ଟ୍ରେଞ୍ଚ ଫୁଟ

ଉଇକିପିଡ଼ିଆ‌ରୁ
(Trench footରୁ ଲେଉଟି ଆସିଛି)
Immersion foot
Educational poster from the Office of War Information - WW2
ବିଭାଗEmergency medicine
ଲକ୍ଷଣTingling, numbness, swelling, pain in a foot[୧]
ଆକ୍ରାନ୍ତ ସମୟAs early as 10 hours[୧]
କାରଣExposure of feet to cold and damp conditions[୧]
ବିପଦ କାରକTight boots, not moving[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination[୧]
ସଠିକ ରୋଗ ନିର୍ଣ୍ଣୟFrostbite, chilblains, cellulitis[୧][୩]
ପ୍ରତିକାରKeeping the feet warm, dry, and clean[୧]
ଚିକିତ୍ସାPain medications together with rewarming, surgery[୧]

ଟ୍ରେଞ୍ଚ ଫୁଟ ବା ଖାଇ ପାଦ ଏକ ପ୍ରକାର ରୋଗ ଯେଉଁଥିରେ ଆର୍ଦ୍ରତା ଯୋଗୁ ପାଦର କ୍ଷତି ହୋଇଥାଏ ।[୪] ପ୍ରାରମ୍ଭିକ ଲକ୍ଷଣଗୁଡ଼ିକରେ ପାଦ ଝିମଝିମ, ଗଲୁ ଓ କାଲୁଆ ହୁଏ । [୧] [୫] ପାଦର ରଙ୍ଗ ଲାଲ କିମ୍ବା ନୀଳ ବର୍ଣ୍ଣ ହୋଇପାରେ । [୧] ଅବସ୍ଥା ଖରାପ ଦିଗାକୁ ଗତି କଲେ ପାଦ ଫୁଲିଯିବା ସ‌ହିତ କ୍ଷୟ ହୋଇ ଗନ୍ଧ ଆରମ୍ଭ ହୋଇପାରେ ।[୧] ରୋଗ ଜଟିଳ ହେଲେ ଚର୍ମ ଭାଙ୍ଗିଯାଏ କିମ୍ବା ସଂକ୍ରମଣ ହୋଇପାରେ । [୧]

ଦୀର୍ଘ ସମୟ ଧରି ପାଦ ଥଣ୍ଡା, ଆର୍ଦ୍ର ଏବଂ ଅନେକ ସମୟରେ ଅପରିଷ୍କାର ଅବସ୍ଥାରେ ରହିଲେ ଟ୍ରେଞ୍ଚ ପାଦ ସୃଷ୍ଟି ହୁଏ । [୪] ଥଣ୍ଡାର ଡିଗ୍ରୀ ବରଫ ଉତ୍ତାପଠାରୁ କମ୍ ରହିବା ଆବଶ୍ୟକ କିନ୍ତୁ ବରଫ ଉତ୍ତାପ ଥିଲେ ଫ୍ରଷ୍ଟବାଇଟ୍ ରୋଗ ହେବ । [୧] ୧୦ ଘଣ୍ଟା ମଧ୍ୟରେ ଦ୍ରୁତ ଗତିରେ ଏହା ଆରମ୍ଭ ହୋଇପାରେ । [୧] ବିପଦ ସଂକଟ ମଧ୍ୟରେ ଅତ୍ୟଧିକ ଟାଇଟ ବୁଟ ଜୋତା ପିନ୍ଧିଲେ ଏବଂ ଗତି ନ କଲେ ଏହା ହୁଏ ।[୬] ଅନ୍ତର୍ନିହିତ ପ୍ରଣାଳୀରେ ଥଣ୍ଡା ଯୋଗୁ ରକ୍ତନଳୀ ସଂକୁଚିତ ହେବା ଫଳରେ ପାଦକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ପ୍ରବାହ ହୁଏ ନାହିଁ ।[୧] ଲକ୍ଷଣ ଏବଂ ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ କରାଯାଏ । [୧]

