ଦ୍ରୋଣାବଳୀ ହାରିକା
== ଦ୍ରୋଣାବଳୀ == | |
---|---|
ନାମ | == ଦ୍ରୋଣାବଳୀ == |
ଦେଶ | ଭାରତ |
ଜନ୍ମ | ଗୋରନ୍ଥାଲା , ଗୁନ୍ଟୂର , ଆନ୍ଧ୍ର ପ୍ରଦେଶ , ଭାରତ |
ଉପାଧୀ | ଗ୍ରାଣ୍ଡମାଷ୍ଟର (୨୦୧୧) ମହିଳା ଗ୍ରାଣ୍ଡ ମାଷ୍ଟର (୨୦୦୪) |
ଫିଡେ ମାନ୍ୟତା | 2514 (ଜାନୁଆରୀ ୨୦୨୫) |
ସର୍ବଶ୍ରେଷ୍ଠ ରେଟିଂ | 2543 (November 2016) |
ଦ୍ରୋଣାବଳୀ ହରିକା , ଜଣେ ଭାରତୀୟ ମହିଳା ଚେସ ଖେଳାଳି । ତାଙ୍କର ଜନ୍ମ ୧୨ ଜାନୁଆରୀ ୧୯୯୧ ମସିହା ରେ ହେଇଥିଲା । ସେ ଗ୍ରାଣ୍ଡ ମାଷ୍ଟର ସ୍ତର ରେ ୨୦୧୧ ମସିହା ରେ ପହଞ୍ଚି ଥିଲେ । ୨୦୦୭-୮ ମସିହା ରେ ତାଙ୍କୁ ଭାରତ ସରକାର ଙ୍କ ତରଫ ରୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଭ୍ଲାଡିମିର କ୍ରମଣିକ , ଯୁଡିଥ ପୋଲଗାର ଓ ବିଶ୍ବନାଥନ ଆନନ୍ଦ ଙ୍କୁ ତାଙ୍କର ଆଦର୍ଶ ଭାବେ ଗ୍ରହଣ କରୁଥିବା ଦ୍ରୋଣାବଳୀ ୨୦୧୬ ମସିହା ରେ ତାଙ୍କର ଶୀର୍ଷ ଫର୍ମ ରେ ରହିଥିଲେ । ସେ ଚୀନ ଦେଶ ରେ ହେଇଥିବା ଫିଡେ ଚେସ ବିଶ୍ଵ ଚମ୍ପିୟାନଶୀପ ଜିତିବା ସହ ବିଶ୍ଵ ରେଙ୍କିଙ୍ଗ ରେ ୧୧ ତମ ସ୍ଥାନ ରୁ ୫ ମ ସ୍ଥାନ ରେ ପହଞ୍ଚିଥିଲେ । ସେ ରୁଷିଆ ଠାରେ ସମାପ୍ତ ହେଇଥିବା ବର୍ଷ ର ମହିଳା ଗ୍ରାଣ୍ଡ ପୃକ୍ ସିରିଜ ରେ ବିଶ୍ଵ ର ୫ ମ ରେଙ୍କ ରେ ରହିଲେ । ସେ ଏହି କ୍ରମ ରେ ବିଶ୍ଵ ର ମହିଳା ବିଭାଗ ର ୧ ନମ୍ବର ଖେଳାଳି ହଉ ୟିଫାନ ଙ୍କୁ ପରାସ୍ତ କରିଥିଲେ ଓ ବିଶ୍ଵ ର ୨ ନମ୍ବର ଖେଳାଳି ୱେସ୍ଲେ ଙ୍କ ସହ ଖେଳ ଅମୀମାଂଶିତ ରଖିପାରିଥିଲେ ।
କୃତି ସମୂହ
ଦ୍ରୋଣାବଳୀ ଫିଡେ ଗ୍ରାଣ୍ଡ ପୃକ୍ସ ରେ ପଞ୍ଚମ ସ୍ଥାନ ପାଇବା ସହ , ଚେଙ୍ଗଦୁ ଠାରେ ଏହାର ପ୍ରତିଯୋଗୀତା ରେ ସ୍ଵର୍ଣ ପଦକ ପାଇଥିଲେ । ସେ ଭାରତୀୟ ଦଳ ପାଇଁ ଦଳଗତ ଏସିଯା ଚେସ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରି ସେଠାରେ ରେପୀଡ ଚେସ ବିଭାଗ ରେ ସ୍ଵର୍ଣ, ବୋର୍ଡ ରେ ରୌପ୍ୟ ଓ ଦଳଗତ ପ୍ରତିଯୋଗୀତା ରେ ବ୍ରୋଞ୍ଜ ପାଇଥିଲେ । ଏହା ପୂର୍ବରୁ ୨୦୧୫ ମସିହା ରେ ରୋମ ରେ ସ୍ଵର୍ଣ , ଇଉଏଇ ରେ ବ୍ରୋଞ୍ଜ , ତଥା ବିଶ୍ଵ ଦଳଗତ ଖେଳ ରେ ରୌପ୍ୟ ପାଇଥିଲେ । ୨୦୦୦ ମସିହା ରୁ ୨୦୧୫ ମସିହା ଯାଏ ସେ ବହୁ ପରିମାଣ ର ଆନ୍ତରଯାତିକ ପ୍ରତିଯୋଗୀତା ରେ ବହୁ ପଦକ ପାଇଥିଲେ ।