Jump to content

ସରୋଜିନୀ ନାଇଡୁ

ଉଇକିପିଡ଼ିଆ‌ରୁ
୧୭:୩୭, ୧୦ ଜୁନ ୨୦୧୨ ବେଳେ Aditya Mahar (ଆଲୋଚନା | ଅବଦାନ) ("ସରୋଜିନୀ ନାଇଡୁ ଭାରତର ପ୍ରଥମ ମହିଳା ରାଜ୍ୟପାଳ ତଥା ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସରୋଜିନୀ ନାଇଡୁ ଭାରତର ପ୍ରଥମ ମହିଳା ରାଜ୍ୟପାଳ ତଥା ଜଣେ ପ୍ରଭାବଶାଳୀ ନାରୀନେତ୍ରୀ ଓ ବାଗ୍ମୀ ହିସାବରେ ସେ ପରିଚିତା l ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ସହଯୋଗୀ ରୁପେ ସରୋଜିନୀ ନାଇଡୁ ଙ୍କ ଅବଦାନ ଅତୁଳନୀୟ l ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ସଭାପତି ଥିଲେ l କିନ୍ତୁ ସର୍ବୋପରି ଜଣେ ଇଂରାଜୀ କବି ରୂପେ ଭାରତୀୟ ଇଂରାଜୀ ସାହିତ୍ୟର ଇତିହାସରେ ତାଙ୍କ ସ୍ଥାନ ଅତ୍ୟନ୍ତ ଗୁରୂତ୍ବପୂର୍ଣ୍ଣ l

୧୮୭୯ ମସିହା ଫେବ୍ରୁଆରୀ ୧୩ ତାରିଖରେ ହାଇଦ୍ରାବାଦରେ ଜନ୍ମ ଗ୍ରହଣ କରିଥିଲେ l ଡକ୍ଟର ଅଘୋରନାଥ ଚଟ୍ଟୋପାଧ୍ୟାୟ ଓ ତାଙ୍କର ପତ୍ନୀ ବରଦା ସୁନ୍ଦରୀ ଦେବୀଙ୍କ ଜ୍ୟେଷ୍ଠ ସନ୍ତାନ ଥିଲେ l ବ୍ରାହ୍ମଣ ପରିବାରରେ ଜନ୍ମହୋଇଥିଲେ ମଧ୍ୟ ମୁସଲମାନ ସଂସ୍କୃତି ପ୍ରଧାନ ହାଇଦ୍ରାବାଦ ସହରରେ ବଢିଥିବାରୁ ସେ ନିଜକୁ ଅଧା ହିନ୍ଦୁ ଅଧା ମୁସଲମାନ ମନେ କରୁଥିଲେ l ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ ମାଡ୍ରାସ ବିଶ୍ବବିଦ୍ୟାଳୟରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ l କୁହାଯାଏ ସରୋଜିନୀ ଙ୍କ ଇଂରାଜୀ କବିତାରେ ମୂଗ୍ଧହୋଇ ହାଇଦ୍ରାବାଦର ନିଜାମ ତାଙ୍କୁ ବିଦେଶରେ ପଢିବାପାଇଁ ବୃତ୍ତି ପ୍ରଦାନ କରିଥିଲେ l ପରବର୍ତ୍ତୀ ତିନିବର୍ଷ ସରୋଜିନୀ ଲଣ୍ଡନ ଓ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କଲେ l ସେହି ସମୟରେ ଲଣ୍ଡନର "ରାଇମର୍ସ କ୍ଲବ୍"ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙ୍କ ପ୍ରୋତ୍ସାହନ ପାଇଁ ତାଙ୍କର କାବ୍ୟିକ ପ୍ରତିଭାର ବିକାଶ ଘଟିଥିଲା l ସରୋଜିନୀଙ୍କୁ ଯେତେବେଳେ ୧୯ ବର୍ଷ ସେ ନିଜାମଙ୍କ ଚିକିତ୍ସ୍କ ଗୋବିନ୍ଦରାଜୁ ଙ୍କ ପ୍ରେମରେ ପଡିଥିଲେ l ଜଣେ ଉଚ୍ଚ ଶ୍ରେଣୀର ବ୍ରହ୍ମଣକନ୍ୟା ବା ଜଣେ ଅଣବ୍ରାହ୍ମଣ କୁ କେମିତି ବିବାହ କରିବ କହି ତାଙ୍କ ପରିବାର ପ୍ରଥମେ ବିରୋଧ କରିଥିଲେ କିନ୍ତୁ ଅସାଧାରଣ ଇଛାଶକ୍ତି ଓ ସାହସିକତା ଯୋଗୁଁ ୧୮୯୮ ମସିହା ସରୋଜିନୀ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ତାଙ୍କୁ ବିବାହ କରିଥିଲେ l ସରୋଜିନୀଙ୍କ ଗାର୍ହସ୍ଥ୍ୟ ଜୀବନ ସୁଖମୟ ଥିଲା l ସାମାଜିକ କିମ୍ବା ରାଜନୈତିକ ଅଧିକାର ପାଇଁ ସଂଗ୍ରାମ ହେଉ, କିମ୍ବା ହିନ୍ଦୁ-ମୁସଲମାନ ଏକତା ପ୍ରସଙ୍ଗ ହେଉ ସେ ସର୍ବଦା ନିଷ୍ଠା ଓ ସାହସିକତା ଦେଖାଇଥିଲେ l ସେଥିପାଇଁ ଗାନ୍ଧିଜୀ ତାଙ୍କୁ ଶ୍ରଦ୍ଧାରେ "ଆଜିର ମୀରାବାଈ" ଡାକୁଥିଲେ l