ଏହି ରୋଗ ପ୍ରତିରୋଧ ନିମନ୍ତେ ପାଦକୁ ଉଷୁମ, ଶୁଷ୍କ ଏବଂ ପରିଷ୍କାର ରଖିବା ଉଚିତ । [୪] ରୋଗ ହେବା ପରେ ଧୀରେ ଧୀରେ ପୁନଃ ଉଷୁମ ପ୍ରକ୍ରିୟାରେ ଯନ୍ତ୍ରଣା ନିବାରକ ଔଷଧ ଆବଶ୍ୟକ ହୋଇପାରେ । [୧] ଚିକିତ୍ସା ପରେ ମଧ୍ୟ ମାସ ମାସ ଧରି ଯନ୍ତ୍ରଣା ରହିପାରେ | [୬] ନଷ୍ଟ ହୋଇଥିବା ଟିସୁ କିମ୍ବା ଆମ୍ପ୍ୟୁଟେସନ୍ ନଷ୍ଟ ହୋଇଥିବା ତନ୍ତୁ ବାହାର କରିବା ନିମନ୍ତ ଅସ୍ତ୍ରୋପଚାର ବା ଆମ୍ପୁଟେସନ ଆବଶ୍ୟକ ହୋଇପାରେ ।[୧]

ମିଲିଟାରୀରେ କାମ କରୁଥିବା ସୈନିକମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି, ଯଦିଓ ଭୂମିହୀନ ଲୋକମାନେ ମଧ୍ୟ ଏହାର ଶିକାର ହୁଅନ୍ତି ।[୪] ଋଷିଆରୁ ୧୮୧୨ ମସିହାର ଶୀତଦିନେ ନେପୋଲିୟନ ଫେରିବା ସମୟରେ ଏହି ରୋଗ ଦେଖାଯାଇଥିଲା । [୧] ଟ୍ରେଞ୍ଚ ଶବ୍ଦଟି ପୃଥିବୀ ମହାଯୁଦ୍ଧ ସମୟରେ ହେଉଥିବା ଟ୍ରେଞ୍ଚ ଯୁଦ୍ଧରୁ ଆସିଛି । [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Bush, Jeffrey S.; Lofgran, Trevor; Watson, Simon (2020), Trench Foot, StatPearls Publishing, PMID 29493986, archived from the original on 2021-08-29, retrieved 2020-11-29
  2. Ackerman, Bret T.; Wedmore, Ian S. (2008). "11. Operational Medicine Environmental Considerations". In Schwartz, Richard B.; McManus, John G.; Swienton, Raymond E. (eds.). Tactical Emergency Medicine. LWW medical book collection. Philadelphia: Lippincott Williams & Wilkins. p. 80. ISBN 978-0-7817-7332-4. Archived from the original on 2021-08-29. Retrieved 2020-10-29.
  3. Stanley, James C.; Veith, Frank; Wakefield, Thomas W. (2014). Current Therapy in Vascular and Endovascular Surgery E-Book (in ଇଂରାଜୀ). Elsevier Health Sciences. p. 701. ISBN 978-1-4557-5962-0. Archived from the original on 2021-08-28. Retrieved 2020-12-01.
  4. ୪.୦ ୪.୧ ୪.୨ ୪.୩ Bush, Jeffrey S.; Lofgran, Trevor; Watson, Simon (2020), Trench Foot, StatPearls Publishing, PMID 29493986, archived from the original on 2021-08-29, retrieved 2020-11-29
  5. Atenstaedt, Robert L. (1 December 2006). "Trench Foot: The Medical Response in the First World War 1914–18". Wilderness & Environmental Medicine (in English). 17 (4): 282–289. doi:10.1580/06-WEME-LH-027R.1. ISSN 1080-6032. PMID 17219792. Archived from the original on 29 August 2021. Retrieved 29 November 2020.{{cite journal}}: CS1 maint: unrecognized language (link)
  6. ୬.୦ ୬.୧ Ackerman, Bret T.; Wedmore, Ian S. (2008). "11. Operational Medicine Environmental Considerations". In Schwartz, Richard B.; McManus, John G.; Swienton, Raymond E. (eds.). Tactical Emergency Medicine. LWW medical book collection. Philadelphia: Lippincott Williams & Wilkins. p. 80. ISBN 978-0-7817-7332-4. Archived from the original on 2021-08-29. Retrieved 2020-10-29.