କନ୍ୟାକୁମାରୀ
ଦେଖଣା
ଭାରତର ଦକ୍ଷିଣଭାଗରେ ଥିବା ତାମିଲନାଡୁ ରାଜ୍ୟରେ କନ୍ୟାକୁମାରୀ ଅବସ୍ଥିତ l ବିଷେଶକରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ଥର ମନୋରମ ଦୂଶ୍ୟପାଇଁ ଏହି ସ୍ଥାନଟି ବେଶ ଲୋକପ୍ରିୟ l ତା ଛଡା କନ୍ୟାକୁମାରୀ ଠାରେହିଁ ବଙ୍ଗୋପସାଗର,ଭାରତ ମହାସାଗର ଓ ଆରବ ସାଗର ଏକତ୍ର ହୋଇଥିବାରୁ ଏଠାକାର ପରିବେଶ ବେଶ୍ ଆକର୍ଷଣୀୟ l http://commons.wikimedia.org/wiki/File%3AKanyakumari1.JPG
ପର୍ଯ୍ୟଟନସ୍ଥଳୀ
- କନ୍ୟାକୁମାରୀ ମନ୍ଦିର : ସମୁଦ୍ରକୂଳରେ ଥିବା କୁମାରୀ ଅମାନ୍ ମନ୍ଦିର ହେଉଛି କନ୍ୟାକୁମାରୀର ସବୁଠାରୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ୧ ଏଠାରେ ପୂଜାପାଇଥାନ୍ତି କନ୍ୟାକୁମାରୀ ଦେବୀ l
- ଥିରୁଭାଲୁଭାର୍ ଷ୍ଟାଚ୍ୟୁ : କନ୍ୟାକୁମାରୀର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି ଥିରୁଭାଲୁଭାର୍ ଷ୍ଟାଚ୍ୟୁ ୧ ଉକ୍ତ ଷ୍ଟାଚ୍ୟୁର ଉଚତା ହେଉଚି ୧୩୩ ଫୁଟ ଏବଂ ଓଜନ ପ୍ରାୟ ୭୦୦୦ ଟନରୁ ଅଧିକ ହେବ l କୁହାଯାଏ ଏହାକୁ ନିର୍ମାଣ ପାଇଁ ୫୦୦ରୁ ଅଧିକ ଶ୍ରମିକ ଲାଗିଥିଲେ ୧ ସମୁଦ୍ରର ନିଳରାଶି ଭିତରେ ଥିବା ଏହି ଷ୍ଟାଚ୍ୟୁର ସୌନ୍ଦର୍ଯ୍ୟ ବେଶ ମନଲୋଭା l
- ପଦ୍ମନାଭପୁରମ୍ ପ୍ରାସାଦ : ବିଶ୍ବରେଥିବା ଦଶଟି ପ୍ରମୂଖ ପ୍ରାସାଦ ମଧ୍ୟରୁ ପଦ୍ମନାଭପୁରମ୍ ପ୍ରାସାଦ ହେଉଛି ଅନ୍ୟତମ l ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପ୍ରାସାଦଟିର ନିର୍ମାଣ ସମ୍ପୂର୍ଣ୍ଣଭାବେ କାଠରେ ହୋଇଛି l
- ଏହାଛଡା କନ୍ୟାକୁମାରୀର ଥିରୁପାରାସ୍ପୁ, କୋଟାଲାମ୍ ଆଦି ଜଳପ୍ରପାଦ,ସୂବ୍ରମଣ୍ୟମ ମନ୍ଦିର,ଭାଟ୍ଟାକୋଟାଇ ଦୂର୍ଗ ବେଶ ଆକର୍ଷଣୀୟ l
http://commons.wikimedia.org/wiki/File%3AVivekananda_Rock_%26_Valluvar_Statue_at_Sunrise.JPG