ଫୁଲ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଫୁଲ ବା ପୁଷ୍ପ କ୍ଷୁଦ୍ର ଆକାର, କଅଁଳ ପାଖୁଡା, ବିଭିନ୍ନ ରଙ୍ଗ , ଭିନ୍ନ ବାସ୍ନାର ରହିଛି। ଫୁଲ ମାନଙ୍କର ବହୁତ ପ୍ରକାରର ଆବଶ୍ୟକତା ରହିଛି । ବିଭିନ୍ନ ଉଦ୍ଦେଶ୍ୟରେ ଫୁଲ ମାନେ ବି ବ୍ୟବହୃତ ହୁଅନ୍ତି - ଜନ୍ମ ଦିନରେ , ସଭାସମିତି ରେ ,ଦେବାଳୟରେ ,ପକେଟରେ ,ଶର୍ଯ୍ୟାରେ , ମୃତ୍ୟୁ ଶର୍ଯ୍ୟାରେ ଏମିତି ବହୁତ ଯାଗାରେ ।
ଶାନ୍ତି ଓ ସମୃଦ୍ଧି ପାଇଁ ପୁଷ୍ପମାନ ଇଶ୍ଵରଙ୍କ ଠାରେ ଅର୍ପିତ । ଆକାଶକୁ ତାରାମାନ ସଜାଇବା ଭଳି ରଙ୍ଗବେରଙ୍ଗର ଫୁଲ ମାନ ପ୍ରକୃତିରାଣୀକୁ ସଜାଇଥାନ୍ତି । ସୃଷ୍ଟିକର୍ତ୍ତାଙ୍କ ଦ୍ଵାରା ସୃଷ୍ଟ ପ୍ରତ୍ୟେକ ପଦାର୍ଥକୁ ପ୍ରଥମେ ତାଙ୍କୁ ହିଁ ନିବେଦନ କରାଯାଇଥାଏ । ଏହା ଆର୍ଯ୍ୟ ପରମ୍ପରା । ଶାସ୍ତ୍ର ମତ, ବୃକ୍ଷରେ ଫୁଲ ମାନେ ଯେଭଳି ଫୁଟିଥାନ୍ତି ପ୍ରଭୁଙ୍କୁ ସେହି ଭଳି ସଜାଇବା ଦରକାର । ଫୁଲ ଓଲଟାଇ ଈଶ୍ଵରରଙ୍କୁ ଅର୍ପଣ କଲେ ଫଳ କିଛି ମିଳେ ନାହିଁ । ପୁନଶ୍ଚ, ପୁଷ୍ପ ଚୟନ ସମୟରେ ଫୁଲଗଛଟିକୁ ସମ୍ପୁର୍ଣ୍ଣ ପୁଷ୍ପଶୂନ୍ୟ (ଲଣ୍ଡିଅତ) ନକରି ପ୍ରକୃତିର ଉପଭୋଗପାଇଁ କେତୋଟି ପୁଷ୍ପ ଛାଡିଦେବା ବିଧେୟ । ଏତଦ୍ଵାରା ଫୁଲ ଗୁଡିକ ଧାରଣ କରିଥିବା ଗଛଟି ସୁନ୍ଦର ଦେଖାଯିବା ସହିତ ପ୍ରକୃତିରାଣୀ ଅପରୂପ ଶୋଭାରେ ବିମଣ୍ଡିତ ହୋଇଥାଏ। ସୌନ୍ଦର୍ଯ୍ୟ ହିଁ ପରମା ପ୍ରକୃତି । ସେଥି ପାଇଁ ମାତୃବନ୍ଦନାରେ ଯଥାର୍ଥରେ କୁହାଯାଇଛି "ଓଁ ସୌନ୍ଦର୍ଯ୍ୟମୟୀ ପରମେ, ଓଁ ଆନନ୍ଦମୟୀ ପରମେ , ଓଁ ସତ୍ୟମୟୀ ପରମେ - ଅର୍ଥାତ ;ସୌନ୍ଦର୍ଯ୍ୟ ହିଁ ଶ୍ରେଷ୍ଠ । ଅନ୍ୟ ଅର୍ଥରେ ଶ୍ରେଷ୍ଠତ୍ଵ ପ୍ରତିପାଦନ କରୁଥିବା ବ୍ୟକ୍ତିତ୍ଵ ହିଁ ଦୁନିଆକୁ ସୁନ୍ଦର ଦେଖାଯାଏ । ଫୁଲମାନଙ୍କ ଠାରୁ ଏହି ସନ୍ଦେଶ ଆମକୁ ମିଳେ ।
