ସନ୍ତୋଷ କୁମାର ନାୟକ
ଦେଖଣା
(ବ୍ୟବହାରକାରୀ:ସନ୍ତୋଷ କୁମାର ନାୟକରୁ ଲେଉଟି ଆସିଛି)
ଡକ୍ଟର ସନ୍ତୋଷ କୁମାର ନାୟକ (ଜନ୍ମ:- ୧୬.୦୩.୧୯୯୧) ଏକବିଂଶ ଶତାବ୍ଦୀର ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଅଧ୍ୟାପନା ଓ ଗବେଷଣା କ୍ଷେତ୍ରରେ ଏକ ପ୍ରଭାବଶାଳୀ ତଥା ଗୁରୁତ୍ୱପୂର୍ଣ୍ଣ ନାମ । ସେ ଓଡ଼ିଆ କବିତା, କ୍ଷୁଦ୍ରଗଳ୍ପ, ରମ୍ୟରଚନା, ପ୍ରବନ୍ଧ, ସମ୍ପାଦନା, ସମାଲୋଚନା, ଗବେଷଣା, ଅନୁବାଦ ଓ ସାହିତ୍ୟର ଅନ୍ୟାନ୍ୟ ବିଭାଗ କ୍ଷେତ୍ରରେ ହାତଦେଇ ଅପୂର୍ବ ଏବଂ ଅଦ୍ଭୁତ ଭାବରେ ସଫଳତା ଲାଭ କରିଥିବା ଅନନ୍ୟ ବ୍ୟକ୍ତିତ୍ଵ ମାତ୍ର । ଅଧ୍ୟାପନା ଓ ସାରସ୍ଵତ ସର୍ଜନା କୈନ୍ଦ୍ରିକ ଅଭିଯାତ୍ରା କ୍ଷେତ୍ରରେ ଶ୍ରୀଯୁକ୍ତ ନାୟକ ଏକ ଅନୁପମ ଉଚ୍ଚାରଣ ତଥା ଏକ ବିସ୍ମୟକର ଓ ଈର୍ଷଣୀୟ ଐତିହାସିକ ଚିତ୍ର ଓ ଚରିତ୍ର ବୋଲି ଚିରକାଳ କହିବାକୁ ହେବ। ସେ ସାରସ୍ଵତ ସର୍ଜନା ମୂଳକ ଅଭିଯାତ୍ରା ହେଉ କି ଅଧ୍ୟାପନା କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବା ହେଉ - ସବୁଥିରେ ସେ ଅନେକ ସମୟରେ ବିସ୍ମିତ କରିଛନ୍ତି । କେତେବେଳେ ସେ ସମୟକୁ ପଛରେ ପକାଇଛନ୍ତି ତ ଆଉ କେତେବେଳେ ପରିସ୍ଥିତିକୁ।