Jump to content

ଦିବ୍ୟସିଂହ ଦେବ

ଉଇକିପିଡ଼ିଆ‌ରୁ
୧୭:୩୫, ୧୮ ଜୁନ ୨୦୧୨ ବେଳେ Aditya Mahar (ଆଲୋଚନା | ଅବଦାନ) ("[[File:ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ.jpg|thumb|Add caption her..." ନାଆଁରେ ପୃଷ୍ଠାଟିଏ ତିଆରିକଲେ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଫାଇଲ:ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ.jpg
Add caption here

ଗଜପତି ମହରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଧାନ ସେବକ l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ l ସେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା lଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା lଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ lଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣାବ ଦେବ lଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା lଗଜପତି ଙ୍କ ସହ ଶୁଭପରିଣୟପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲିଳାବତୀ ପାଟ ମହାଦେୟୀ ହେଇଛି l


ଗଜପତି ମହରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ,ଶାନ୍ତ.ନମ୍ର,ବିନୟି ବ୍ୟକ୍ତି ଅଟନ୍ତି l ସେ ରାୟପୁର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ବି.ଏ(ଅନର୍ସ)ଶିକ୍ଷା ଲାଭ କରିଛନ୍ତି l ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟନ ୟୁନିଭର୍ସିଟିରୁ ଏଲ.ଏଲ.ଏମ. ଡିଗ୍ରୀ ହାସଲ କରିଛନ୍ତି l ଗଜପତି ମହାରାଜ ଭାବରେ ଅଭିଷିକ୍ତ ହେବାପରେ ତାଙ୍କର ସମସ୍ତ ଉଚ୍ଚଶିକ୍ଷା ଲାଭ ହେଇଛି l ଛାତ୍ର ଅବସ୍ଥାରେ ଥାଇ ସେ ଶ୍ରୀମନ୍ଦିରରେ ଗଜପତି ମହରାଜା ସେବା ନିଷ୍ଠାର ସହିତ ପାଳନ କରିଆସିଛନ୍ତି lଆମେରିକାରେ ଉଚ୍ଚଶିକ୍ଷା ଲାଭପରେ ଗଜପତି ମହରାଜା ଶ୍ରୀ ଦିବ୍ୟସିଂହ ଦେବ ଦିଲ୍ଲୀରେ ହାଇକୋର୍ଟ ଏବଂ ଭାରତର ସୁପ୍ରିମକୋର୍ଟରେ ଆଇନ ପ୍ରାକ୍ଟିସ କରିଥିଲେ l କିଛି ବର୍ଷ ପରେ ଆଇନ ବ୍ୟବସାୟରୁ ଅବ୍ୟାହତି ନେଇ ସେ କିଛିଦିନ ଡେରାଡୁନରେ ଅବସ୍ଥାନ କରି ଆଇନ ପ୍ରଣୟନରେ ମନୋନିବେଶ କରିଥିଲେ l ସେ ଶ୍ରୀଜଗନ୍ନାଥଙ୍କ ମହାନ ସେବାରେ ନିଜକୁ ନିୟୋଜିତକରି ଜଗନ୍ନାଥ ସଂସ୍କୃତିର ବିଶ୍ବରେ ପ୍ରସାର ଦିଗରେ କାର୍ଯ୍ୟକରିଚାଲିଛନ୍ତି l ବର୍ତ୍ତମାନ ସେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷରୂପେ କାର୍ଯ୍ୟ କରୁଛନ୍ତି l