ସରସ୍ୱତୀ ବିଶ୍ୱେଶ୍ୱର

ଉଇକିପିଡ଼ିଆ ରୁ
(ସରସ୍ଵତୀ ବିଶ୍ଵେଶ୍ଵର ରୁ ଲେଉଟି ଆସିଛି)
Jump to navigation Jump to search

ଏହି ଲେଖାଟି ସରସ୍ୱତୀ ବିଶ୍ୱେଶ୍ୱରଙ୍କ ଲିଖିତ ଜୀବନୀର କିୟଦଂଶ[୧]
ମୁଁ ସରସ୍ୱତୀ ବିଶ୍ୱେଶ୍ୱର, ବେଙ୍ଗାଲୁରୁରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟର ମଲିକ୍ୟୁଲାର ବାୟୋଫିଜିକ୍ସ ଡିପାର୍ଟମେଣ୍ଟରେ ପ୍ରଫେସର ଅଛି ଓ କମ୍ପ୍ୟୁଟେସନାଲ ବାୟୋଲୋଜୀରେ କାମ କରୁଛି । ଜୀବର ଗଠନ ଓ କର୍ମ ଭିତରେ ଥିବା ସମ୍ପର୍କ ସମ୍ବନ୍ଧରେ ମୁଁ ଗବେଷଣାରତ ଅଛି । କମ୍ପ୍ୟୁଟେସନାଲ- ମ୍ୟାଥମାଟିକାଲ ଟେକନିକ ବ୍ୟବହାର କରି ପ୍ରୋଟିନ ଭଳି ପଦାର୍ଥର କାମ ବୁଝିବା ମୋର ଲକ୍ଷ । ଏଥିରେ ଦୁଇଟି ଆହ୍ୱାନର ସମ୍ମୁଖୀନହେବାକୁ ପଡ଼େ: ୧. ସ୍ଥିରୀକୃତ ବ୍ୟବସ୍ଥା ଅନୁସାରେ ସଂଧାନ କରିବା ଓ ୨. ନିଜେ କୌଣସି ବ୍ୟବସ୍ଥା ସୃଷ୍ଟି କରିବା । ଏଥି ନିମନ୍ତେ ଜୈବ ସିଷ୍ଟମ, ମଲିକ୍ୟୁଲାର ରସାୟନ ଏବଂ ଗଣିତ ତଥା ପଦାର୍ଥ ବିଦ୍ୟାର ନିୟମ ଜାଣିବା ଆବଶ୍ୟକ । ଏହି ବିଷୟରେ କାମ କରି ମୁଁ ଆନନ୍ଦ ଅନୁଭବ କରୁଛି । ଏହି ବିଷୟରେ ମୁଁ କିପରି କାମ କରିବା ଆରମ୍ଭ କଲି ତାହା ଲେଖୁଛି ।
ବିଭିନ୍ନ ଉପାୟରେ ଜଣେ ବୈଜ୍ଞାନିକ ତିଆରି ହୁଅନ୍ତି । ବିଭିନ୍ନ ଉପାଦାନ ସାହାଯ୍ୟରେ ସାଫଲ୍ୟ ମିଳେ ଯଥା: ଜୀବନ ଉତ୍ଥାନ, ଇଚ୍ଛାଶକ୍ତି ଓ ପରିବେଶ । ମହିଳା ବୈଜ୍ଞାନିକ ନିମନ୍ତେ ସମାଜର ଆଭିମୁଖ୍ୟ ଏକ ଗଠନ ମୂଳକ ଭୁମିକା ତୁଲାଏ ।
ମୋର ଜନ୍ମ କର୍ଣ୍ଣାଟକର ଗୋଟିଏ ଚ୍ଛୋଟିଆ ଗ୍ରାମରେ ଯେଉଁଠି ମୁଁ ବଢିଥିଲି । ଆମ ପରିବାର ଏକ ସାଧାରଣ ବହୁ ସଭ୍ୟ ବିଶିଷ୍ଟ ଯୌଥ ପରିବାର ଥିଲା । ଏତିକି ବେଳେ ଭାରତ ସ୍ୱାଧୀନ ହୋଇଥାଏ । ଜାତୀୟତା ଭାବନା ଚାରି ଦିଗରେ ସଞ୍ଚରିତ ହେଉଥାଏ । ତାହାର ଭାଇ ଏହି ସଙ୍ଗ୍ରାମରେ ଛୋଟ ଭାଗ ନେଇଥିଲେ ମଧ୍ୟ ମୋର ମାତା ଗର୍ବ ଅନୁଭନ କରୁଥିଲା । ମୋର ଜେଜେବାପା ଶିକ୍ଷକ ଥିବାରୁ ଘରେ ଶିକ୍ଷାକୁ ବହୁତ ସମ୍ମାନ ଦିଆହେଉଥିଲା । ପୁଅ ହେଉ ବା ଝିଅ ହେଉ ସମସ୍ତେ ଉଚ୍ଚ ଶିକ୍ଷା ପାଇବା ମୋର ପିତାଙ୍କର ଇଚ୍ଛା ଥିଲା । ତେଣୁ ଆମେ ଆମ ଭାଇମାନଙ୍କ ସହ ସମାନ ସୁବିଧା ସୁଯୋଗ ପାଉଥିଲୁ ଓ ଝିଅ ବୋଲି ଅଧିକ ସ୍ନେହ ପାଉଥିଲୁ । ସ୍ୱାସ୍ଥ୍ୟପ୍ରଦ ପରମ୍ପାରାଗତ ପରିବାର ସହ ଶିକ୍ଷା ଓ ଜ୍ଞାନ ଆହରଣ ସୁବିଧା ମିଳୁଥିଲା ।
ଜଣେ ମହିଳା ବୈଜ୍ଞାନିକ ହେବା ନିମନ୍ତେ ଗୋଟିଏ ସାଧାରଣ ପ୍ରଶ୍ନ ଉଠେ: ଏହି ବୈଜ୍ଞାନିକ ପେଶାରେ କିଛି ବାଧା ବିଘ୍ନ ଅଛି କି ନାହିଁ । ମୋ ମତରେ ଭାରତୀୟ ମହିଳାମାନେ କୌଣସି ସାହାଯ୍ୟ ବିନା ବୈଜ୍ଞାନିକ ହେବା ନିମନ୍ତେ ସମ୍ପୁର୍ଣ୍ଣ ଯୋଗ୍ୟା । ସନ୍ତାନ ଲାଳନ ପାଳନ ନିମନ୍ତେ କିଛି ନିର୍ଦ୍ଦିଷ୍ଟ ସୀମା ନ ରଖିବା ଓ କିଛି ଅଧିକ ବୟସ ସୀମା ରଖିଲେ ମହିଳାମାନଙ୍କୁ ବହୁତ ସାହାଯ୍ୟ କରନ୍ତା । କିଛି ମୌଳିକ ସୁବିଧା ପାଇଲେ ପୁରୁଷାଙ୍କ ଭଳି ମହିଳାମାନେ ମଧ୍ୟ ବିଜ୍ଞାନର ସବୁ ଦିଗରେ ସାଫଲ୍ୟ ଅର୍ଜନ କରି ପାରିବେ । ଅଳ୍ପ ବୟସରୁ କିଛି ନୂତନତ୍ତ୍ୱର ସନ୍ଧାନ ଇଚ୍ଛା ଓ ସୃଜନଶୀଳତା ଥିବା ଆବଶ୍ୟକ ।
ମୁଁ ବି.ଏସ.ସି. ଓ ଏମ.ଏସ.ସି. ଡିଗ୍ରୀ ବାଙ୍ଗାଲୋର(ଏବେକାର ବେଙ୍ଗାଲୁରୁ) ୟୁନିଭରସିଟିରୁ ପାଇଥିଲି । ମୋର ବିଷୟ ବାୟୋକେମିସ୍ଟ୍ରି ଥିଲେ ମଧ୍ୟ ଅନ୍ୟ ମୌଳିକ ବିଜ୍ଞାନ ଶାଖା ବିଷୟରେ ସମ୍ୟକ ଜ୍ଞାନ ଥିଲା । ତେଣୁ ମୁଁ ଆମେରିକାରେ ଡେଭିଡ ବେଭେରିଜଙ୍କ ତତ୍ତ୍ୱାବଧାନରେ ପି.ଏଚ.ଡି. ନିମନ୍ତେ କ୍ୱାଣ୍ଟମ କେମିସ୍ଟ୍ରି ନେବାରେ କୌଣସି ଅସୁବିଧା ହୋଇ ନ ଥିଲା । ପରେ ନୋବେଲ ବିଜେତା ଜନ ପୋପ୍ଲ ଅଧିନରେ ପିଟ୍ଟ୍ସବର୍ଗର କାର୍ନେଜି ମେଲନ ୟୁନିଭରସିଟିରେ ପୋସ୍ଟ ଡକ୍ଟରାଲ କରିଥିଲି । ଭାରତକୁ ଫେରି ମୁଁ ମଲିକ୍ୟୁଲାର ବାୟୋଫିଜିକ୍ସ ୟୁନିଟରେ ପୋଷ୍ଟ ଡକ୍ଟରାଲ ଫେଲୋ ରୁପେ ଯୋଗ ଦାନ କଲି ଓ ଶେଷରେ ସେଠାରେ ଶିକ୍ଷା ଦାନ କଲି ।
