ସ୍ଟାଇ
ସ୍ଟାଇ | |
---|---|
sty, hordeolum[୧] | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଉଚ୍ଚାରଣ | stye /ˈstaɪ/ hordeolum /hɔːrˈdiːələm/ |
ସ୍ପେଶାଲିଟି | Ophthalmology |
ଆଇସିଡ଼ି-୧୦ | H00.0 |
ଆଇସିଡ଼ି-୯-ସିଏମ୍ | 373.11 |
ରୋଗ ଡାଟାବେସ | 12583 |
ମେଡ଼ିସିନ-ପ୍ଲସ | 001009 |
ଇ-ମେଡ଼ିସିନ | emerg/755 |
MeSH | D006726 |
ସ୍ଟାଇ ବା ଆଲୁଅ ବା ଅଞ୍ଜନୀ ବା ବିଲନୀ ବା ନେତ୍ରବର୍ଧ୍ମ (ଇଂରାଜୀ ଭାଷାରେ Stye, ବା hordeolum) ଏକ ସଂକ୍ରମଣ ଯାହା ଆଖିପତାସ୍ଥ ତୈଳ ଗ୍ରନ୍ଥିରେ ହୁଏ । [୨] ଏହି ସଂକ୍ରମଣ ହେଲେ ଆଖିପତାରେ ଗୋଟିଏ ଲାଲ ରଙ୍ଗର ଗୋଟାଳି ଭଳି ଫୁଲା ଦେଖାଯାଏ ଯାହାକୁ ସ୍ପର୍ଶ କଲେ ଦରଜ ଲାଗେ ।[୧][୩] ଆଖିପତାର ଭିତର ବା ବାହାର ପାଖରେ ଏହି ରୋଗ ହୋଇପାରେ ।[୪]
ସ୍ଟାଫିଲୋକୋକସ ଅରିଅସ (Staphylococcus aureus) ନାମକ ଏକ ଜୀବାଣୁର ସଂକ୍ରମଣ ହେଲେ ଏହି ରୋଗ ହୁଏ ।[୪][୫] ଆଖିପତା ଭିତରେ ମିବୋମିଆନ ଗ୍ରନ୍ଥି (meibomian gland) ଓ ବାହାରେ ଜିସ ଗ୍ରନ୍ଥିର (gland of Zeis) ସଂକ୍ରମଣ ଯୋଗୁ ଏ ରୋଗ ହୁଏ ।[୩] କାଲାଜିଅନ (chalazion) ନାମକ ଅନ୍ୟ ଏକ ଆଖି ରୋଗ ତୈଳ ଗ୍ରନ୍ଥିର ଅବରୋଧ ଯୋଗୁ ହୁଏ ।[୨] ଆଖିପତାର ମଝି ସ୍ଥାନରେ ଏ ରୋଗ ହୁଏ ଓ ରୋଗୀକୁ କଷ୍ଟ ହୁଏନି ।[୩]
ଅଧିକାଂଶ କ୍ଷେତ୍ରରେ ଏହି ରୋଗ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବିନା କିଛି ଦିନ ବା କିଛି ସପ୍ତାହ ମଧ୍ୟରେ ଆପେ ଭଲ ହୋଇଯାଏ ।[୪] ଉଷୁମ ସେକ (warm compresses) ଦେଲେ ରୋଗ ଶୀଘ୍ର ଭଲ ହୋଇଯାଏ ।[୩] ବେଳେବେଳେ ଆଣ୍ଟିବାୟୋଟିକ (antibiotic) ଆଖି ମଲମ ଦେବାକୁ ସୁପାରିସ କରାଯାଏ ।[୫] ଏହି ଚିକିତ୍ସା ବିଧି ସୁପାରିସ କଲେ ମଧ୍ୟ ଏହାର ଉପକାରୀତା ବିଷୟରେ କୌଣସି ସମର୍ଥନ ମିଳୁନି । [୪] ଏହି ରୋଗ କେତେ ଥର ହୁଏ ସେ ବିଷୟ ସ୍ପଷ୍ଟ ନୁହେଁ । ଯେ କୌଣସି ବୟସରେ ଏହି ରୋଗ ହୋଇପାରେ ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Hordeolum (Stye)". PubMed Health. Retrieved 14 October 2016.
- ↑ ୨.୦ ୨.୧ "Eyelid Disorders Chalazion & Stye". NEI. 4 May 2010. Archived from the original on 18 October 2016. Retrieved 14 October 2016.
- ↑ ୩.୦ ୩.୧ ୩.୨ ୩.୩ Carlisle, RT; Digiovanni, J (15 July 2015). "Differential Diagnosis of the Swollen Red Eyelid". American family physician. 92 (2): 106–12. PMID 26176369.
- ↑ ୪.୦ ୪.୧ ୪.୨ ୪.୩ Lindsley, K; Nichols, JJ; Dickersin, K (30 April 2013). "Interventions for acute internal hordeolum". The Cochrane database of systematic reviews (4): CD007742. PMID 23633345.
- ↑ ୫.୦ ୫.୧ Deibel, JP; Cowling, K (May 2013). "Ocular inflammation and infection". Emergency medicine clinics of North America. 31 (2): 387–97. PMID 23601478.
- ↑ Ferri, Fred F. (2016). Ferri's Clinical Advisor 2017: 5 Books in 1 (in ଇଂରାଜୀ). Elsevier Health Sciences. p. 1219. ISBN 9780323448383.