ରିଓ ଅଲିମ୍ପିକରେ ତାଙ୍କ ପିତା[୬] ଓ ୨୦୨୦ ଟୋକିଓ ଅଲିମ୍ପିକରେ ତାଙ୍କ ମାତା ତାଙ୍କର କ୍ୟାଡି ରହିଥିଲେ ।[୭][୮]
ଖେଳ ଜୀବନ
[ସମ୍ପାଦନା]ଅଦିତି ୧୨ବର୍ଷ ବୟସରେ ଏସିଆ ପାସିଫିକ ଇନଭାଇଟେସନ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ୧୩ ବର୍ଷ ବୟସରେ ସେ ଗୋଟିଏ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ବିଜୟୀ ହୋଇଥିଲେ । ୨୦୧୨,୨୦୧୩ ଓ ୨୦୧୪ ବର୍ଷ ପାଇଁ ସେ କ୍ରମାଗତ ଭାବରେ ଭାରତର ଜୁନିୟର ଗଲ୍ଫ ଚାମ୍ପିୟନ ହୋଇଥିଲେ । ୨୦୧୬ରେ ସେ ଜଣେ ପେଶାଦାର ଗଲ୍ଫ ଖେଳାଳିରେ ପରିଗଣିତ ହୋଇଥିଲେ ।[୯]
୨୦୧୬ ମସିହାରେ ଅଦିତି ପ୍ରଥମ ଭାରତୀୟ ଭାବରେ ଲାଲା ଆଇଚା ସ୍କୁଲ ଟୁର ପ୍ରତିଯୋଗିତା ଜିତିବା[୧୦] ପରେ ଲେଡିଜ ୟୁରୋପିୟାନ ଟୁର ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଲେଡିଜ ୟୁରୋପିୟାନ ଟୁରରେ ତାଙ୍କୁ ରୁକି ଅଫ ଦ ଇଅର ସମ୍ମାନ ପ୍ରାପ୍ତ ହୋଇଥିଲା ।[୧୧] ୨୦୧୬ରେ ହିଁ ସେ ହିରୋ ଓମେନ୍ସ ଇଣ୍ଡିଆନ ଓପନ[୧୨][୧୩][୧୪] ଓ କତାର ଲେଡିଜ ଓପନ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ।[୧୫] ୨୦୧୭ରେ ସେ ପ୍ରଥମ ଭାରତୀୟ ଭାବରେ ଲେଡିଜ ପ୍ରଫେସନାଲ ଗଲ୍ପ ଟୁରରେ ଅଂଶଗ୍ରହଣ କରି ପାରିଥିଲେ । ୨୦୧୮ରେ ସେ ଦୁଇଟି ଟୁରରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ରହିଥିଲେ । ୨୦୧୯ରେ ମଧ୍ୟ ଲେଡିଜ ୟୁରୋପିୟାନ ଟୁରରେ ସେ ଶ୍ରେଷ୍ଠ ୨ଜଣଙ୍କ ମଧ୍ୟରେ ରହିଥିଲେ ।
୨୦୨୦ ଟୋକିଓ ଅଲିମ୍ପିକରେ ସେ ୪ଥ ସ୍ଥାନରେ ରହି, ଅଳ୍ପକେ ବ୍ରୋଞ୍ଜ ମେଡ଼ାଲରୁ ବଞ୍ଚିତ ହୋଇଥିଲେ ।[୧୬] କିନ୍ତୁ ବିଶ୍ୱ ରାଙ୍କ ୨୦୦ରେ ଥାଇ ଅଲିମ୍ପିକରେ ୪ଥ ସ୍ଥାନରେ ରହିଥିବାରୁ ସେ ପ୍ରଂଶସିତ ହୋଇଥିଲେ ।[୧୭]
ଆଧାର
[ସମ୍ପାଦନା]- ↑ "Anirban Lahiri, SSP Chawrasia, Aditi Ashok to fly Indian flag in golf at Rio Olympics". The Indian Express. 11 July 2016. Retrieved 22 July 2016.
- ↑ "Aditi Ashok qualifies for Tokyo Olympics, India golfer 'beyond excited' for 2nd Games appearance". India Today. 29 June 2021. Retrieved 2021-08-03.
- ↑ Tokyo Olympics: Thanks to Aditi Ashok, India is watching Golf at 4am - Fans rejoice young golfer's show India Today. Retrieved 7 August 2021
- ↑ "Tokyo Olympics 2020 Live Updates, Day 15: Heartbreak for Aditi Ashok as She Finishes 4th In Women's Individual Golf". News 18. Retrieved 7 August 2021.
- ↑ "Meet Aditi Ashok, India's future in women's golf". The Hindu. 20 August 2016. Retrieved 20 August 2016.
- ↑ "Who is Aditi Ashok - Five things to know about the Tokyo-bound Indian golfer". Olympics.com. Retrieved 2021-08-06.
- ↑ "Olympics 2016: 5 Things To Know About Indian Golfer Aditi Ashok". Golf.com. Retrieved 20 August 2016.
- ↑ "Know Your Indian Olympian: 10 things to know about Aditi Ashok". Yahoo News. 15 July 2016. Retrieved 20 August 2016.
- ↑ "Tokyo Olympics: With Her Mother by Her Side, Aditi Ashok Successfully 'Putts' Golf on the Map in India". News18 (in ଇଂରାଜୀ). 2021-08-07. Retrieved 2021-08-07.
{{cite web}}
: CS1 maint: url-status (link) - ↑ "India's Aditi Ashok becomes youngest ever LET Tour School winner". Sky Sports. 23 December 2015. Retrieved 22 July 2016.
- ↑ "Aditi Ashok named Rookie of the Year". Ladies European Tour. 10 December 2016. Archived from the original on 13 November 2017. Retrieved 10 December 2016.
- ↑ "Aditi Ashok makes history by winning the Women's Indian Open". ESPN. 13 November 2016. Retrieved 13 November 2016.
- ↑ "Aditi Ashok wins in Abu Dhabi for her third Ladies European Tour title". The Indian Express. 4 November 2017. Retrieved 13 November 2017.
- ↑ "Aditi Ashok creates history, wins Indian Open". India Today. November 13, 2016. Retrieved 2021-07-26.
- ↑ Mittal, Shobhit Kumar (November 28, 2016). "Career-high for teen golf sensation Aditi Ashok". India Today. Retrieved 2021-07-26.
- ↑ "Summer Olympics: Tokyo 2020 official". Twitter (in ଇଂରାଜୀ). Retrieved 2021-08-07.
- ↑ PTI (2021-08-07). "You went farther than any Indian, blazed trail: PM Modi to golfer Aditi Ashok". The Hindu (in Indian English). ISSN 0971-751X. Retrieved 2021-08-07.