ଗୋଟିଏ ଭଲ ବାତାବରଣ ଥିବା ଅନୁଷ୍ଠାନ ପାଇ ମୁଁ ନିଜକୁ ଭାଗ୍ୟବତୀ ମନେ କରୁଛି । ଏଠାରେ ସ୍ୱାଧୀନ ଭାବରେ ନିଜ କର୍ମରେ ମନୋନିବେଶ କରିବା ସୁଯୋଗ ମିଳୁଛି । ପୋସ୍ଟ ଡକ୍ଟରାଲ କରୁଥିବା ଯୁବକ ଯୁବତୀମାନଙ୍କ ସହ ମତ ବିନିମୟ କରିବାରେ ଏକ ପୁରଷ୍କୃତ ଅନୁଭବ ମିଳିଛି । ଏଠାରେ ଶିକ୍ଷାର ଅନନ୍ତ ଧାରା ବହି ଚାଲିଛି । ଏଠାରୁ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀମାନେ ଆମ ସହ ସମ୍ପର୍କ ରଖି ପରିବାର ସଦସ୍ୟ ଭଳି ହୋଇ ସେମାନଙ୍କର ସୁଖ ଦୁଃଖ ଓ ସମ୍ମାନ ବାଣ୍ଟିଛନ୍ତି ।
ମୋର ସ୍ୱାମୀ ଓ ତାଙ୍କ ପରିବାର ମୋର ବୈଜ୍ଞାନିକ ହେବା ନିମନ୍ତେ ଅକୁଣ୍ଠ ସାହାଯ୍ୟ କରିଛନ୍ତି ଓ ସେଥି ନିମନ୍ତେ ମୁଁ ନିଜକୁ ଭାଗ୍ୟବତୀ ମନେ କରୁଛି । ସବୁ ଦିଗରୁ ବୁଝାମଣା ଓ ସହାବସ୍ଥାନ ସୁଯୋଗ ମିଳିଲେ ଏକ ପୁରଷ୍କୃତ ଅନୁଭୁତି ମିଳେ ।
ବୈଜ୍ଞାନିକ ହେବା ନିମନ୍ତେ ଏକ ଦୀର୍ଘ ସୁତ୍ରୀ ସ୍ୱପ୍ନ ଦେଖିବାକୁ ହୁଏ । ମହିଳାମାନେ ସବୁବେଳେ ସନ୍ଦେହ ଦୃଷ୍ଟିରେ ରହନ୍ତି କାରଣ ଛୁଆ ପିଲା ନେଇ ଗବେଷଣା ଭଳି କର୍ମରେ ସମ୍ପୁର୍ଣ୍ଣ ଉତ୍ସର୍ଗୀକୃତ ହେବା ସମ୍ଭାବନାରେ ପ୍ରଶ୍ନବାଚୀ ରହେ । କବି ଆଣ୍ଟୋନିଓ ମାସାଡୋ (Spanish poet Antonio Machado) ଲେଖିଛନ୍ତି "ପଥିକ, କୌଣସି ପଥ ନ ଥାଏ, ଚାଲିକରି ପଥ ତିଆରି କରାଯାଏ" । ନିଜର ପରିବେଶ ଅନୁଯାୟୀ ଇଚ୍ଛା କଲେ ସାକାର କରି ହୁଏ, ଏହା ବହିର୍ଭୁତ ହେଲେ ଦୁଃସାହସିକ ମନୋଭାବନା ଆବଶ୍ୟକ । ଆଜିକାଲିର ମହିଳାମାନଙ୍କୁ ଏହି ସୁଯୋଗ ମିଳି ପାରୁଛି, ସେମାନେ ଇଚ୍ଛା କଲେ ବହୁତ କିଛି କରି ପାରିବେ ।

ଆଧାର[ସମ୍ପାଦନା]