ରଜର ବିନ୍ନୀ, ଭାରତୀୟ କ୍ରିକେଟର

ଉଇକିପିଡ଼ିଆ ରୁ
Jump to navigation Jump to search

ରଜର ବିନ୍ନୀ, ଭାରତୀୟ କ୍ରିକେଟର
ଖେଳାଳିଙ୍କ ତଥ୍ୟ
ପୁରା ନାଆଁ Roger Michael Humphrey Binny
ବ୍ୟାଟିଙ୍ଗ ପ୍ରକାର Right-hand bat
ବୋଲିଂ ପ୍ରକାର Right-arm fast-medium
ସମ୍ପର୍କ Stuart Binny (Son)
Mayanti Langer (Daughter-in-law)
ବିଶ୍ଵ ତଥ୍ୟ
ନିଜ ଦେଶ ପଟ ଭାରତ କ୍ରିକେଟ ଦଳ
ପ୍ରଥମ ଟେଷ୍ଟ 21 November 1979 v Pakistan
ଶେଷ ଟେଷ୍ଟ 13 March 1987 v Pakistan
ପ୍ରଥମ ଦିନିକିଆ 6 December 1980 v Australia
ଶେଷ ଦିନିକିଆ କ୍ରିକେଟ 9 October 1987 v Australia
କ୍ୟାରିଅର ତଥ୍ୟ
ପ୍ରତିଯୋଗିତା Tests ODIs
ମ୍ୟାଚ 27 72
ରନ 830 629
ବ୍ୟାଟିଙ୍ଗ ଆଭରେଜ 23.05 16.12
ଶତକ/ଅର୍ଦ୍ଧଶତକ -/5 -/1
ସବୁଠୁ ବେସି ସ୍କୋର 83* 57
ଡେଲିଭରି ବଲ 2870 2957
ଉଇକେଟ 47 77
Bowling average 32.63 29.35
5 wickets in innings 2 -
10 wickets in match - n/a
Best bowling 6/56 4/29
Catches/stumpings 12/- 12/-
Source: ESPNCricinfo, 4 February 2006


ରଗର ମାଇକେଲ ହମ୍ଫ୍ରେ ବିନ୍ନୀ ( ଜନ୍ମ ୧୯ ଜୁଲାଇ, ୧୯୫୫ ) ଜଣେ ପ୍ରାକ୍ତନ ଭାରତୀୟ କ୍ରିକେଟର । ତାଙ୍କର ଜନ୍ମ କର୍ଣାଟକ ରାଜ୍ୟ ରାଜଧାନୀ ବାଙ୍ଗାଲୋରଠାରେ ହେଇଥିଲା । ସେ ଜଣେ ଅଳ-ରାଉଣ୍ଡର ଥିଲେ । ୧୯୮୩ରେ ଭାରତର ପ୍ରଥମ ବିଶ୍ୱକପ ବିଜୟରେ ତାଙ୍କର ଭୂମିକା ମହତ୍ୱପୂର୍ଣ ଥିଲା । 


ଅନ୍ତର୍ଜାତିକ କ୍ରିକେଟ ଜୀବନ [ସମ୍ପାଦନା]

ରଗର ବିନ୍ନୀ ତାଙ୍କର ଉନ୍ନତ ଘରେଇ ପ୍ରଦର୍ଶନ ପରେ ଭାରତୀୟ ବିଶ୍ୱ କପ ଦଳ ପାଇଁ ଏକ ଅଳ ରାଉଣ୍ଡର ଭାବେ ୧୯୮୩ରେ ଇଂଲଣ୍ଡଠାରେ ଖେଳିଥିଲେ । ସେ ଭାରତ ଜିତ୍ୟ ଥିବା ସେହି ଟୁର୍ନାମେଣ୍ଟରେ ୧୮ଟି ୱିକେଟ ନେବା ସହ ଦରକାର ସମୟରେ ଉପଯୋଗୀ ବେଟିଙ୍ଗ କରି ଭାରତର ବିଜଯରେ ଏକ ମହତ୍ୱପୂର୍ଣ ଭୂମିକା ନେଇଥିଲେ । 


ତାହା ପରେ ସେ ୧୯୮୫ରେ ବିଶ୍ୱ ସିରିଜ ଚମ୍ପିଅଂନ ଶୀପ ପ୍ରତିଯୋଗୀତାରେ ଅଷ୍ଟ୍ରେଲିଆଠାରେ ମଧ୍ୟ ତାଙ୍କର ଫର୍ମ ଜାରି ରାଖି ୧୭ଟି ୱିକେଟ ନେଇ ଭାରତକୁ ଜିତିବାରେ ମୁଖ୍ୟ ଅବଦାନ ଦେଇଥିଲେ । ସେ ଭାରତ ପାଇଁ ୨୭ଟି ଟେଷ୍ଟ ଓ ୭୨ଟି ଏକଦିବସୀୟ ଅନ୍ତର୍ଜାତିକ ମେଚ ଖେଳିଥିଲେ । 


ବିନ୍ନୀ ତାଙ୍କର ବେଟିଙ୍ଗଦ୍ୱାରା ଭାରତକୁ ଅନେକ ମେଚରେ ପରାଜୟରୁ ବଞ୍ଚେଇ ଥିବା ଉଲ୍ଲେଖନୀୟ । ସେ ଭାରତୀୟ ଜାତୀୟ ଦଳ ପାଇଁ ଖେଳିଥିବା ପ୍ରଥମ ଆଙ୍ଗ୍ଲୋ-ଇଣ୍ଡିଆନ । ତାଙ୍କ ପୁତ୍ର ଷ୍ଟୁଆର୍ଟ ବିନ୍ନୀ ମଧ୍ୟ ଭାରତ ପାଇଁ ଖେଳିଛନ୍ତି । 


କୋଚିଙ୍ଗ , ଭାଷ୍ୟକାର ଓ ଚୟନକର୍ତା[ସମ୍ପାଦନା]

ସକ୍ରିୟ କ୍ରିକେଟରୁ ଅବସର ନେଲା ପରେ ବିନ୍ନୀ କର୍ନଟକ ରାଜ୍ୟ କ୍ରିକେଟ ପ୍ରଶାସନରେ ଭାଗ ନେବା ସହ ଜାତୀୟ ଚାନେଲରେ ଭାଷ୍ୟକାର ଭାବରେ କାର୍ଯ୍ୟ କରିଥିଲେ । ୨୦୧୨ରେ ଭାରତୀୟ କ୍ରିକେଟ ବୋର୍ଡଦ୍ୱାରା ଜାତୀୟ ଚୟନକର୍ତା ଭାବରେ ମନୋନୀତ ହେଇଥିଲେ । [୧]

http://www.cricbuzz.com/profiles/3843/roger-binny

ଆଧାର [ସମ୍ପାଦନା]