ଶପଥ ଅଧିନିୟମ,୧୯୬୯

ଉଇକିପିଡ଼ିଆ‌ରୁ

ଶପଥ ଅଧିନିୟମ,୧୯୬୯ ହେଉଛି ଭାରତରେ ନ୍ୟାୟୀକ ଶପଥ ଏବଂ କେତେକ ଅନ୍ୟ ପ୍ରୟୋଜନ ସମ୍ବନ୍ଧୀ ବିଧିର ଏକୀକରଣ ଏବଂ ସଂଶୋଧନ ନିମିତ୍ତ ୧୯୬୯ ମସିହାରେ ଭାରତୀୟ ସଂସଦଦ୍ୱାରା ପାରିତ ଏକ ଅଧିନିୟମ । ତେବେ ଏଥିରେ ଥିବା କୌଣସି ବିଷୟ ସଶସ୍ତ୍ର ସେନା, ସାମରିକ ଅଦାଲତ ସମ୍ମୁଖରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା କେନ୍ଦ୍ର ସରକାରଙ୍କଦ୍ୱାରା ବିହିତ ଶପଥ, ପ୍ରତିଜ୍ଞାନ ବା ଘୋଷଣାମାନଙ୍କ ପ୍ରତି ଲାଗୁ ହେବ ନାହିଁ ।[୧]

ଅଧିନିୟମ ବିଷୟରେ[ସମ୍ପାଦନା]

  • ଧାରା ୪ ଅନୁସାରେ- ସମସ୍ତ ସାକ୍ଷୀ, ସମସ୍ତ ଅନୁବାଦକ ଏବଂ ଜୁରୀମାନନକଦ୍ୱାରା ଶପଥ ବା ପ୍ରତିଜ୍ଞାନମାନ ଏହି ଅଧିନିୟମ ଅନୁଯାୟୀ କରାଯିବ । ପରନ୍ତୁ ଯେଉଁଠାରେ ସାକ୍ଷୀ ଜଣେ ଶିଶୁ ଅଟନ୍ତି, ଅଥବା ଯେଉଁଠାରେ ନ୍ୟାୟାଳୟଙ୍କ ଉପଲବଧୀ ହୁଏ ଯେ ସେହି ଶିଶୁ ସାକ୍ଷୀ ଶପଥର ପ୍ରକୃତି ବୁଝିପାରୁନାହାନ୍ତି ସେହି କ୍ଷେତ୍ରରେ ଏହି ଭଳି ସାକ୍ଷିମାନଙ୍କ ପ୍ରତି ଏହି ଅଧିନିୟମର ଉପରୋକ୍ତ ଧାରା ଲାଗୁ ହେବ ନାହିଁ ।
  • ଧାରା ୬(୧) ଅନୁସାରେ- ଧାରା ୪ ଅଧୀନରେ କରାଯାଇଥିବା ସମସ୍ତ ଶପଥ ଏବଂ ପ୍ରତିଜ୍ଞାନ ମାମଲାଟିର ପରିସ୍ଥିତି ଦୃଷ୍ଟେ ଦିଆଯାଇଥିବା ଫର୍ମମାନଙ୍କ ମଧ୍ୟରୁ ଯେଉଁଟି ଯଥାର୍ଥ ମନେ ହେବ ସେହି ଫର୍ମ ଅନୁସାରେ ଦିଆଯିବ ।
  • ନୂତନ ଅଧିନିୟମର ଧାରା ୯(୧) ଅନୁସାରେ ଏହି ଅଧିନିୟମ ଲାଗୁ ହେବା ସହ ଭାରତୀୟ ଶପଥ୍ ଅଧିନିୟମ, ୧୮୭୩ ନିରସିତ ହେଲା ।

ଅନୁସୂଚୀ[ସମ୍ପାଦନା]

(ଧାରା ୬ ଦେଖନ୍ତୁ)
ଶପଥ ବା ପ୍ରତିଜ୍ଞାନର ଫର୍ମ[୨]

ଫର୍ମ ନଂ-୧ (ସାକ୍ଷୀ)[ସମ୍ପାଦନା]

"ମୁଁ ଈଶ୍ୱରଙ୍କ ନାମରେ ଶପଥ କରୁଅଛି ଯେ ମୁଁ ଯାହା କହିବି ସତ୍ୟ କହିବି, ସଂପୂର୍ଣ୍ଣ ସତ୍ୟ କହିବି ଏବଂ ସତ୍ୟ ଭିନ୍ନ ଆଉ କିଛି କହିବି ନାହିଁ ।"

ଫର୍ମ ନଂ-୨ (ଜୁରୀ ସଦସ୍ୟ)[ସମ୍ପାଦନା]

"ମୁଁ ଈଶ୍ୱରଙ୍କ ନାମରେ ଶପଥ କରୁଅଛି ଯେ ମୁଁ ରାଜ୍ୟ ଓ ବିଚାରାଧୀନ ବନ୍ଦୀ ଯେଉଁମାନଙ୍କର ଭାର ମୁଁ ଗ୍ରହଣ କରିବି, ସେମାନଙ୍କ ମଧ୍ୟରେ ଉତ୍ତମରୂପେ ଏବଂ ସତ୍ୟପୂର୍ବକ ବିଚାର କରିବି ଓ ସତ୍ ଅଭିମତ ପ୍ରଦାନ କରିବି ଏବଂ ସାକ୍ଷ୍ୟ ଅନୁଯାୟୀ ସତ୍‌ ଅଭିମତ ଦେବି ।"

ଫର୍ମ ନଂ-୩ (ଅନୁବାଦକ)[ସମ୍ପାଦନା]

"ମୁଁ ଈଶ୍ୱରଙ୍କ ନାମରେ ଶପଥ କରୁଅଛି ଯେ ମୁଁ ଉତ୍ତମ ରୂପେ ଏବଂ ସତ୍ୟ ପୂର୍ବକ ଅନୁବାଦ କରିବି ଏବଂ ସାକ୍ଷୀମାନଙ୍କୁ ପଚରାଯାଉଥିବା ସମସ୍ତ ପ୍ରଶ୍ନ ଏବଂ ସେମାନଙ୍କଦ୍ୱାରା ଦିଆଯାଉଥିବା ସାକ୍ଷ୍ୟକୁ ସ୍ପଷ୍ଟ କରିଦେବି ଏବଂ ଅନୁବାଦ ପାଇଁ ମୋତେ ଦିଆଯାଇଥିବା ସମସ୍ତ ଦସ୍ତାବିଜ ସଠିକ ଭାବେ ଏବଂ ନିର୍ଭୁଲ ଭାବେ ଅନୁବାଦ କରିବି ।

ଫର୍ମ ନଂ-୪(ଶପଥ ପତ୍ର)[ସମ୍ପାଦନା]

"ମୁଁ ଈଶ୍ୱରଙ୍କ ନାମରେ ଶପଥ କରୁଅଛି ଯେ ମୁଁ ତାହା ମୋର ନାମ ଏବଂ ଦସ୍ତଖତ (ବା ଚିହ୍ନ) ଅଟେ ଏବଂ ମୋର ଏହି ଶପଥ ପତ୍ରର ବିଷୟବସ୍ତୁ ସତ୍ୟ ଅଟେ ।"

ଆଧାର[ସମ୍ପାଦନା]

  1. "The Oaths Act, 1969". indiankanoon.org. Retrieved 31 August 2018.
  2. "ଶପଥ ଅଧିନିୟମ, ୧୯୬୯" (PDF). www.lagislative.gov.in. Retrieved 31 August 2018.