ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ , ଭବାନୀପାଟଣା

ଉଇକିପିଡ଼ିଆ‌ରୁ
ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟଣା
ସ୍ଥାପିତ୧୯୬୦
ପ୍ରକାରୟୁନିଟାରୀ ବିଶ୍ୱବିଦ୍ୟାଳୟ[୧]
ଅବସ୍ଥାନଭବାନୀପାଟଣା, ଭାରତ
ଅନୁବନ୍ଧନୟୁଜିସି
ୱେବସାଇଟOfficial website


ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟଣା, ଏକ ସ୍ୱୟଂ ଶାସିତ ମହାବିଦ୍ୟାଳୟ । ଏହା ଭାରତୀୟ ରାଜ୍ୟ କଳାହାଣ୍ଡିର ମୁଖ୍ୟାଳୟ ଭବାନୀପାଟଣାଠାରେ ରହିଛି ।[୨] ୨୦୧୯ ମସିହାରେ ଓଡ଼ିଶା ସରକାର ଏହି ମହାବିଦ୍ୟାଳୟକୁ "ୟୁନିଟାରୀ ବିଶ୍ୱବିଦ୍ୟାଳୟର" ମାନ୍ୟତା ପ୍ରଦାନ କରିଥିଲେ ।[୩] ଏହାପରେ ଏହି ଅନୁଷ୍ଠାନଟି "କଳାହାଣ୍ଡି ବିଶ୍ୱବିଦ୍ୟାଳୟ" ନାମରେ ନାମିତ ହୋଇଥିଲା ।[୪]

ଇତିହାସ [ସମ୍ପାଦନା]

୧୯୬୦ମସିହା ଜୁଲାଇ ୧୮ତାରିଖରେ, ଏହା "କଳାହାଣ୍ଡି କଲେଜ" ନାମରେ ଏକ ବେସରକାରୀ କଲେଜ ଭାବରେ ସ୍ଥାପିତ ହୋଇଥିଲା ଓ ୧୯୬୧ ନଭେମ୍ବର ୩୦ତାରିଖ ଯାଏ ଏହା ବେସରକାରୀ ପରିଚାଳନାରେ ରହିଥିଲା । ୧୯୬୧ ଡିସେମ୍ବର ୧ ତାରିଖରେ ସରକାର ଏହାକୁ ହାତକୁ ନେଇ ଏହାକୁ "ସରକାରୀ ବିଜ୍ଞାନ କଲେଜ,ଭବାନୀପାଟଣା" ଭାବରେ ନାମିତ କରିଥିଲେ । ୨୦୦୨ ମସିହାରେ ଏହା ଏହା ଉତ୍ତମ ଉଚ୍ଚ ଶିକ୍ଷା କେନ୍ଦ୍ର ଭାବରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେଇ ସ୍ୱୟଂଶାସିତ ମାନ୍ୟତା ପ୍ରାପ୍ତ ହେଇଥିଲା ।

ପାଠ୍ୟକ୍ରମ ସବୁ[ସମ୍ପାଦନା]

ଏହି ମହାବିଦ୍ୟାଳୟରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରାୟ ସମସ୍ତ ବିଷୟରେ ସମ୍ମାନ ଥାଇ ସ୍ନାତକ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦିଆ ଯାଉଥିବା ବେଳେ ୬ଟୀ ବିଷୟରେ ସ୍ନାତକୋତ୍ତର ସ୍ତରର ଶିକ୍ଷା ପ୍ରଦାନ କରାଯାଏ । ଇଂରାଜୀ, ଓଡ଼ିଆ ଭାଷା, ରାଜନୀତି ବିଜ୍ଞାନ, ଅର୍ଥନୀତି, ଭୁଗୋଳ ଓ ଇତିହାସ ବିଭାଗରେ ଏଠାରେ ସ୍ନାତକୋତ୍ତର ଶ୍ରେଣୀ ରହିଛି । ଏହା ବ୍ୟତୀତ ଏଠାରେ ସ୍ୱୟଂଚାଳିତ ଡିଗ୍ରୀ କୋର୍ସ କମ୍ପ୍ୟୁଟର ବିଜ୍ଞାନ ଓ ପିଜିଡ଼ିସିଏ(PGDCA) ରହିଛି ।

ଆଧାର[ସମ୍ପାଦନା]

  1. "CM announces B'patna College as university". www.dailypioneer.com. daily pioneer. Retrieved 22 July 2019.
  2. "GOVERNMENT COLLEGE (AUTONOMOUS) BHAWANIPATNA". kalahandi.nic.in. kalahandi.nic.in. Retrieved 22 July 2019.
  3. "CM Naveen Patnaik promises unitary varsity status for Bhawanipatna Autonomous Government College". www.newindianexpress.com. indian express. Archived from the original on 22 July 2019. Retrieved 22 July 2019.
  4. "Bhawanipatna Autonomous Government College gets varsity status". www.pragativadi.com. pragativadi. Retrieved 22 July 2019.