ଅକିତା କାନ୍ତୋ
Akita Kantō | |
---|---|
ପାଳନକାରୀ | Akita City |
ପ୍ରକାର | Religious |
ଆରମ୍ଭ | 3 August |
ଶେଷ | 7 August |
ତାରିଖ | 3 August |
Next time | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" । |
ପୁନଃପୌନିକତା | annual |
ସମ୍ପର୍କିତ | Fukagawa Matsuri, Sannō Matsuri |
ଅକିତା କାନ୍ତୋ ଏକ ଜାପାନୀ ପର୍ବ ଭଲ ଫସଲ ପାଇବା ନିମନ୍ତେ ଯାହା ଅଗଷ୍ଟ ୩-୭ ପର୍ଯ୍ୟନ୍ତ ଅକିତା ସହରରେ (Akita City) ପାଳନ କରାଯାଏ । ଏହି ପର୍ବ ପାଳନକାରୀମାନେ ୫ରୁ ୧୨ ମିଟର ଲମ୍ବର ପ୍ରାୟ ୨୦୦ ବାଉଁସ ଖୁଣ୍ଟିରେ ୨୪ରୁ ୪୨ଟି ଗୋହେଇ (gohei) ଥିବା ଲଣ୍ଠନ ଝୁଲେଇ ହାତରେ, କାନ୍ଧରେ, ଅଣ୍ଟାରେ ବା କପାଳରେ ବୋହିନିଅନ୍ତି ।[୧] ଏହି ପର୍ବ ସେଣ୍ଡାଇର ତନାବତ ପର୍ବ, ଆମୋରି ନେବୁତା ମାତସୁରି ପର୍ବ ଓ ୟମଗତର ୟମଗତ ହନଗସ ପର୍ବ ସହିତ ଟୋହୋକୁର ଏକ ମୂଖ୍ୟ ପର୍ବ ଭାବରେ ପାଳନ କରାଯାଏ । ଏହି ପର୍ବକୁ ଇମ୍ପୋର୍ଟାଣ୍ଟ ଟାଞ୍ଜିବ୍ଲ କଲଚରାଲ ପ୍ରପର୍ଟି ଅଫ ଜାପାନ (Important Intangible Folk Cultural Property) ଭାବରେ ୧୯୮୦ ମସିହାରେ ନାମକରଣ କରାଯାଇଥିଲେ ।[୨][୩][୪][୫]
ଇତିହାସ
[ସମ୍ପାଦନା]ଗ୍ରୀଷ୍ମ କାଳରେ ରୋଗ ଓ ବୈରଭାବ ଦୂର କରିବା ପାଇଁ ନେବୁରି ନଗାସି ପର୍ବରୁ ଏହି ଅକିତା କାନ୍ତୋ ପର୍ବ ଆରମ୍ଭ ହୋଇଛି । ଏଡୋ ଯୁଗର ମଧ୍ୟ ଭାଗରରେ ଥିବା ହୋରେକି କାଳରୁ (୧୭୫୧ -୧୭୬୪) ଏହି ପର୍ବ ପ୍ରତିଷ୍ଠିତ ହୋଇ ରହିଛି । ୧୭୮୯ ମସିହାରେ ସୋଅନ ସୁମୁରା (Soan Tsumura) ଲିଖିତ ସର୍ବ ପୁରାତନ ୟୁକି ନୋ ହୁରୁ ମିସି (ରାସ୍ତା ଯେଉଁଠାରେ ବରଫପାତ ହୁଏ) ପୁସ୍ତକରେ ନେବୁରି ନଗାସି ବିଷୟ ଉଲ୍ଲେଖ ଅଛି । ଏହି ପୁସ୍ତକରେ ନେବୁରି ନଗାସି ଚାନ୍ଦର ମାସ ୬ ଜୁଲାଇରେ ପାଳନ ହେଉଥିଲା ଓ ପାରମ୍ପରିକ ଅକିତା ଏହିଠାରୁ ଆରମ୍ଭ ହୋଇଥିଲା । ନେବୁରି ନଗାସି ପାଳନ କରାଯାଉଥିଲା ଏକ ବାର୍ଷିକ ଉତ୍ସବ ଭାବରେ ଭଳ ଫସଲ ପାଇବା ପାଇଁ ଓ କଳାତ୍ମକ ଅଭିବୃଦ୍ଧି ପାଇଁ ।
ଅକିତା ସହରରେ ଲୋକମାନେ ନେବୁରି ନଗାସି ସମୟରେ ଗଛ ଓ ବାଉଁଶ ଘାସ ସାହାଯ୍ୟରେ କାଗଜ ଉପରେ ସେମାନଙ୍କର ଇଚ୍ଛା ପ୍ରକାଶ କରୁଥିଲେ । ତାହାକୁ ଧରି ସେମାନେ ସହର ସାରା ବୁଲି ବୁଲି ଅବଶେଷରେ ପାଣିରେ ଭସେଇଦେଉଥିଲେ । ନେବୁରି ନଗାସିରେ ଲୋକମାନେ ମହମ ବତୀ ଓ ଲଣ୍ଠନ ବ୍ୟବହାର କଲେ । ଏହି ନେବୁରି ନଗାସିକୁ କାନ୍ତୋ କୁହାଗଲା ।
୧୮୮୧ ମସିହାର ପ୍ରଥମେ ସରକାରୀ ସ୍ତରରେ ଏହି ପର୍ବକୁ ଟେଟସୁସାକୁ ଓକୁବୋ (Tetsusaku Okubo) ପାଳନ କରିଥିଲେ ଯେତେବେଳେ ଅକିତାକୁ ଆସୁଥିବା ସେ ସମ୍ରାଟ ମେଇଜିଙ୍କୁ କାନ୍ତୋଙ୍କ ମନୋରଞ୍ଜନ ନିମନ୍ତେ କାନ୍ତୋ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ ।[୬]
