ବୋମ୍ବୟଲା ଦେବୀ ଲାଇଶ୍ରାମ
ବୋମ୍ବୟଲା ଦେବୀ ଲାଇଶ୍ରାମ (ଜନ୍ମ ୨୨ ଫେବ୍ରୁଆରି , ୧୯୮୫ ) ଜଣେ ଭାରତୀୟ ମହିଳା ଆର୍ଚର । ତାଙ୍କ ଜନ୍ମ ମଣିପୁର ର ଇମ୍ଫାଲ ଠାରେ ହେଇଥିଲା । ପ୍ରଥମେ ୧୯୯୭ ରେ ଅର୍ଚେରୀ ରେ ପ୍ରବେଶ କରି ୨୦୦୭ ମସିହା ଠାରୁ ଭରତ କୁ ବିଭିନ୍ନ ଆନ୍ତର୍ଜାତିକ ପ୍ରତିଯୋଗୀତା ରେ ପ୍ରତିନିଧିତ୍ଵ କରି ଅନେକ ପଦକ ହାସଲ କରିଛନ୍ତି । [୧]
ପ୍ରାରମ୍ଭିକ ଜୀବନୀ
ତାଙ୍କ ମାଁ ନିଜେ ଜଣେ ଅର୍ଚେରୀ କୋଚ ଥିଲେ ଓ ପିତା ମଣିପୁର ରାଜ୍ୟ ହ୍ଯାନ୍ଡବଲ ଦଳ ର କୋଚ ରହିଥିଲେ । .[୨] ୧୧ ବର୍ଷ ବୟସ ରୁ ସେ ଅର୍ଚେରୀ ଅଭ୍ୟାସ କରି ଭାରତୀୟ କ୍ରିଡା ଏକାଡେମି ରେ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ । [୩] ପାରିବାରିକ ପରମ୍ପରା ଅନୁସାରେ ସେ କ୍ରିଡା କ୍ଷେତ୍ର କୁ ଆସିଥିବା କହନ୍ତି । .[୪] ସେ ବର୍ତମାନ ମଧ୍ୟ ମଣିପୁର ରେ ଅବସ୍ଥାନ କରନ୍ତି । [୫]
କ୍ରିଡା ଅବଦାନ
ଚୀନ ର ବେଜିଂ ଠାରେ ହେଇଥିବା ଅଲିମ୍ପିକ ରେ ସେ ଉଭୟ ବ୍ୟକ୍ତିଗତ ଓ ଦଳଗତ ପ୍ରତିଯୋଗୀତା ରେ ଯୋଗ ଦେଇଥିଲେ । ଦଳଗତ ପ୍ରତିଯୋଗୀତା ରେ ସେମାନେ କ୍ଵାଟର ଫାଇନାଲ ରେ ଚୀନ ଠାରୁ ହାରି ଯାଇଥିଲେ । ବ୍ୟକ୍ତିଗତ ଇଭେଣ୍ଟ ରେ ସେ ୨୨ ତମ ସ୍ଥାନ ରେ ରହିଥିଲେ । .[୬]
ଲଣ୍ଡନ ଠାରେ ହେଇଥିବା ଅଲିମ୍ପିକ ରେ ସେ ବ୍ୟକ୍ତିଗତ ପ୍ରତିଯୋଗୀତା ରେ ଦ୍ଵିତୀୟ ରାଉଣ୍ଡ ରେ ହାରି ଯାଇଥିଲେ ଓ ଦଳଗତ ପ୍ରତିଯୋଗୀତା ରେ ପ୍ରଥମ ରାଉଣ୍ଡ ରେ ହାରି ଯାଇଥିଲେ । ୨୦୧୬ ମସିହା ରିଓ ଅଲିମ୍ପିକ ରେଲକ୍ଷ୍ମୀରାଣୀ ମାଝୀ , ଦୀପିକା କୁମାରୀ ଓ ତାଙ୍କ ଦଳ ୭ ମ ସ୍ଥାନ ରେ ରହି ଅଳ୍ପକେ ପଦକ ରୁ ବଞ୍ଚିତ ହେଇଥିଲେ ।ସେଥିରେ ସେମାନେ ଭଲ ପ୍ରଦର୍ଶନ କଳା ପରେ ରୁଷିଆ ଠାରୁ ହାରି ଯାଇଥିଲେ । [୭] [୮].[୯]
ପୁରସ୍କାର
- ଅର୍ଜୁନ ପୁରସ୍କାର - ୨୦୧୨ ରେ
[୧୦]
ଆଧାର ସମୂହ
- ↑ "Bombayla Laishram Devi". World Archery Federation. Retrieved 7 August 2016.
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ "India women's archery team of Deepika Kumari, Laxmirani Majhi, Bombayla Devi lose quarter-final against Russia". Indian Express. Retrieved 8 August 2016.
- ↑ "2016 Rio Olympics: Indian men's archery team faces last chance to make cut". Zee News. 11 June 2016. Retrieved 8 August 2016.
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help)