ଲକ୍ଷ୍ମୀରାଣୀ ମାଝୀ
ଲକ୍ଷ୍ମୀରାଣୀ ମାଝୀ (ଜନ୍ମ ୨୬ ଜାନୁଆରୀ , ୧୯୮୯ ) ଜେନ ଭାରତୀୟ ମହିଳା ଅର୍ଚର । ତାଙ୍କର ଜନ୍ମ ବର୍ତମାନ ର ଝାରଖଣ୍ଡ ରାଜ୍ୟ ର ବେଗୁଳା ଠାରେ ହେଇଥିଲା ।
ପ୍ରାରମ୍ଭିକ ଜୀବନୀ
ଝାରଖଣ୍ଡ ର ପୂର୍ବ ସିଂହଭୂମି ଅଞ୍ଚଲ ର ସାନ୍ତାଳ ଜାତି ବହୁଳ ବେଗୁଳା ଗ୍ରାମ ରେ ଜନ୍ମ ଗ୍ରହଣ କରିଥିବା ଲକ୍ଷ୍ମୀ ସେଠାରେ ସରକାରୀ ହାଇ ସ୍କୁଲ ରେ ପଢୁଥିବା ସମୟ ରେ ଅର୍ଚେରୀ ଏକାଡେମି ର ପ୍ରଶିକ୍ଷକ ମାନଙ୍କ ଦ୍ରୁଷ୍ଟି ଆକର୍ଷଣ କରିପାରିଥିଲେ । ପରେ ତାଙ୍କୁ ଅର୍ଚେରୀ ସଫଳତା ଯୋଗୁଁ ଭାରତୀୟ ରେଳବାଇ ର ଛତିଶଗଡ ର ବିଲାସପୁର ଡିଭିଜନ ରେ କର୍ମ ନିଯୋଗ ମିଳିଥିଲା । [୧]
କ୍ରିଡା ଅବଦାନ
୨୦୧୫ ବିଶ୍ଵ ଅର୍ଚେରୀ ଚମ୍ପିୟାନଶିପ ରେ ସେ ମହିଳା ବ୍ୟକ୍ତିଗତ ବିଭାଗ ରେ ଚତୁର୍ଥ ସ୍ଥାନ ରେ ରହି ଅଳ୍ପକେ ପଦକ ପାଇବାରୁ ବଞ୍ଚିତ ହେଇଥିଲେ । ତାହା ଡେନମାର୍କ ଦେଶ ର କୋପେନହେଗେନ ଠାରେ ହେଇଥିଲା ଓ ଦଳଗତ ଇଭେଣ୍ଟ ରେ ସେ ରୌପ୍ୟ ପଦକ ପାଇଥିଲେ । .[୨]
୨୦୧୬ ମସିହା ରେ ହେଇଥିବା ଋଓ ଅଲିମ୍ପିକ ଦଳ ପାଇଁ ସେ ଯୋଗ୍ୟତା ଅର୍ଜନ କରିଥିଲେ । ଏଥିରେ ସେ ବୌମାଲ୍ୟା ଦେବୀ ଓ ଦୀପିକା କୁମାରୀ ଙ୍କ ସହ ଦଳଗତ ପ୍ରତିଯୋଗୀତା ରେ ଭାଗ ନେଇ ୭ ତମ ସ୍ଥାନ ରେ ରହିଲେ । ସେମାନେ ପରେ-କ୍ଵାଟର ଫାଇନାଲ ରେରୁଷିଆ ଠାରୁ ହାରି ଯାଇଥିଲା । . [୩]
ଆଧାର ସମୂହ
- ↑ "Shooting Olympics arrow".
- ↑ "2015 World Archery Championships: Entries by country" (PDF). ianseo.net. pp. 7–18. Retrieved 26 August 2015.
- ↑ "India women's archery team of Deepika Kumari, Laxmirani Majhi, Bombayla Devi lose quarter-final against Russia". Indian Express. Retrieved 8 August 2016.