ପୁଷ୍ପ ଚୟନ
ପୁଷ୍ପଟିଏ ଚୟନ ବେଳେ ଅତି ସତର୍କତା ସହିତ ତୋଳିବାର ନିୟମ ରହିଛି । ସୂକ୍ଷ୍ମ ଓ କୋମଳାଙ୍ଗକୁ ଖିନଭିନ୍ କରିବା ମନୁଷ୍ୟର କର୍ତ୍ତବ୍ୟ ନୁହେଁ । ଯାହା ବିଭୁପଦରେ ସମର୍ପିତ ହେବ ତାହାର ଡେମ୍ଫକୁ ବୃଦ୍ଧାଙ୍ଗୁଳି , ମଧ୍ୟମାଙ୍ଗୁଳି ଓ ମଧ୍ୟମାଙ୍ଗୁଳିର ପରବର୍ତ୍ତି ଆଙ୍ଗୁଳି - ଏହି ତିନି ଆଙ୍ଗୁଳି ସ୍ପର୍ଶରେ ଅତି ଧୀରେ ପୁଷ୍ପଚୟନ କରାଯାଏ । ଖୁସି ମନରେ ପୁଷ୍ପଚୟନ କଲେ ତାହା ଦେବଯୋଗ୍ୟ ହୋଇଥାଏ । ଅନ୍ୟବଗିଚାରୁ ପୁଷ୍ପ ଚୋରିକରି ମାଳା ତିଆରି ପୂର୍ବକ ବେବ/ଦେବୀଙ୍କୁ ଅର୍ପଣ କଲେ କିଛି ଫଳ ମିଳେନାହିଁ । ଫୁଲକୁ ଆଦର କରାଯାଏ କେବଳ ଲଳିତା ପିନ୍ଧନ୍ତି ବୋଲି । ନିଜ ଗଭାରେ ସଜାଇଥିବା ହେତୁ ଲଳିତାଙ୍କ ବେଶ ସୁନ୍ଦର । 'ଲଳିତଶାସ୍ତ୍ରମ୍' ରେ କୁହାଯାଇଛି - ଓଁ ଚମ୍ପକାଶୋକ ପୁନ୍ନାଗ ସୌର୍ଗନ୍ଧିକ ଲସତ୍କଚାୟୈ ନମଃ । ଚମ୍ପା, ଅଶୋକ ପୁନ୍ନାଗ, ସୌଗନ୍ଧିକା ଆଦି ପୁଷ୍ପ ଦେବୀ ଲଳିତା ପିନ୍ଧନ୍ତି ଲଳିତ ସହସ୍ର ନାମରେ କୁହାଗଲା - ଓଁ ନବଚମ୍ପକ ପୁଷ୍ପାଭ ନାସାଦଣ୍ଡଃ ବିରାଜିତାୟୈ ନମଃ , ଓଁ କଦମ୍ବମଞ୍ଜରୀ କ୍ଳ୍ଳୁପ୍ତ କର୍ଣ୍ଣପୂର ମନୋହରାୟୈ ନମଃ । ଅର୍ଥାତ , ବେବୀଙ୍କ ନାସା ସଦ୍ୟ ପ୍ରସ୍ଫୁଟିତ ଚମ୍ପକ ପୁଷ୍ପ ଭଳି । କର୍ଣ୍ଣରେ ଦେବୀ କଦମ୍ବ ପୁଷ୍ପ ଧାରଣ କରନ୍ତି । ପୁଣି ମା’ ଙ୍କ ଅଧିଷ୍ଠାନ ଘଞ୍ଚ ପଦ୍ମବନରେ । ପୁଷ୍ପ ଜଗତରେ ମା’ଙ୍କ ବିଚରଣ ପ୍ରକୃତିକୁ ସୌନ୍ଦର୍ଯ୍ୟମୟ କରି ଗଢି଼ତୋଳେ ।
ଶାସ୍ତ୍ର
ଫୁଲକଥା ଉଲ୍ଲେଖ ନକରି ସେଭଳି କୈଣସି ସ୍ତୋତ୍ର ବା ଶ୍ଳୋକ ନାହିଁ । ଦୁର୍ଗାସ୍ତୋତ୍ରରେ ଦେବୀ ଦୁର୍ଗାଙ୍କ ଆଖିକୁ ନୀଳୋତ୍ପଳା (ନୀଳପଦ୍ମ) ସହ ତୁଳନା କରାଯାଇଛି । ଶିବ ପଞ୍ଚକେଶ୍ଵର ସ୍ତୋତ୍ରରେ କୁହାଯାଇଛି- ମନ୍ଦାର ମୁରବ୍ୟ ବହୁପୁଷ୍ପ ସୁପୂଜିତାୟ, ତସ୍ମୈମକାର ମହିତାୟ ନମଃ ଶିବାୟ। ଆଦିଶଙ୍କରଙ୍କ ଶିବମାନସପୂଜାରେ ଜାତିଚମ୍ପକ , ବିଲ୍ଵପତ୍ର ରଚିତମ୍ ପୁଷ୍ପମ୍ ଉଲ୍ଲେଖ ରହିଛି । ଏହି ଫୁଲ ଗୁଡିକ ଶିବଙ୍କୁ ସଜାଇବା ପାଇଁ ଉଦ୍ଧିଷ୍ଟ ।
ପୌରାଣିକ
ଅଗସ୍ତ୍ୟମୁନି ଫୁଲର ପ୍ରକାର ଭେଦ ସମ୍ପର୍କରେ ବିଶଦ ସୂଚନା ଦେଇଛନ୍ତି । ଜଗତରେ ୩୮ ହଜାର କୋଟି ପ୍ରକାରର ଫୁଲ ଅଛି । ସେଥିରୁ ଦେବତା ମାନେ ତାଙ୍କ ପାଇଁ ୨୦ହଜାର କୋଟି ରଖିଲେ । ସିଦ୍ଧମାନେ ତାଙ୍କ ବ୍ୟବହାର ପାଇଁ ରଖିଲେ ୧୧ହଜାର କୋଟି । ଅବଶିଷ୍ଟ ୫ ହଜାର କୋଟି ଔଷଧୀୟ ଉଦ୍ଦେଶ୍ୟରେ ରଖାଗଲା । ଅସୁରମାନେ ସେମାନଙ୍କର ବ୍ୟବହାର ପାଇଁ ୧ହଜାର କୋଟି ଲୁଟି ନେଲେ । ମାନବଗଣ ଅବଶିଷ୍ଟ ମାତ୍ର ୧ହଜାର କୋଟି ବିଷୟରେ ସଚେତନ ରହିଲେ । ତଥାପି ଏତେ ପ୍ରକାରର ଫୁଲ ବିଷୟରେ ମାନବର ପୂର୍ଣ୍ଣ ଜ୍ଞାନ ନାହିଁ । ପୁଷ୍ପମାନଙ୍କ ମଧ୍ୟରେ ପ୍ରାକ୍ ପୁଷ୍ପ ବା ବହୁପୂର୍ବରୁ ଉଲ୍ଲିଖିତ ପୁଷ୍ପ ହେଉଛି ପଦ୍ମ । ବୈଜ୍ଞାନିକ ମାନେ ଏକମତ ଯେ ମୌଳିକ ଭାବରେ ଏହି ଜାତିର ଅନ୍ୟ ପୁଷ୍ପ ମାନଙ୍କର ଉଦ୍ଭବ । ଅନ୍ୟ ପୁଷ୍ପ ମାନେ ସୃଷ୍ଟି ହେବାରୁ ସେମାନଙ୍କର ଅଙ୍ଗବିଶେଷ ଓ ଆକାର କମିବାକୁ ଲାଗିଲା ।
ବିଭିନ୍ନ ପ୍ରକାର ଫୁଲ
ଆଧାର
ବାହାର ତଥ୍ୟ
Quotations related to Flowers at Wikiquote