=୧୯୦୫ ମସିହାରେ ବଙ୍ଗଭଙ୍ଗ ପରେ ସରୋଜିନୀ ସକ୍ରିୟ ଭାବରେ ଭାରତର ସ୍ବାଧୀନତା ଅନ୍ଦୋଳନରେ ଯୋଗଦେଲେ l ଅସହଯୋଗ ଆନ୍ଦୋଳନ ଓ ସତ୍ୟାଗ୍ରହରେ ଗାନ୍ଧିଜୀଙ୍କ ସହ କାମକରି ସେ ଅନେକ ସମୟ ଜେଲଦଣ୍ଡ ଭୋଗିଥିଲେ l

=୧୯୧୯ ର ଜାଲିଆଁୱାଲାବାଗ ହତ୍ୟାକାଣ୍ଡର ପରେ ପରେ ସେ ହୃଦ୍ ରୋଗରେ ପିଡିତ ହେବାରୁ ସେ ଇଂଲଣ୍ଡ ଯାଇଥିଲେ l

=୧୯୨୪ ମସିହାରେ ସେ ପୂର୍ବ ଓ ଦକ୍ଷିଣ ଆଫ୍ରିକା ଭ୍ରମଣରେ ଯାଇ ସେଠାରେ ଭାରତୀଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ l

=୧୯୨୫ ମସିହାରେ ସେ ପ୍ରଥମେ ଭାରତୀୟ ମହିଳାଭାବେ କାନପୁର କଂଗ୍ରେସ ସମ୍ମିଳନୀର ସଭାପତିତ୍ବ କରିଥିଲେ l

=୧୯୩୦ ମସିହାରେ ଦାଣ୍ଡି ଲବଣ ସତ୍ୟାଗ୍ରହ ସମୟରେ ଗାନ୍ଧିଜୀ ବନ୍ଦୀ ହେଲାପରେ ସେ ପଚିଶ ହଜାର ସ୍ବଛାସେବୀଙ୍କୁ ନେଇ ଧାରସନା ଲୁଣ କାରଖାନା ଆନ୍ଦୋଳନ କରିଥିଲେ l

=୧୯୩୧ ମସିହାରେ ଲଣ୍ଡନ ଗୋଲ ଟେବୁଲ ବୈଠକରେ ଭାରତୀୟ ମହିଳାମାନଙ୍କର ପ୍ରତିନିଧିତ୍ବ କରିଥିଲେ l

=୧୯୪୯ ମସିହାରେ ମାର୍ଚ୍ଚ ୩ ତାରିଖରେ ସେ ମୃତ୍ୟୁବରଣ କରିଥିଲେ l

ତାଙ୍କ ରଚିତ ଇଂରାଜୀ ପୁସ୍ତକ

  • ଦ ଗୋଲ୍ଡନ ଥ୍ରେସ୍ ହୋଲ୍ଡ - ୧୯୦୫
  • ଦ ବାର୍ଡ ଅବ୍ ଟାଇମ-୧୯୧୨
  • ଦ ବ୍ରୋକନ ଉଇଙ୍ଗ-୧୯୧୭