Jump to content

ମନଜିତ କୌର

ଉଇକିପିଡ଼ିଆ‌ରୁ
୨୩:୫୧, ୨୦ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Manjeet Kaur") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ମନଜିତ କୌର ,  (ଜନ୍ମ ୪ ଏପ୍ରିଲ , 1982)୧୯୮୨ଜେନ ଭାରତୀୟ ମହିଳା ଆଥଲେଟ ଥିଲେ । ପଞ୍ଜାବ ରାଜ୍ୟ ରେ ଜନ୍ମିତ ମନଜିତ ଙ୍କ ସ୍ଵତନ୍ତ୍ରତା ଥିଲା ୪୦୦ ମିଟର  ଦୌଡ ଓ ରିଲେ ରେଶ । ବର୍ତମାନ ଥିବା ୪୦୦ ମିଟର ମହିଳା ଦୌଡ ରେ ଜାତୀୟ ରେକର୍ଡ ୫୧.୦୫ ସେକେଣ୍ଡ ରେ ତାଙ୍କ ନାମ ରେ ରହିଛି । ଏହି ରେକର୍ଡ ସେ ଚେନ୍ନଇ ଠାରେ ୨୦୦୪ []ମସିହା ଜୁନ ୧୬ ତାରିଖ ରେ ଅନୁଷ୍ଠିତ ହେଇଥିବା ଜାତୀୟ ସର୍କିଟ ମିଟ ରେ ପ୍ରତିଷ୍ଠା କରିଥିଲେ । ତାଙ୍କ ପୂର୍ବରୁ ଏହି ରେକର୍ଡ ନଭେମ୍ବର ୨୦୦୧[] ମସିହା ରେ ବିନାମୋଲ ଙ୍କ ନାମ ରେ ଥିଲା । ଏହା ଫଳ ରେ ସେ ୨୦୦୪ ଏଥେନ୍ସ ଠାରେ ହେବାକୁ ଥିବା ଅଲିମ୍ପିକ[] ପାଇଁ ଯୋଗ୍ୟତା ହାସଲ କରିଥିଲେ । ସେଥିରେ ସେ ପଦକ ପାଇନଥିଲେ । ତାଙ୍କ ନାମ ରେ ଜାତୀୟ ୪x୪୦୦ ମିଟର ର ରିଲେ ରେସ ର ରେକର୍ଡ ମଧ୍ୟ ରହିଛି । ସେ ଏହା ଚିତ୍ରା ସୋମାନ , ରାଜବିନ୍ଦର କୌର ଓ ବିନାମୋଲ ଙ୍କ ସହ ଦୌଡି ହାସଲ କରିଥିଲେ । .[]

ଆଥେନ୍ସ ଅଲିମ୍ପିକ ରେ ସେ ରିଲେ ରେସ ରେ ପଦକ ପାଇ ନ ଥିଲେ ମଧ୍ୟ ଜାତୀୟ ରେକର୍ଡ ସମୟ କୁ ଅତିକ୍ରମ କରିଥିଲେ । ସେଥିରେ ତାଙ୍କ ଦଳ ହିଟ ରେ ତୃତୀୟ ସ୍ଥାନ ପାଇଥିଲେ । .[] ପରବର୍ତୀ ଅଲିମ୍ପିକ ରେ ସେ ବେଜିଂ ଠାରେ ମଧ୍ୟ ଭାଗ ନେବାକୁ ଯୋଗ୍ୟତା ହାସଲ କରି ରିଲେ ରେସ ର ହିଟ ରେ ସପ୍ତମ ସ୍ଥାନ ପାଇଥିଲେ । ଏଥିରେ ତାଙ୍କ ସହ ମାନଦୀପ କୌର , ସାଥି ଗୀତା , ଓ ଚିତ୍ରା ସୁମନ ଦୌଡିଥିଲେ । []

I୨୦୦୬ ମସିହା ରେ ଦୋହା ଠାରେ ହେଇଥିବା ଏସୀୟ କ୍ରିଡା ରେ ସେ ତାଙ୍କ ଦଳ ସହ ୪ x୪୦୦ ମହିଳା ରିଲେ ରେସ ରେ ସ୍ଵର୍ଣ ପଦକ ହାସଲ କରିଥିଲେ ।ଏଥିରେ  ବ୍ୟକ୍ତିଗତ ଦୌଡ ରେ ସେ ୪୦୦ ମିଟର ରେ ରୌପ୍ୟ ପଦକ ହାସଲ କରିଥିଲେ । .[]

୨୦୧୦ ମସିହା କମନୱେଲ୍ଥ ଗେମ ରେ ସେ ମନଦୀପ କୌର ,ସାଇନି ଜୋସଅଶ୍ବିନୀ ଆକୁଞ୍ଜି ଙ୍କ ସହ ଦୌଡି ଭାରତ ପାଇଁ ୪ x ୪୦୦ ମିଟର ମହିଳା ରିଲେ ରେସ ରେ ସ୍ଵର୍ଣ ପଦକ ଆଣିଥିଲେ ।  ପୁରସ୍କାର ଓ କର୍ମ  ତାଙ୍କୁ ତାଙ୍କର କ୍ରିଡା କ୍ଷେତ୍ର ରେ ଉନ୍ନତ ଅବଦାନ ପାଇଁ ୨୦୦୬ ମସିହା ରେ ହାରତ ସରକାର ଙ୍କ ତରଫ ରୁ ଅର୍ଜୁନ ପୁରସ୍କାର ଦିଆ ଯାଇଥିଲା । ସେ ବର୍ତମାନ ପଞ୍ଜାବ ପୋଲିସ ବାହିନୀ ରେ ଡେପୁଟି ସୁପରିନଟେନଣ୍ଡାନ୍ତ ଭାବରେ କାର୍ଯ୍ୟରତ । 

ଆଧାର ସମୂହ 

  1. {{cite web}}: Empty citation (help)
  2. "Beenamol erases P T Usha's record". Rediff.com. 2001-11-23. Retrieved 2009-10-04.
  3. "Manjit, Seema set new marks". Sportstar. 2004-07-03. Retrieved 2009-10-04.
  4. "Women's 4 x 400m team sets national mark". Rediff.com. 2004-06-28. Retrieved 2009-10-04.
  5. {{cite web}}: Empty citation (help)
  6. {{cite web}}: Empty citation (help)
  7. {{cite web}}: Empty citation (help)

ବାହ୍ୟ ସଂଯୋଗ