ଉଲ୍ଲେଖନୀୟତା
[ସମ୍ପାଦନା]କାନ୍ତୋର ଆକ୍ଷରିକ ଅର୍ଥ ହେଉଛି 'ଗୋଟିଏ ବାଡ଼ିରେ ବନ୍ଧା ହୋଇଥିବା ଲଣ୍ଠନ' ଯାହା ବାଉଁଶରୁ ତିଆରି ହୋଇଥାଏ ଓ କାଗଜ ତିଆରି ଲଣ୍ଠନ ଭୂସମାନ୍ତରାଳ ବାଡ଼ିରୁ ଝୁଲୁଥାଏ ।[୭] କାନ୍ତୋ ଆବିଷ୍କାର ସମୟରେ ବଗିଚାରେ ଝୁଲଉଥିଲେ । ପରେ ଛୋଟ ବାଉଁସ ବାଡ଼ି ପରିବର୍ତ୍ତେ ଲମ୍ବା ବାଉଁସ ନିଆଗଲା ଓ ନିଆଅଣାକାରୀ ଲଣ୍ଠନ ତିଆରି କରି ନିଆଗଲା ।[୬] କାନ୍ତୋର ଲମ୍ବା ବାଉଁସ ବାଡ଼ିକୁ 'ଓୟାତକେ' କୁହାଯାଏ । କାନ୍ତୋ ପାଇଁ ବ୍ୟବହାର କରାଯାଉଥିବା ସମସ୍ତ ବାଉଁସ ଜାପାନରେ ପ୍ରସ୍ତୁତ କରାଯାଏ ଓ ତାହା ବେଶ ମୋଟା ଥାଏ । ଏହାର ମୋଟେଇ ଓ ଗଣ୍ଠିରୁ ଗଣ୍ଠି ପର୍ଯ୍ୟନ୍ତ ଲମ୍ବାର ମାପ ନିୟମ ଅନୁସାରେ ସଠିକ ଭାବରେ କରାଯାଏ ।[୨] କାନ୍ତୋବାହକମାନେ ଉପଯୁକ୍ତ ବାଉଁଶ ବାଛିବା ଦାୟିତ୍ୱରେ ଥାଆନ୍ତି । ଏକତ୍ରିତ ବାଉଁସକୁ ୟୋକିତାକେ କୁହାଯାଏ । ଏହି ୟୋକିତାକେରୁ ଲଣ୍ଠନ ଝୁଲାଯାଏ । ପ୍ରଦର୍ଶନ ସମୟରେ କାନ୍ତୋର ଉଚ୍ଚତା ବୃଦ୍ଧି ନିମନ୍ତେ ଅଧିକ ବାଉଁସ ଯୋଗ କରାଯାଏ ଓ ତାହାକୁ ସୁଗିତାକେ କୁହାଯାଏ ।
ଆଧାର
[ସମ୍ପାଦନା]- ↑ "Akita Kantō official website". Akita Kantō Executive Committee.
- ↑ ୨.୦ ୨.୧ "Akita Kantō festival". Akita City. Archived from the original on 16 September 2015. Retrieved 22 November 2015.
- ↑ "Akita Kanto Matsuri". Japan National Tourism Organization. Archived from the original on 18 February 2011. Retrieved 20 March 2011.
- ↑ "Seasonal Festivals (Matsuri)". Akita Prefecture. Archived from the original on 11 September 2011. Retrieved 20 March 2011.
- ↑ "Database of Registered National Cultural Properties". Agency for Cultural Affairs. Archived from the original on 23 December 2019. Retrieved 20 March 2011.
- ↑ ୬.୦ ୬.୧ Sayaka Hashimoto. "Artistic Weight Lifting KANTOU: Tradition and Acculturation”. https://www.jstage.jst.go.jp/article/ijshs/4/Special_Issue_2006/4_Special_Issue_2006_187/_article.
- ↑ "Feel the Vibrant Japan: Cultural Festival Hopping by the Bullet Train in Northern Japan". DIGITAL JOURNAL.